ଘର ପାଇଁ ଶୁଭ ପ୍ରତୀମା

ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ପ୍ରତୀମା ରହିଛି, ଯାହାକୁ ଘରେ ରଖିଲେ ଘରର ସାଜସଜ୍ଜା ଆକର୍ଷଣୀୟ ଲାଗିବା ସହ ସମୃଦ୍ଧିର ପଥ ଖୋଲି ଯାଇଥାଏ। ଯେମିତିକି:

* ହାତୀ: ବାସ୍ତୁଶାସ୍ତ୍ର ଅନୁସାରେ, ହାତୀର ପ୍ରତୀମା ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ। ପିତଳ କିମ୍ବା ରୂପାର ହାତୀ ପ୍ରତୀମା ଘରେ ରଖିଲେ ଧନ, ସମୃଦ୍ଧି ବୃଦ୍ଧି ହୁଏ। ଏପରିକି ଶୟନକକ୍ଷରେ ରୂପାର ହାତୀ ପ୍ରତୀମା ରଖିଲେ, ରାହୁ ସମ୍ବନ୍ଧିତ ସବୁ ଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

* ହଂସ: ଘରର ଅତିଥି ଗୃହରେ ଯୋଡି ହଂସଙ୍କର ପ୍ରତୀମା ରଖିଲେ ଆର୍ଥିକ ଅଭିବୃଦ୍ଧି ହୁଏ। ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ଶୟନ କକ୍ଷରେ ଯୋଡି ହଂସଙ୍କର ପ୍ରତୀମା ରଖିବା କୁଆଡ଼େ ଶୁଭ ହୋଇଥାଏ।

* କଇଁଛ: ଭଗବାନ ବିଷ୍ଣୁଙ୍କର ଏକ ସ୍ବରୂପ ହେଉଛି କଇଁଛ। ଯେଉଁଠାରେ କଇଁଛ ପ୍ରତୀମା ଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଡ୍ରଇଂ ରୁମ୍‌ର ପୂର୍ବ କିମ୍ବା ଉତ୍ତର ପାର୍ଶ୍ୱରେ କଇଁଛର ପ୍ରତୀମା ରଖିଲେ ଘରେ ଧନ ବୃଦ୍ଧି ହୁଏ। ତେବେ ଧ୍ୟାନ ଦେବେ, କଇଁଛର ମୁହଁ ଯେମିତି ଘରର ଭିତର ଆଡକୁ ରହୁଥିବ।

* ଗାଈ: ଯେଉଁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିକୁ ନେଇ ଚିନ୍ତା ଥାଏ, ସେମାନେ ଘରେ ପିତଳର ଗାଈ ଓ ବାଛୁରୀ ଥିବା ପ୍ରତୀମା ରଖିଲେ ଆଶା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ବି ଘରେ ଗାଈ ପ୍ରତୀମା ରଖିବା ଶୁଭ ହୋଇଥାଏ।

* ଓଟ: ଡ୍ରଇଂ ରୁମ୍‌ ଅବା ଲିଭିଙ୍ଗ୍‌ ରୁମ୍‌ର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଓଟର ପ୍ରତୀମା ରଖିଲେ, ବ୍ୟବସାୟ, ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri