ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨ର କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ନିକଟରେ ମଙ୍ଗଳବାର ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଆମପାଣି ପୋଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଥିଲା। ତେବେ ଦୁର୍ଘଟଣାରେ ମୃତ ବ୍ୟକ୍ତି  ଆମପାଣି ପଞ୍ଚାୟତ ଟିର୍ଲିଆମ ଗ୍ରାମର ସଦା ମାଝି(୪୫) ବୋଲି ଜଣାପଡ଼ିଛି। ସେ ଜଣେ ମାନସିକ ବିକାର ଗ୍ରସ୍ତ ରହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏନେଇ ପୋଲିସ ମୃତକଙ୍କ ପରିବାରଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାରକୁ ହସ୍ତାନ୍ତର କରିଛି। ଏନେଇ ଆମପାଣି ଥାନାରେ ଦୁର୍ଘଟଣା ଜନିତ ମାମଲା ୧୨୦/୨୨ ରୁଜୁକରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପଟେ ଖବର ପାଇ ଆମପାଣି ସରପଞ୍ଚଙ୍କ ପ୍ରତିନିଧି ମନୋରଞ୍ଜନ ବାଣୁଆ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିବା ଓ ଅଜଣା ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରୀ କ୍ଷତିପୂରଣ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri