Odisha Elections 2024
Posted inଜାତୀୟ

ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଉଜୈନରେ ପହଞ୍ଚିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରା ସମୟର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସ୍ବରା ସିମ୍ଫଲ୍‌ ଲୁକ୍‌ରେ ନଜର ଆସିଥିଲେ। ସେ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଏହା ସହିତ ଏକ ପ୍ରିଣ୍ଟେଡ୍‌ ଶାଲ ନେଇଥିଲେ। ଅନ୍ୟପଟେ ଏହି ଯାତ୍ରାରେ ସ୍ବରା ରାହୁଲଙ୍କୁ ଏକ ଗୋଲାପ ଫୁଲ ଗୁଚ୍ଛ ଦେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସ୍ବରା ହସୁଥିବା ବେଳେ ରାହୁଲ ମୁଣ୍ଡ ତଳକୁ କରି ଫୁଲ ଗ୍ରହଣ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରାରେ ସାମିଲ ହେବା ପରେ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ...

ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ

ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ...

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ...

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ...

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ...

ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ...

‘ଯେବେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେମାନଙ୍କୁ…’,ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ଚଣ୍ଡିଗଡ଼,୨୬।୫: ପଞ୍ଜାବରେ ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଠାରେ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଜନସଭାକୁ...

ରେକର୍ଡ ଭାଙ୍ଗିଲା ରାଜସ୍ଥାନ, ଲୋକ ସଭା ନିର୍ବାଚନ ସମୟରେ ଏତେ ହଜାର କୋଟି ଟଙ୍କା ଜବତ

ଜୟପୁର,୨୬।୫: ମାର୍ଚ୍ଚ ଆରମ୍ଭରୁ ଲୋକ ସଭା ନିର୍ବାଚନ ସମୟରେ ରାଜସ୍ଥାନର ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ବା ପ୍ରବର୍ତ୍ତନ ଏଜେନ୍ସି ଦ୍ୱାରା ୧,୨୦୫ କୋଟିରୁ ଅଧିକ ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri