Posted inଜାତୀୟ

ଭାଜପା ପାଇଁ ଭୋଟ ମାଗୁଥିବା କୁନି ଝିଅକୁ ଦେଖି ଆଶ୍ଚର୍ଯ୍ୟ ହେଲେ ମୋଦି, କଂଗ୍ରେସ ଏହାକୁ କରିଛି ପ୍ରସଙ୍ଗ

ନୂଆଦିଲ୍ଲୀ,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଓଲଟା ଗଣତି ଆରମ୍ଭ ହୋଇଗଲାଣି । ଭୋଟିଂ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ ପ୍ରଚାର ଅଭିଯାନ ବି ସେତିକି ଯୋର ଧରୁଛି । ସବୁ ରାଜନୈତିକ ଦଳ ବିଜୟି ହେବା ପାଇଁ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । କ୍ୟାମ୍ପନିଂ ସମୟରେ ଭିନ୍ନ ଭିନ୍ନ ପ୍ରକାର ରଙ୍ଗ ଦେଖିବାକୁ ମିଳୁଛି ।
ଏହାରି ଭିତରେ ସୋମବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ଜଣେ କୁନି ଝିଅ ଜଲଦି-ଜଲଦି ପ୍ରଭାବି ଶବ୍ଦରେ ଭାଜପାକୁ ସପୋର୍ଟ କରି ଗୁଜରାଟି ଭାଷାରେ ଭାଷଣ ଦେଉଥିବା ଦେଖାଯାଇଛି । ଶିଶୁ କନ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଦେଖିବାକୁ ମିଳିଛି । ସେ ଶିଶୁଟିର ଭାଷଣ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଉକ୍ତ ଭିଡିଓରେ କୁନି ଝିଅଟି କାନ୍ଧରେ ଭାଜପାର ଉତ୍ତରି ପକାଇଥିବା ବେଳେ ଅନର୍ଗଳ ଭାବେ ଭାଜପା ସପକ୍ଷରେ ଯେମିତିକି ଅଯୋଧ୍ୟାର ରାମ ମନ୍ଦିର, ଷ୍ଟାଚ୍ୟୁ ଅଫ ୟୁନିଟି ସମ୍ପର୍କରେ ଭାଜପାର ଉପଲବ୍ଧିକୁ ଗଣିବାରେ ଲାଗିଛି । ଏହି ଭାଷଣ ଶୁଣି ମୋଦି ଆଶ୍ଚର୍ଯ୍ୟ ହୋଇଯିବା ସହ କୁନି ଝିଅଟିର ଉତ୍ତରିୟରେ ଅଟୋଗ୍ରାଫ ଦେଇଛନ୍ତି ।
ଗୋଟିଏ ପଟେ ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକେ ଏନଜୟ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ନେଇଛି । କଂଗ୍ରେସ ଏମପି ମଣିକମ ଟାଗୋର କହିଛନ୍ତି ନିର୍ବାଚନ ପ୍ରଚାର ପାଇଁ ନାବାଳିକା କନ୍ୟାକୁ ବ୍ୟବହାର କରିବା ଭୁଲ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri