ବଢୁଛି ୟୁପିଆଇ କାରବାର

ନୂଆଦିଲ୍ଲୀ,୯।୧୨:ଗତ କିଛି ବର୍ଷ ମଧ୍ୟରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷ କରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ତର ଓ ବର୍ଗର ଲୋକେ ୟୁପିଆଇ ଦ୍ୱାରା କାରବାର କରିବାକୁ ପସନ୍ଦ କରୁଛନ୍ତି। କାରଣ ବର୍ତ୍ତମାନ ସମୟରେ ଡିଜିଟାଲ କାରବାରକୁ ସରକାର ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଏପରିକି ୨୦୧୬ରୁ ଆରମ୍ଭ ହୋଇଥିବା ଏହି ସେବା ଦେଶ ଓ ବିଦେଶର ପ୍ରାୟ ୫୮ ଟି ଆର୍ଥିକ ସଂସ୍ଥା (ବ୍ୟାଙ୍କ) ସହ ଜଡ଼ିତ ରହିଛି। ବିଶେଷକରି ଖୁଚୁରା ବ୍ୟବସାୟରେ ଏହାର ବ୍ୟବହାର ଅଧିକ ହେଉଥିବା ଜଣାପଡ଼ିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ୨୩.୦୬ ବିଲିୟନ କାରବାର ଜରିଆରେ ମୋଟ ୩୮.୩ ଲକ୍ଷ କୋଟି ଟଙ୍କାର ନେଣଦେଣ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ୭,୩୦୯.୪୫ ମିଲିୟନ ଲୋକ ୧୧,୯୦,୫୯୩.୩୯ କୋଟି ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମଧ୍ୟ ଡିଜିଟାଲ କାରବାର ଓ ଇ ମୁଦ୍ରାକୁ ଗୁରୁତ୍ୱ ଦେଉଥିବାରୁ ଗତ ମାସରେ ୟୁପିଆଇର କାରବାରକୁ ସରଳୀକରଣ କରିବା ସହିତ ଅନ୍ୟାନ୍ୟ ସେବା ଓ ସୁବିଧା ସଂଯୋଗ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସେହିପରି ଠକେଇ ଓ ଚୋରିରୁ ମୁକ୍ତି ପାଇବା ପାଇଁ ସବୁ ବର୍ଗର ବ୍ୟବସାୟୀ ଓ ଲୋକମାନେ ମଧ୍ୟ ୟୁପିଆଇର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ପ୍ରତି ମାସ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିି ପାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ନ୍ୟାଶନାଲ ପେମେଣ୍ଟ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଅଧୀନରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ପରିଚାଳିତ ହେଉଛି।
ସୂଚନାଯୋଗ୍ୟ, ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ ସିଙ୍ଗଲ-ବ୍ଲକ୍‌ ଏବଂ ଏକାଧିକ ଡେବିଟ୍‌ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ୟୁପିଆଇର ଉକ୍ତ ସୁବିଧା ବ୍ୟବହାରକାରୀମାନଙ୍କୁ ଯୋଗାଇଦେବା ଲାଗି ଏନ୍‌ପିସିଆଇକୁ ରିଜର୍ଭ ବ୍ୟାଙ୍କ କହିଥିବା ସୂଚନା ମିଳିଛି। ଏପରିକି ଉକ୍ତ ସୁବିଧା ଆରମ୍ଭ ହେବା ପରେ ୟୁପିଆଇ ଜରିଆରେ ଇ-କମର୍ସ କମ୍ପାନୀଙ୍କୁ ପେମେଣ୍ଟ୍‌, ଷ୍ଟକ ବଜାରରେ ନିବେଶ, ହୋଟେଲ ବୁକିଂ ଲାଗି ପେମେଣ୍ଟ କରିବା ଆହୁରି ସହଜ ହୋଇପାରିବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଫଳରେ ଉକ୍ତ ବ୍ୟବସ୍ଥା ଜରିଆରେ ଗ୍ରାହକ ଠିକ୍‌ ସମୟରେ ପେମେଣ୍ଟ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri