ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌ ପିଙ୍କୁଙ୍କୁ କଲାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବନ୍ଧୁକ ମୁନରେ ଅପହରଣ କରିନେବା ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ଭାଜପା ନେତା ସେନାପତି ରାତାରାତି ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ ଏହି ଘଟଣା ଏବେ ନାଟକୀୟ ମୋଡ଼ ନେଇଛି। ସେନାପତିଙ୍କୁ ବିଧାୟକ ଦିଶାରୀ ଅପହରଣ କରିଥିବା ନେଇ ଭାଜପାର ଝାରବନ୍ଧ ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏତଲା ଦେଇଥିଲେ। ଅପରପକ୍ଷେ ଭାଜପା ନେତା ସେନାପତି ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ଦେବାର୍ଚ୍ଚନ ବରିହା ଝାରବନ୍ଧ ଥାନାରେ ଏତଲା ଦେଇଛନ୍ତି।
ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ଝାରବନ୍ଧ ପୋଲିସ ପୃଥକ୍‌ ୨ଟି ମାମଲା ରୁଜୁ କରିଛି। ଭାଜପା ନେତା ପାଣ୍ଡେଙ୍କ ଏତଲା ଅନୁଯାୟୀ ଲାଞ୍ଜିଗଡ଼ ବିଧାୟକ ଦିଶାରୀଙ୍କ ବିରୋଧରେ ଦଫା ୩୬୩, ୩୭୯, ୫୦୬, ୩୪ ଆଇପିସି ଏବଂ ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ବିଜେଡ଼ି ନେତା ବରିହାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୪୨, ୩୨୩, ୫୦୬, ୩୪ ଆଇପିସିରେ ଅନ୍ୟ ଏକ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଝାରବନ୍ଧ ଥାନାଧିକାରୀ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ଏତଲା ପାଇବାର କିଛି ସମୟ ପରେ ସଲଡ଼ିହି ଗ୍ରାମରୁ ସେନାପତିଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି। ସେହିପରି ଉଭୟ ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ବେହେରା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଭାଜପା ନେତା ସେନାପତିଙ୍କୁ ସୋମବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ଦିଶାରୀ ଏବଂ ତାଙ୍କ ସହଯୋଗୀମାନେ ଏକ ଇନୋଭା କାର୍‌ରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭାଜପା ନେତା ସେନାପତି ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ବରିହା ଥାନାରେ ଅନ୍ୟ ଏକ ଏତଲା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

ଯାଜପୁର ରୋଡ୍‌ ଜିଆର୍‌ଓପି ହେବ ଜିଆର୍‌ପିଏସ୍‌

ଯାଜପୁର,୨୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ (ଜେଜେକେଆର) ‘ଏ’ ବର୍ଗ ସତ୍ତ୍ବେ ଏଠାରେ ଦୀର୍ଘଦିନ ଧରି ଗର୍ଭମେଣ୍ଟ ରେଲଓ୍ବେ ଆଉଟପୋଷ୍ଟ (ଜିଆର୍‌ଓପି) ରହିଛି। ମାତ୍ର ୨ ଜଣ...

ନୂଆ ବସ୍‌ଷ୍ଟାଣ୍ଡରେ ରହୁନାହିଁ ବସ୍‌

ଆଳି,୨୮ା୪(ବନମାଳୀ ସେନାପତି)ଦୀର୍ଘ ଦଶନ୍ଧି ଧରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆଳିରୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ କଟକ ଭୁବନେଶ୍ୱର ଯାତାୟାତ କରୁଛି। ବସ୍‌ରେ...

୬୪ ଗାଁ ଚିହ୍ନଟରେ ସୀମିତ ସୁନାମି ମୁକାବିଲା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri