ୟୁକ୍ରେନ୍‌ ଉପରେ ୭୦ ମିଶାଇଲ ମାଡ଼

ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ ରୁଷିଆର ସାମରିକ ବଳ ସୋମବାର ୟୁକ୍ରେନ୍‌ ଉପରେ ଘନଘନ ମିଶାଇଲ୍‌ ମାଡ଼ କରିଛି। ରୁଷିଆ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ୭୦ କ୍ଷେପଣାସ୍ତ୍ର ଜରିଆରେ ଟାର୍ଗେଟ୍‌ କରାଯାଇଥିବାବେଳେ ତହିଁରୁ ୬୦ଟିକୁ ୟୁକ୍ରେନୀୟ ସୈନ୍ୟ ଖସାଇ ଦେଇଥିବା ଦାବି କରିଛନ୍ତି। ତେବେ ଜାପୋରିଝିଆସ୍ଥିତ ଆଣବିକ ଶକ୍ତିକେନ୍ଦ୍ରରେ ହୋଇଥିବା ମିଶାଇଲ ଆକ୍ରମଣରେ ୨ ଜଣ ନିହତ ହୋଇଛନ୍ତି। ଏହି ଆକ୍ରମଣକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଉ ଏକ ବର୍ବରତା ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ନିନ୍ଦା କରାଯାଇଛି। ଇତିମଧ୍ୟରେ ଜାତିସଂଘ ମାନବ ଅଧିକାର ଉଚ୍ଚାୟୁକ୍ତ ଭୋଲ୍‌କର ଟର୍କ କିଭ୍‌ ଗସ୍ତ କରି ଯୁଦ୍ଧ ଶେଷ ପାଇଁ ମସ୍କୋକୁ ପରାମର୍ଶ ଦେଇଛନ୍ତି। ସେପଟେ ପୁଟିନ୍‌ ରୁଷିଆ ସହ କ୍ରିମିଆ ଉପଦ୍ୱୀପକୁ ସଂଯୋଗ କରୁଥିବା ବ୍ରିଜ୍‌ରେ ଗାଡ଼ି ଚଳାଇଛନ୍ତି। ଗତ ଅକ୍ଟୋବରରେ ହୋଇଥିବା ଆକ୍ରମଣରେ ଏହି ବ୍ରିଜ୍‌ର କିଛି ଅଂଶ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଏହାକୁ ଯୁଦ୍ଧକାଳୀନଭିତ୍ତିରେ ମରାମତି କରିବା ପରେ ବାହାଦୁରି ମାରିବା ପାଇଁ ପୁଟିନ୍‌ ବ୍ରିଜ୍‌ ଉପରେ ନିଜେ ଡ୍ରାଇଭିଂ କରିଥିବା କୁହାଯାଉଛି। ପ୍ରକାଶ ଯେ, ୨୦୧୪ରେ ରୁଷିଆ କ୍ରିମିଆକୁ ଦଖଲ କରିବା ପରେ ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ୧୨ ମାଇଲ୍‌ ବିଶିଷ୍ଟ ଏହି ବ୍ରିଜ୍‌ ନିର୍ମାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri