Posted inଖେଳ

ସ୍କାଲୋନିଙ୍କ ଦୃଢ଼ ନିଷ୍ପତ୍ତି

ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଏକ ବଡ଼ ବିଜୟ ସହ କାତାର ଫୁଟ୍‌ବଲ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ଲୋଇସ୍‌ ଭାନ୍‌ ଗାଲ୍‌ (ନେଦରଲାଣ୍ଡ୍ସ କୋଚ୍‌)ଙ୍କ ଦଳ ସହିତ ମୁକାବିଲା କରିବେ। ଏହି ମ୍ୟାଚ ଲୁସେଲ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ଲିଓନେଲ ମେସି ଓ ତାଙ୍କ ଦଳ ପ୍ରଥମ ଦୁଇ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ ଖେଳିଥିଲା। ଦଳ ସାଉଦି ଆରବ ବିପକ୍ଷ ମ୍ୟାଚରେ ହାରିଯିବା ପରେ ମେକ୍ସିକୋକୁ ପରାସ୍ତ କରିଥିଲା। ଆର୍ଜେଣ୍ଟିନା ଜାତୀୟ ଦଳ କୋଚ୍‌ ସ୍କାଲୋନି ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ପରିପ୍ରେକ୍ଷୀରେ ଦଳର ଫରମେଶନରେ ପରିବର୍ତ୍ତନ ଲାଗି କଠୋର ନିଷ୍ପତ୍ତି ନେଇଥିଲେ। ଆରବ ବିପକ୍ଷ ମ୍ୟାଚ ପରେ ସେ ମେକ୍ସିକୋ ବିପକ୍ଷ ମ୍ୟାଚରେ ତାଙ୍କ ଫରମେଶନରେ ୫ ପରିବର୍ତ୍ତନ କରାଇଥିଲେ। ପରେ ପୋଲାଣ୍ଡ ବିପକ୍ଷ ମ୍ୟାଚରେ ୪ ପରିବର୍ତ୍ତନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ଏହି ସମାନ ଫର୍ମେଶନରେ ଖେଳିବା ଲାଗି ସ୍ଥିର କରିଥିଲେ। ମାତ୍ର ଡି’ ମାରିଆଙ୍କ ଇଞ୍ଜୁରି ପରେ ସେ ପପୁ ଗୋମେଜ୍‌ଙ୍କୁ ଦଳରେ ନେଇଥିଲେ। ପରିସ୍ଥିତିକୁ ଚାହିଁ ଖେଳର ଷ୍ଟାଇଲ ପରିବର୍ତ୍ତନ କରି ମ୍ୟାଚ ଜିତିବା ଆର୍ଜେଣ୍ଟିନାର ମୂଳ ଲକ୍ଷ୍ୟ। ଅନ୍ୟପକ୍ଷରେ କୋଚ୍‌ ଲୋଇସ୍‌ ଭାନ୍‌ ଗାଲ୍‌ଙ୍କ ଅଧୀନରେ ନେଦରଲାଣ୍ଡ୍ସ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ୪ଟି ଦଳ ମଧ୍ୟରେ ଅନ୍ୟତମ। ଅନ୍ୟ ଦଳଗୁଡ଼ିକ ହେଲା ଇଂଲଣ୍ଡ, ମରକ୍କୋ ଓ କ୍ରୋଏସିଆ। ରୁଷିଆ ୨୦୧୮ ସଂସ୍କରଣ ଖେଳିସାରିବା ପରେ ନେଦରଲାଣ୍ଡ୍ସ ଚଳିତ ବିଶ୍ୱକପ୍‌କୁ ଏକ ନୂଆ ଦଳ ନେଇ କରି ଆସିଛି। ବିଶ୍ୱକପ୍‌ ଧରି ଦଳ ଫେରିବ ବୋଲି ମନସ୍ଥ କରିଛି। କ୍ୱାର୍ଟରଫାଇନାଲରେ ଲୋକେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଏକ ହାଇ ଭୋଲ୍‌ଟେଜ ମୁକାବିଲା ଦେଖିବାକୁ ପାଇବେ। ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ଦୁଇ ଦଳ ପ୍ରଥମ ଥର ମୁହଁାମୁହିଁ ହେବାକୁ ଯାଉଛନ୍ତି। ଏହି ଦୁଇଦଳ ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଛନ୍ତି। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ୨-୦ ଏବଂ ୧୯୮୨ ବିଶ୍ୱକପ୍‌ରେ ୩-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ପୋଲାଣ୍ଡକୁ ୩-୧ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଡିଡିଏର ଡେସଚାମ୍ପଙ୍କ ନେତୃତ୍ୱରେ ଏହି ଦଳକୁ ଚଳିତ ବିଶ୍ୱକପ୍‌ର ସବୁଠାରୁ ଶକ୍ତିଶାଳୀ ଦଳ ବିବେଚନା କରାଯାଉଛି। କିଲିଆନ ଏମ୍‌ବାପେ ହେଉଛନ୍ତି ଦଳର ପ୍ରମୁଖ ଖେଳାଳି। ଅନ୍ୟପକ୍ଷରେ ସେନେଗାଲ ବିପକ୍ଷ ମ୍ୟାଚ ୩-୦ ଗୋଲ୍‌ରେ ଜିତି ଇଂଲଣ୍ଡ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଏହି ବିଜୟ ସହ ଦଳ ଚଳିତ ବିଶ୍ୱକପ୍‌ର ଅନ୍ୟତମ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି।
-(ଚିଭାକ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri