କିଡ୍‌ନୀ ରୋଗୀଙ୍କୁ ମନ ପସନ୍ଦର ଔଷଧ ଦେବା ସମ୍ଭବ ନୁହେଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଉନ୍ନତମାନର ଔଷଧ ଯୋଗାଣ ଦାବିକରି ୭ମାସ ହେବ ଆନ୍ଦୋଳନ ଚଳାଇଛନ୍ତି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ। ୧୨ଦିନ ହେବ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବା ପରେ ସେମାନେ ଶନିବାରଠାରୁ ରାସ୍ତାକୁ ଓହ୍ଲାଇଛନ୍ତି। ଏଜି ଛକରୁ ରାଜଭବନ ରାସ୍ତାକୁ ଦୁଇ ପାର୍ଶ୍ୱରୁ ଅବରୋଧ କରି ଦିବାରାତ୍ର ବସି ରହିଥିବାରୁ ଉକ୍ତବାଟ ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ରବିବାର ଲୋକସେବା ଭବନ ସଭାଗୃହରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ନିମନ୍ତେ ଔଷଧ ଯୋଗାଣ ସ୍ଥିତିର ସମୀକ୍ଷା କରି କହିଛନ୍ତି, ଓଡ଼ିଶା ଷ୍ଟେଟ୍‌ ମେଡିକାଲ କାଉନ୍‌ସିଲ୍‌ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌) ଦ୍ୱାରା ନିରାମୟ କାଉଣ୍ଟରରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ। ଉକ୍ତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ଏକ୍ସପର୍ଟ କମିଟି ସୂଚନା ଦେଇଛନ୍ତି। ତେଣୁ କିଡ୍‌ନୀ ରୋଗୀଙ୍କ ମନ ପସନ୍ଦର ଭିନ୍ନ ଭିନ୍ନ ଔଷଧ ଦେବା ସମ୍ଭବ ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ରୋଗୀଙ୍କ ପାଇଁ କିଣାଯାଉଥିବା ଔଷଧର ଗୁଣାତ୍ମକ ମାନ, କ୍ରୟ ଓ ଯୋଗାଣ ସମ୍ବନ୍ଧିତ ତଥ୍ୟ ରଖିଥିଲେ। ଏଥିସହ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀମାନେ ଔଷଧର ଗୁଣାତ୍ମକ ମାନକୁ ନେଇ ଉଠାଉଥିବା ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଅପରେଶନ ଓ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଔଷଧ ସରକାରୀ ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାର ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଦିଆଯାଉଛି। ଏହି ସମସ୍ତ ଔଷଧର ଗୁଣାତ୍ମକ ମାନ ଏନ୍‌ଏବିଏଲ୍‌ ସ୍ବୀକୃତ ପରୀକ୍ଷାଗାର ଦ୍ୱାରା ପ୍ରମାଣିତ ହୋଇଥାଏ। ଔଷଧ କିଣାଯିବା ପୂର୍ବରୁ ନିର୍ଭରଯୋଗ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଗୁଣାତ୍ମକ ମାନ ଯାଞ୍ଚ କରାଯାଏ। ସବୁଠାରୁ ଅଧିକ ଫଳଦାୟୀ ଓ ପାର୍ଶ୍ୱପ୍ରତିକ୍ରିୟା ନ ଥିବା ଔଷଧକୁ ରାଜ୍ୟ ଔଷଧ ନିଗମ ସ୍ବଚ୍ଛ ଅନ୍‌ଲାଇନ୍‌ ପ୍ରକ୍ରିୟାରେ କିଣି ଆବଶ୍ୟକ ପରିମାଣରେ ଯୋଗାଇ ଥାଆନ୍ତି। ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ ମାଧ୍ୟମରେ ୧୨୦ ଜଣ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଅପରେଶନ ପରବର୍ତ୍ତୀ ଚିକିତ୍ସା ଚାଲୁ ରହିଛି। ସେମାନଙ୍କ ମଧ୍ୟରୁ ୭୫% ଅର୍ଥାତ୍‌ ୯୦ଜଣ ରୋଗୀ ନିରାମୟ ମାଧ୍ୟମରେ ଦିଆଯାଉଥିବା ଔଷଧ ଖାଉଛନ୍ତି। ଏମାନେ କେବେ ଔଷଧର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ କୌଣସି ଅଭିଯୋଗ କରିନାହାନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ହେଉଛି। ତେଣୁ ନିରାମୟ ମାଧ୍ୟମରେ ଯୋଗାଯାଉଥିବା ଔଷଧର ଗୁଣାତ୍ମକ ମାନ ବିଷୟରେ କୌଣସି ବୈଷୟିକ କମିଟି ସନ୍ଦେହ ପ୍ରକଟ କରିନାହାନ୍ତି। ଏପରିକି ଏହି ଔଷଧକୁ ନେଫ୍ରୋଲୋଜି, ରେମାଟୋଲୋଜି ଏବଂ ଡେର୍‌ମାଟୋଲୋଜି ଆଦି ବିଭାଗରେ ରୋଗୀଙ୍କୁ ଦିଆଯାଉଛି। କୌଣସି ରୋଗୀଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ହୋଇ ନ ଥିବା ବୈଠକରେ ଡାକ୍ତରମାନେ ମତ ଦେଇଥିଲେ। ଆଲୋଚନାରେ ଫାର୍ମାକୋ ଭିଜିଲାନ୍ସ କମିଟି ସଦସ୍ୟ, ବରିଷ୍ଠ ଭେଷଜ ପ୍ରଫେସର, ସ୍ପେଶାଲିଷ୍ଟଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri