Posted inଜାତୀୟ

ଏଆଇଏଡିଏମ୍‌କେରେ ଫାଟ ବଢ଼ୁଛି

ଚେନ୍ନାଇ,୫।୧୨ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏଡିଏମ୍‌କେରେ ଗୋଷ୍ଠୀ ବିବାଦ ବଢ଼ୁଥିବା ପୁନର୍ବାର ପଦାରେ ପଡ଼ିଛି। ଓ. ପିନୀରସେଲଭାମ୍‌ ସୋମବାର ଚେପକ୍‌ ଗେଷ୍ଟହାଉସ୍‌ରୁ ଜୟଲଲିଥାଙ୍କ ସ୍ମାରକୀ ପର୍ଯ୍ୟନ୍ତ ରାଲି ବାହାର କରି ସେଠାରେ ସମର୍ଥକମାନଙ୍କୁ ଶପଥ ଗ୍ରହଣ ଲାଗି ଯୋଜନା ପ୍ରସ୍ତୁତ କରିଥିବାବେଳେ ଏଏମ୍‌ଏମ୍‌କେ ମୁଖ୍ୟ ଟି.ଟି.ଭି. ଦିନାକରନ ଆନ୍ନା ଷ୍ଟାଚ୍ୟୁଠାରୁ ରାଲି ବାହାର କରିବେ ଏବଂ ଭି.କେ. ଶଶୀକଳା ଅଲଗା ଯାଇ ଜୟଲଲିଥାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ତେବେ କୌଣସି ରାଲିକୁ ପୋଲିସ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ। ଅନ୍ୟ ପକ୍ଷରେ ବିଦ୍ରୋହୀ ଏଡାପାଡି ପାଲାନିସ୍ବାମୀ (ଇପିଏସ୍‌) ତାଙ୍କ ସମର୍ଥକମାନଙ୍କ ସହ ଅଲଗା ଯାଇ ଶପଥ ପାଠ କରିବେ ବୋଲି ସୂଚନା ମିଳିଛି। ଏଆଇଏଡିଏମ୍‌କେରେ ନେତୃତ୍ୱକୁ ନେଇ ବିବାଦ ଜାରି ରହିଛି। ମାଡ୍ରାସ ହାଇକୋର୍ଟ ଇପିଏସ୍‌ଙ୍କ ନେତୃତ୍ୱ ସପକ୍ଷରେ ରାୟ ଦେଇଥିବାବେଳେ ଓପିଏସ୍‌ ଗୋଷ୍ଠୀ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତରେ ପିଟିଶନ ଶୁଣାଣି ପୂର୍ବରୁ ଦଳରେ ଗୋଷ୍ଠୀ ବିବାଦ ପୁଣିଥରେ ତୀବ୍ର ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଦଳରେ ଫାଟ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ଡି. ଜୟକୁମାର କହିଛନ୍ତି।

ଦଳକୁ କ୍ଷତି ପହଞ୍ଚାଇବା ପାଇଁ ଯେଉଁ କେତେଜଣ ଡିଏମ୍‌କେ ସହ ଚୁକ୍ତି କରିଥିଲେ ସେମାନଙ୍କୁ ବିଦା କରାଯାଇଥିବା ସେ କହିଛନ୍ତି। ପୂର୍ବରୁ ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଇପିଏସ୍‌ ଗୋଷ୍ଠୀ ସୋମବାର କାର୍ଯ୍ୟକ୍ରମ ଲାଗି ପୋଲିସ ସୁରକ୍ଷା ଲୋଡ଼ିଛନ୍ତି। ଗତବର୍ଷ ଜୟଲଲିଥାଙ୍କ ଶ୍ରାଦ୍ଧବାର୍ଷିକୀକୁ ପୋଲିସ ବିଗାଡ଼ିଦେଇଥିଲା ବୋଲି ଏଆଇଏଡିଏମ୍‌କେ ଏବଂ ଏଏମ୍‌ଏମ୍‌କେ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ। ଏଥର ମାରିନା ବେଳାଭୂମିରେ ଶ୍ରାଦ୍ଧବାର୍ଷିକୀ ପାଳନ ବେଳେ ନେତାମାନଙ୍କୁ କଳା ଶାର୍ଟ ପିନ୍ଧି ରାଲିରେ ସାମିଲ ହେବାକୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ...

ନିଜର ସମ୍ମାନ ଭୁଲି ଶସ୍ତା କଥା କହୁଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନନୈତିକ ଦଳ ମଧ୍ୟରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଜାରି ରହିଛି। ସେପଟେ କଂଗ୍ରେସ ଦଳ ପୁଣି ଥରେ...

ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୫: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ...

ଆତଙ୍କବାଦୀ ନିଜ୍ଜର ହତ୍ୟାକାରୀଙ୍କ ଲରେନ୍ସ ବିଶ୍ନୋଇଙ୍କ ସହ ରହିଛି କନେକସନ, କାନାଡା ପୋଲିସ ଜାରି କଲା ଅଭିଯୁକ୍ତଙ୍କ ଫଟୋ

ଓଟାଓ୍ବା,୪।୫: ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନଜ୍ଜାରଙ୍କ ହତ୍ୟା ମାମଲାରେ କାନାଡା ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର...

ମେ’ ୧୪ରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ...

କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪ା୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri