Odisha Elections 2024

‘୨୦୨୩ ସୁଦ୍ଧା ପଦ୍ମପୁର ହେବ ଜିଲା’

ବରଗଡ଼ ଅଫିସ୍‌/ପାଇକମାଳ/

ଝାରବନ୍ଧ/ପଦ୍ମପୁର,୩ା୧୨: କଥା ନୁହେଁ, କାମରେ ବିଶ୍ୱାସ କରେ। ଆସନ୍ତା ୨୦୨୩ ସୁଦ୍ଧା ପଦ୍ମପୁର ଜିଲା ଗଠନ ହେବ। ନିର୍ବାଚନ ଆଚରଣ ସଂହିତା ଉଠିଲେ ଚାଷୀଙ୍କ ଆକାଉଣ୍ଟରେ ମରୁଡ଼ି ସହାୟତା ଅର୍ଥାତ ଇନ୍‌ପୁଟ ସବ୍‌ସିଡ଼ି ଜମା ହେବ। ଶୁକ୍ରବାର ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାରରେ ଆସି ଏହା ଘୋଷଣା କରିଛନ୍ତି। ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଞ୍ଚଳର ଅନ୍ୟ ପ୍ରମୁଖ ଦାବିଗୁଡ଼ିକ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରରେ ଅନୁଷ୍ଠିତ ପୃଥକ୍‌ ନିର୍ବାଚନୀ ସଭାରେ ସେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଜୟ ପ୍ରଭୁ ନୃସିଂହନାଥ ଏବଂ ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ସବୁବେଳେ ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି।
ଗରିବଙ୍କ ହକ୍‌ ପାଇଁ ଲଢ଼ୁଥିବାବେଳେ ଚାଷୀ, କେନ୍ଦୁପତ୍ର ତୋଳାଳି, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରିଆସୁଛନ୍ତି। ସେହିପରି ମା’ମାନଙ୍କୁ ଉଦ୍ୟୋଗୀ କରିବା ତାଙ୍କ ଲକ୍ଷ୍ୟ ରହିଛି। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଦେବାରେ ଓଡ଼ିଶା ଦେଶରେ ପ୍ରଥମ। କିନ୍ତୁ କେନ୍ଦ୍ରର ଭାଜପା ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସ୍‌ଟି ଲଗାଉଥିବାବେଳେ ସୁନାରେ ମାତ୍ର ୩ ପ୍ରତିଶତ ଜିଏସ୍‌ଟି ଲଗାଉଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନରେ ଓଡ଼ିଶା ପ୍ରଥମ। ଆହୁରି ୧୫୯ କମ୍ୟୁନିଟିର ଲୋକଙ୍କୁ ଜନଜାତି ବର୍ଗରେ ନେବା ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରେ ପ୍ରସ୍ତାବ ଦେଇଛି। ମାତ୍ର କେନ୍ଦ୍ର ସେଥିରେ ଅବହେଳା କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଆଗକୁ ଆହୁରି ଅଧିକ ଖର୍ଚ୍ଚ କରାଯିବ। ମାତ୍ର କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ମଧ୍ୟ ସେ କେନ୍ଦ୍ର ଉପରେ ବର୍ଷିଥିଲେ। ଆବାସ ଯୋଜନାରେ ରାଜ୍ୟରେ ପ୍ରତିବର୍ଷ ୫ଲକ୍ଷ ଗରିବ ଲୋକଙ୍କୁ ଘର ମିଳୁଥିଲା। ମାତ୍ର ଭାଜପା ଏମ୍‌ପିମାନଙ୍କ ବିରୋଧ ଯୋଗୁ ଗତ ୨ବର୍ଷ ହେଲା କେନ୍ଦ୍ର ତାକୁ ବନ୍ଦ କରିଦେଇଛି। ଫଳରେ ୧୦ଲକ୍ଷ ଗରିବ ଲୋକ ଘର ପାଇ ପାରିନାହାନ୍ତି ଏବଂ ପଦ୍ମପୁର ଅଞ୍ଚଳର ୨୫ହଜାର ଗରିବ ଲୋକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର ଆବାସ ଯୋଜନା ବନ୍ଦ କରିଦେଲେ ସୁଦ୍ଧା ବିଜେଡ଼ି ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସେ ସମାଲୋଚନା କରିଥିଲେ। ବିଜେଡ଼ି ପ୍ରାର୍ଥିନୀ ବର୍ଷାଙ୍କ ପ୍ରତି ଭାଜପା ନେତୃବୃନ୍ଦ କଟୁ ସମାଲୋଚନା କରିବା ଘଟଣା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ସଭାରେ ଦଳୀୟ ପ୍ରାର୍ଥୀ ବରିହାଙ୍କ ସମେତ ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ନବ କିଶୋର ଦାଶ, ରାଜେନ୍ଦ୍ର ଢୋଲକିଆ, ଅତନୁ ସବ୍ୟସାଚୀ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।
ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକ୍ୟାପ୍ଟର ଯୋଗେ ଆସି ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇଥିଲେ। ସେଠାରୁ ପୁଣି ହେଲିକ୍ୟାପ୍ଟର ଯୋଗେ ଝାରବନ୍ଧ ଅଭିମୁଖେ ଯାଇଥିଲେ। ଦିନ ପ୍ରାୟ ୧୨ଟା ୧୦ ମିନିଟରେ ସେଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚତ୍ଥିଲେ ଏବଂ ପ୍ରାୟ ଘଣ୍ଟା ରହିବା ପରେ ପାଇକମାଳ ନିର୍ବାଚନୀ ସଭାକୁ ଯାଇ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ପୁଣି ପଦ୍ମପୁରକୁ ଫେରି ସ୍ଥାନୀୟ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ, ଯାଦବ ସମାଜ, ତୈଳିକ ସମାଜ ସମେତ ବିଭିନ୍ନ ସମାଜର ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri