ଏଇ ଭାରତରେ

ଛାତ ଉପରେ ବଗିଚା ଦେଖିଥିବେ; ଯେଉଁଠି ୧୦୦ କିମ୍ବା ୨୦୦ ଯାଏ ଗଛ ଲଗାଯାଇଥିବ। ହେଲେ ଛାତ ଉପରେ ୪୦୦୦ କୁଣ୍ଡରେ ଗଛ ଲଗାଯାଇଥିବା ଦୃଶ୍ୟ ଯଦି ଦେଖିବାକୁ ଚାହାନ୍ତି, ତେବେ ହରିୟାଣାର କର୍ନଲ ଯିବାକୁ ହେବ। କର୍ନଲ ନିବାସୀ ରାମବିଳାସ ସିଂ ତାଙ୍କ ଛାତ ଉପରେ ୪୦୦୦ କୁଣ୍ଡରେ ଫୁଲ, ବିଦେଶୀ ଫଳ ଓ ପରିବା ଗଛ ଲଗାଇଛନ୍ତି; ଯାହାକୁ ଦେଖିବାକୁ ଦେଶର ବିଭିନ୍ନ ରାଜ୍ୟ, ଇଂଲଣ୍ଡ ଓ ଫ୍ରାନ୍ସରୁ ଲୋକମାନେ ଆସୁଛନ୍ତିି। ବଡ଼ କଥା ହେଉଛି ବଗିଚାକୁ ସେ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ରଖିଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ସହ ଦେଶର ପ୍ରାୟ ୨୫ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି। ଏହି ବଗିଚା କରିବାକୁ ରାମବିଳାସଙ୍କୁ ୨୫ ବର୍ଷ ଲାଗିଯାଇଛି। ପ୍ରଥମେ ସେ ୮ଟି କୁଣ୍ଡରେ ଗଛ ଲଗାଇଥିଲେ ଯାହା ଏବେ ୪ ହଜାରରେ ପହଞ୍ଚିଛି। ଗଛପ୍ରିୟ ରାମବିଳାସ ଶୁଖିଲାପତ୍ର, କିଚେନ ଓ୍ବେଷ୍ଟରୁ ଜୈବିକ ଖତ ପ୍ରସ୍ତୁତ କରି ଗଛରେ ଦେଉଛନ୍ତି। ସେ ଏଭଳି ବଡ଼ ବଗିଚା କରିବା ଲାଗି ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଶିକ୍ଷା ଦେଉଛନ୍ତି ଓ ତାଙ୍କ ସ୍ଲୋଗାନ ରଖିଛନ୍ତି ‘ଜୈବିକ ଚାଷ ଓ ଜୈବିକ ଖାଦ୍ୟ’।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri