ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍ ଇନ୍କର୍ପୋରେଟେଡ୍ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍ ଗରିଲା ଗ୍ଲାସ୍ ଭିକ୍ଟସ-୨ର ବଜାର ପ୍ରବେଶ ହୋଇଯାଇଛି। ଏପରିକି ଏହାର କର୍ନିଙ୍ଗ୍ ଗରିଲା ଗ୍ଲାସ୍ ପୋର୍ଟଫୋଲିଓକୁ ବିସ୍ତାର କରି ସୀମାକୁ ଆଗକୁ ବଢ଼ାଇବା ଜାରି ରଖିଛି। ସେହିଭଳି ଏକ ନୂଆ ଗ୍ଲାସ୍ କମ୍ପୋଜିଶନ ସହ ଗରିଲା ଗ୍ଲାସ୍ ଭିକ୍ଟସ୍-୨ ଓ ଗରିଲା ଗ୍ଲାସ୍ ଭିକ୍ଟସର ସ୍କ୍ରାଚ୍ ରେଜିଷ୍ଟାନ୍ସକୁ ସୁରକ୍ଷିତ ରଖିବା ସହ କଂକ୍ରିଟ୍ ଭଳି ମଜଭୁତ ଚଟାଣଗୁଡ଼ିକରେ ମଧ୍ୟ ଉନ୍ନତ ଡ୍ରପ୍ ପ୍ରଦର୍ଶନ ପ୍ରଦାନ କରୁଛି, ଯାହାକି ବିଶ୍ୱର ସବୁଠାରୁ ବହୁଳ ଭାବେ ନିର୍ମିତ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। କର୍ନିଙ୍ଗ୍ ଗରିଲାର ଗ୍ଲାସ୍ର ଉପାଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର ଡେଭିଡ୍ ବେଲାସ୍କ୍ବେଜ୍ କହିଛନ୍ତି, ସ୍ମାର୍ଟଫୋନ୍ଗୁଡିକ ଆମର ଡିଜିଟାଲ ଜୀବନର କେନ୍ଦ୍ର ଏବଂ ସ୍ପଷ୍ଟ ଓ ଡ୍ୟାମେଜ୍-ଫ୍ରି ଡିସ୍ପ୍ଲେଗୁଡିକ ଉପରେ ଆମର ବର୍ଦ୍ଧିତ ନିର୍ଭରଶୀଳତା ସହ ସ୍କ୍ରାଚ୍ ଓ ଡ୍ରପ୍ ରେଜିଷ୍ଟାନ୍ସ ପାଇଁ ଆବଶ୍ୟକତା ବୃଦ୍ଧି ପାଇଛି। ବିଶେଷକରି କର୍ନିଙ୍ଗ୍ର ବିସ୍ତୃତ ଅନୁସନ୍ଧାନ ଦର୍ଶାଇଛି ଯେ, ଚାଇନା, ଭାରତ ଓ ୟୁନାଇଟେଡ୍ ଷ୍ଟେଟ୍ସ ଭଳି ୩ଟି ସର୍ବବୃହତ୍ ବଜାରର ପ୍ରାୟ ୮୪% ଉପଭୋକ୍ତାଙ୍କ ପାଇଁ ବ୍ରାଣ୍ଡ୍ର ପ୍ରମାଣିତ ସ୍ଥାୟିତ୍ୱ ଏକ ନମ୍ବର କ୍ରୟ ବିଚାର ଭାବେ ରହିଛି।
ସେହିଭଳି ଆମେ ଆମର ବୈଜ୍ଞାନିକମାନଙ୍କୁ ଆସ୍ଫାଲ୍ଟ ତୁଳନାରେ ଅଧିକ ମଜଭୁତ ଚଟାଣଗୁଡିକ ଉପରେ ଅଣ୍ଟା ଉଚ୍ଚତାର ପଡ଼ିବା ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ପର୍ଯ୍ୟାପ୍ତ ଡ୍ୟୁରାବୁଲ ଥିବା କେବଳ ଏକ ଗ୍ଲାସ୍ କମ୍ପୋଜିଶନ ସୃଷ୍ଟି କରିବା ପାଇଁ ନୁହେଁ ବରଂ ବଡ଼ ଓ ଓଜନିଆ ଡିଭାଇସ୍ଗୁଡିକ ପାଇଁ କଭର୍-ଗ୍ଲାସ୍ ପ୍ରଦର୍ଶନକୁ ଉନ୍ନତ କରିବାକୁ ଆହ୍ବାନ କରିଥିଲୁ। ଅଧିକ ବିଳାସପୂର୍ଣ୍ଣ ଓ ବିବିଧ ଡିଜାଇନ୍ ସହିତ ଆଜିର ସ୍ମାର୍ଟଫୋନ୍ଗୁଡିକ ୪ବର୍ଷ ପୂର୍ବ ତୁଳନାରେ ପ୍ରାୟ ୧୫% ଅଧିକ ଓଜନିଆ ଓ ସ୍କ୍ରିନ୍ ଆକାରଗୁଡିକ ୧୦%ପର୍ଯ୍ୟନ୍ତ ବଡ଼ ହୋଇଛି-ଯାହା କଭର୍ ଗ୍ଲାସ୍ ଉପରେ ଚାପ ଓ କ୍ଷତିର ସମ୍ଭାବନାକୁ ବୃଦ୍ଧି କରିଛି।