‘ଗାଁ ମାଟି ମୋତେ ଲେଖକ, ଚିତ୍ରଶିଳ୍ପୀ କରିଛି’

ଚଣ୍ଡିଖୋଲ,୧୭ା୧୧: ମୋ ଗାଁ ପାଇଁ ମୁଁ ଆଜି ଏହି ସମ୍ମାନ ପାଇଛି। କାରଣ ମୋ ଗାଁ ମୋତେ ଗଢିଛି। ତା’ର ମାଟି, ପାଣି ଓ ପବନ ମୋତେ ଆଜି ଜଣେ ଲେଖକ ଓ ଚିତ୍ରଶିଳ୍ପୀ ଭାବେ ସାରା ପୃଥିବୀରେ ପରିଚୟ କରାଇଛି। ତେଣୁ ଆଜି ଯେଉଁ ସମ୍ମାନ ପାଇଲି ଏହାକୁ ମୁଁ ମୋର ଗାଁ ସମେତ ଭାରତର ସବୁ ଗାଁ ପାଇଁ ଉତ୍ସର୍ଗ କରୁଛି ବୋଲି କହିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଆନ୍ତର୍ଜାତୀୟ ଲେଖକ ପ୍ରଫୁଲ୍ଲ ମହାନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ସାହିତ୍ୟ ଏକାଡେମୀ ପୁସ୍ତକମେଳା ଅବସରରେ ତାଙ୍କୁ ସମ୍ମାନସୂଚକ ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଏହା ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନାନ୍‌ପୁର ଗ୍ରାମରେ ଜନ୍ମିତ ପ୍ରଫୁଲ୍ଲ ଦୀର୍ଘବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ଏହାପରେ ବି ସେ ଗାଁ ମାଟିର ବାସ୍ନାକୁ ଭୁଲି ପାରନ୍ତିନି। ସେଥିପାଇଁ ପ୍ରତିବର୍ଷ ୨ମାସ ଲାଗି ଗାଁ କୁ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହିତ ମିଳିମିଶି ସମୟ କାଟି ଯାଆନ୍ତି। ମଙ୍ଗଳବାର ସେ ଏହି ସମ୍ମାନ ପାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ହେଉଛି ଗାଁର ଜଣେ ବ୍ୟକ୍ତି ଯିଏ ଗାଁର କଥାକୁ ନେଇ ବହି ଲେଖିଛି ଆଉ ସେହି ବହି ୮ଟି ଦେଶରେ ଚାଲୁଛି। ମୋ ଗାଁ ଏବଂ ଓଡ଼ିଶାର ବିଭିନ୍ନ ପାହାଡ଼, ପର୍ବତ, ନଦୀ, ଝରଣା, ତାଳବଣ ଏପରି କି ଚଉରା ମୂଳରେ ପଡ଼ୁଥିବା ମୁରୁଜକୁ ନେଇ ବହି ଲେଖାଯାଇଛି। ଓଡ଼ିଶାର ଏକ ନିକଟ ମଫସଲ ଗାଁରୁ ଯାଇ ଲଣ୍ଡନରେ ରହିବା ଏକ ସଂଘର୍ଷର କାହାଣୀ। ମୁଁ ପ୍ରଥମେ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲି କିନ୍ତୁ ଡାକ୍ତର ବଦଳରେ ଜଣେ ଚିତ୍ରଶିଳ୍ପୀ ଓ ଲେଖକ ହୋଇଗଲି।
୧୯୩୫ ଏପ୍ରିଲ ୧୬ରେ ବିରୂପା ନଦୀକୂଳ ନାନ୍‌ପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ଚିତ୍ରଶିଳ୍ପୀ ବିଭିନ୍ନ ଦେଶରେ ଚିତ୍ର ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ସେ ଇଂଲଣ୍ଡ, ଜର୍ମାନ, ଫ୍ରାନ୍ସ , ନରୱେ, ଇଟାଲୀ, ଆମେରିକା, ଜାପାନ, ଫିଲିପାଇନ୍ସ ଓ ଭାରତର ବହୁ ସ୍ଥାନରେ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ସମ୍ମାନିତ ହୋଇଛନ୍ତି। ଏପରି କି ତାଙ୍କ ଚିତ୍ରକୁ ଇଂଲଣ୍ଡ ସରକାର ୧୫ ହଜାର ପାଉଣ୍ଡରେ କିଣି ନେଇ ମ୍ୟୁଜିୟମରେ ସ୍ଥାନିତ କରିଛନ୍ତି। ତାଙ୍କର ପ୍ରଥମ ପୁସ୍ତକ ‘ମାଇଁ ଭିଲେଜ୍‌ ମାଇଁ ଲାଇଫ୍‌’ ୧୯୭୩ରେ ପ୍ରଥମେ ଲଣ୍ଡନରେ ପ୍ରକାଶିତ ହୋଇଥିଲା, ଯାହାକୁ ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍‌ ପ୍ରକାଶନ କରିଥିଲା। ସେହି ପୁସ୍ତକଟି ଧୀରେ ଧୀରେ ବହୁଳ ବିକ୍ରି ହୋଇ ୮ଟି ଦେଶରେ ପ୍ରଚଳିତ ହେଲା। ପ୍ରଫୁଲ୍ଲ ସମସ୍ତ ପୁସ୍ତକ ଇଂଲିଶ ଭାଷାରେ ଲେଖିଛନ୍ତି। ସେଗୁଡ଼ିକ ହେଲା ‘ମାଇଁ ଭିଲେଜ୍‌ ମାଇଁ ଲାଇଫ’, ‘ଇଣ୍ଡିଆନ୍‌ ଭିଲେଜ ଟିଅର୍ସ’, ‘ଥ୍ରୋ ବ୍ରାଉନ୍‌ ଆଇଜ୍‌’,’ଚେଞ୍ଜିଂ ଭିଲେଜ୍‌ ଚେଞ୍ଜିଂ ଲାଇଫ’, ‘ଲଗିଙ୍ଗ ଓ ଶୂନ୍ୟ’ ଏହିସବୁ ପୁସ୍ତକ ବିଭିନ୍ନ ଦେଶରେ ପ୍ରଚଳିତ ହେଉଅଛି। ମଙ୍ଗଳବାର ପ୍ରଫୁଲ୍ଲ ସମ୍ମାନ ପାଇବା ପରେ ବଡ଼ଚଣା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବହୁ ବୁଦ୍ଧିଜୀବୀ, ସାହିତି୍ୟକ, କବି ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri