ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକ ନିମନ୍ତେ ନୂତନ ଅର୍ଥନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ସହ ୨୦୨୨-୨୩ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଥିବା ୩ଟି ସ୍ବୟଂସହାୟକ ଗୋଷ୍ଠୀ ଓ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। ୨୦ ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ମାଧ୍ୟମରେ ଅଣକାଷ୍ଠ ବନଜାତ ଦ୍ରବ୍ୟର ବ୍ୟବସାୟ ପାଇଁ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ ସହ ଏପିସି ମାଧ୍ୟମରେ ୧ ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ସାମୂହିକ କୃଷି ଓ ବଜାର ବ୍ୟବସ୍ଥା, ବିଉଟି ଆଣ୍ଡ ୱେଲ୍‌ନେସ୍‌ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ ମାଧ୍ୟମରେ ୧୫ ହଜାର ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ସୌନ୍ଦର୍ଯ୍ୟ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା, ରବର କେମିକାଲ ଆଣ୍ଡ ପେଟ୍ରୋକେମିକାଲ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ମାଧ୍ୟମରେ ୨ ହଜାର ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ଚପଲ ପ୍ରସ୍ତୁତି, ଫ୍ଲିପ୍‌କାର୍ଟ ମାଧ୍ୟମରେ ସମସ୍ତ ଏସ୍‌ଏଚ୍‌ଜିଙ୍କ ନିମନ୍ତେ ଇ-କମର୍ସ ସୁଯୋଗ ସୃଷ୍ଟି ତଥା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହିତ ରାଜିନାମା ସ୍ବାକ୍ଷରିତ ହୋଇଛି। ପୁନଶ୍ଚ ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାର୍ଲଡ ଫିସ୍‌ ସହିତ, ଚାଉଳର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର(ଆଇଆର୍‌ଆର୍‌ଆଇ) ସହିତ ଏବଂ ଚିନାବାଦାମର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ନିମନ୍ତେ ଇକ୍ରିସାଟ୍‌ (ଆଇସିଆର୍‌ଆଇଏସ୍‌ଏଟି) ସହିତ ଖୁବ୍‌ଶୀଘ୍ର ରାଜିନାମା ସ୍ବାକ୍ଷରିତ ହେବ ବୋଲି ସୂଚନା ଦିଆଯାଇଛି।

ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‌ଙ୍କ ପରିଚାଳନାରେ ଆୟୋଜିତ ପ୍ଲେନାରୀ ଅଧିବେଶନର ଆଲୋଚ୍ୟ ପ୍ରସଙ୍ଗ ରହିଥିଲା ମହିଳା ସଶକ୍ତୀକରଣ ନିମନ୍ତେ ଆର୍ଥିକ ସ୍ବାଧୀନତା ନିର୍ମାଣ (ବିଲ୍‌ଡିଂ ଇକୋନୋମିକ୍‌ ଇଣ୍ଡିପେଣ୍ଡେନ୍ସ ଫର୍‌ ଓମେନ ଏମ୍‌ପାୱାରମେଣ୍ଟ)। ଏହି ଅବସରରେ ୫ ଜଣଙ୍କୁ ଏସ୍‌ଏଚ୍‌ଜିରେ ଅଭିନବତ୍ୱ ନିମନ୍ତେ ପୁରସ୍କୃତ କରାଯାଇଥିବା ବେଳେ ଏସ୍‌ଏଚ୍‌ଜି ଉଦ୍ୟୋଗୀ ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୯ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ମାନସୀ ନିମ୍ବାଲ ପ୍ଲେନାରୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ମହିଳା ଉଦ୍ୟୋଗୀ ସୃଷ୍ଟି ଓ ସେମାନଙ୍କୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ବହୁବିଧ ପଦକ୍ଷେପ ତଥା ବ୍ୟବସାୟ ସ୍ଥାପନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଦୁଇଟି କ୍ଷେତ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମହିଳା ଉଦ୍ୟୋଗୀ ଅଧିବେଶନରେ ରାଜ୍ୟର ୩୦ଟି ଜିଲାରୁ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri