Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ
ଆଜି ଅର୍ଥପ୍ରାପ୍ତି କିମ୍ବା କାର୍ଯ୍ୟହାସଲ କରିବା ସକାଶେ କଠୋର ପଦକ୍ଷେପ ନେବାକୁ ପଡ଼ିପାରେ। କୃତ୍ତିକା ନକ୍ଷତ୍ର ସକାଶେ ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଓ ପ୍ରତିବନ୍ଧକ ଦେଖା ଦେଇପାରେ। ପ୍ରିୟଜନଙ୍କ ସହିତ ଦୂର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିବେ। ମୃଗଶିରା ନକ୍ଷତ୍ର ପାଇଁ ଖଳ ଲୋକମାନଙ୍କ ପ୍ରରୋଚନାରେ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା, ପ୍ରକାଶନ, ପ୍ରଶାସନ ଓ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ବ୍ୟକ୍ତି ବିଶେଷଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ବୁଝାମଣା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ସନ୍ଧ୍ୟା ସମୟରେ ପୁନର୍ବସୁ ନକ୍ଷତ୍ର ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇପାରନ୍ତି । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କର୍କଟ
କର୍କଟ
ଗ୍ରହସଂଯୋଗବଶତଃ ଅର୍ଥଲାଭ ହେଲେ ମଧ୍ୟ ପାରିବାରିକ କ୍ଷେତ୍ର ବିପଦସଙ୍କୁଳ ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ ଓ ମନୋରଞ୍ଜନପ୍ରିୟ ହେବେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଅଶ୍ଳେଷା ନକ୍ଷତ୍ର ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ସି˚ହ
ସି˚ହ
ଆଜି ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ବିନୟପୂର୍ଣ୍ଣ ବ୍ୟବହାର ସାହାଯ୍ୟ କରିବ। ମଘା ନକ୍ଷତ୍ର ସକାଶେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ । ଯେଉଁଜିନିଷ ପାଇବାକୁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ତଥାପି ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ଶୁକ୍ର ସହ ବୁଧଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ହସ୍ତା ନକ୍ଷତ୍ରର ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ପ୍ରଶଂସିତ ମଧ୍ୟ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ମନସ୍ଥ କରିବେ । ଦୂରଯାତ୍ରା ସମ୍ପର୍କରେ ଚିନ୍ତାବୃଦ୍ଧି ପାଇବାର ଆଶଙ୍କା ରହିଛି ।
ତୁଳା
ତୁଳା
ପାପଦୃଷ୍ଟ ବୃହସ୍ପତିଜନିତ ନିଜର ଲୋକମାନେ ଈର୍ଷାପରାୟଣ ହୋଇ ଦୂରେଇଯାଇ ପାରନ୍ତି। ଚିତ୍ରା ନକ୍ଷତ୍ର ନୂତନ ଯୋଜନାଟିକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ ମାତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କ୍ରନିକ୍‌ ରୋଗପୀଡ଼ାରେ ସାମୟିକ କଷ୍ଟ ପାଇବାର ସୂଚନା ରହିଛି ।
ବିଛା
ବିଛା
ପ୍ରତିକୂଳ ଗ୍ରହସ୍ଥିତି କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିପାରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ବିଶାଖା ନକ୍ଷତ୍ରର କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଜନିତ ବନ୍ଧୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରି ହଇରାଣ ହେବେ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ଆଶା କରାଯାଇପାରେ । ପୂର୍ବାଷାଢ଼ା ନକ୍ଷତ୍ରର ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସୂଚନା ବିଦ୍ୟମାନ । ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ଶୀଘ୍ର ଚିକିତ୍ସାର ବନ୍ଦୋବସ୍ତ କରିବା ଭଲ ।
ମକର
ମକର
ନିଜ ଲୋକଙ୍କ ସହ ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ଅଶାନ୍ତି ଭାବନା ସୃଷ୍ଟି ହୋଇପାରେ। ଧନିଷ୍ଠା ନକ୍ଷତ୍ର ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଅର୍ଥସଙ୍କଟକୁ ବନ୍ଧୁ ଜଣେ ସମାଧାନ କରିବାରେ ସଫଳ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସମୟର ବ୍ୟତିକ୍ରମତା ହେତୁ ମିତ୍ରମାନେ ମଧ୍ୟ ଶତ୍ରୁ ପାଲଟି ଯିବାର ଆଶଙ୍କା ରହିଛି। ଅବଶ୍ୟ ଶତଭିଷା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ପରିବାରରେ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ । ଅଧିକ ବୁଲାବୁଲି କାରଣରୁ ଶିରପୀଡ଼ାଜନିତ ଅସୁସ୍ଥତା ଦେଖାଦେବ।
ମୀନମୀନ
ପୂର୍ବଭାଦ୍ରପଦ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରି ଯିବାରୁ ଆଶ୍ୱସ୍ତିଲାଭ କରିବେ। ସକାଳୁ ସକାଳୁ ଖୁସି ଖବରଟିଏ ପାଇବେ, ଯାହାକି ମନରେ ଉତ୍ସାହ ଭରିଦେବ। ଆଜିର କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମାନସିକ ଶାନ୍ତି ବୃଦ୍ଧିପ୍ରାପ୍ତ ହେବ । ରାଜନୈତିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri