Posted inଖେଳ

ଫିଫା ବିଶ୍ୱକପ୍‌: ଡୋପିଙ୍ଗ୍‌ ପାଇଁ ମୋଓ୍ବାଲାଦ୍‌ ବାଦ୍‌

କାତାର ବିଶ୍ୱକପ୍‌ ପାଇଁ ୨୬ ଜଣିିଆ ସୌଦି ଆରବ ଫୁଟ୍‌ବଲ ଦଳ ଘୋଷଣାର ୪୮ ଘଣ୍ଟା ନ ପୂରୁଣୁ ଡୋପିଙ୍ଗ୍‌ ମାମଲା ଯୋଗୁ ଓ୍ବିଙ୍ଗର ଫହାଦ୍‌ ଅଲ୍‌-ମୋଓ୍ବାଲାଦ୍‌ ବାଦ୍‌ ପଡ଼ିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ମୋଓ୍ବାଲାଦ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ହର୍ଭେ ରେନାର୍ଡ ତାଙ୍କ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ ଫେବୃୟାରୀରେ ଡୋପିଙ୍ଗ୍‌ ପଦାର୍ଥ ଫୁରୋସେମାଇଡ୍‌ ପାଇଁ ଏହି ଖେଳାଳିଙ୍କୁ ମେ’ରେ ୧୮ ମାସ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ସୌଦି ମିଡିଆ ରିପୋର୍ଟ ପକ୍ଷରୁ କୁହାଯାଇଛି, ୨୮ ବର୍ଷୀୟ ମୋଓ୍ବାଲାଦ୍‌ ଯେପରି କାତାରରେ ଖେଳିବା ପାଇଁ ମନୋନୀତ ହେବେ ସେଥିପାଇଁ ତାଙ୍କ ବାସନ୍ଦ ଦଣ୍ଡକୁ ହ୍ରାସ କରାଯାଇଥିଲା। ସେ ଦ୍ୱିତୀୟଥର ବିଶ୍ୱକପ୍‌ ଖେଳିବାକୁ ଯାଉଥିଲେ। ମାତ୍ର ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି(ଓ୍ବାଡା) ସୌଦି ଆରବ ଦଳ ମନୋନୟନ ପୂର୍ବରୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ମୋଓ୍ବାଲାଦ୍‌ଙ୍କୁ ଦୀର୍ଘ ସମୟ ଅଯୋଗ୍ୟ ଘୋଷଣା କରିବା ଲାଗି କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ଅପିଲ କରିଛି। କାତାର ଫୁଟ୍‌ବଲ ବିଶ୍ୱକପ୍‌ ଗ୍ରୁପ୍‌-‘ସି’ରେ ସୌଦି ଆରବ ଏହାର ପ୍ରଥମ ମ୍ୟାଚ୍‌ ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌ ଆର୍ଜେଣ୍ଟିନାକୁ ଭେଟିବ। ଏହାର ଅଳ୍ପ ଦିନ ପୂର୍ବରୁ ମୋଓ୍ବାଲାଦ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସୌଦି ଆରବ ପରେ ନଭେମ୍ବର ୨୬ରେ ପୋଲାଣ୍ଡ ଓ ୩୦ରେ ମେକ୍ସିକୋ ସହ ମୁକାବିଲା କରିବ। ରେନାର୍ଡ ବର୍ତ୍ତମାନ ଅଲ୍‌-ଶାବାବରେ ମୋଓ୍ବାଲାଦଙ୍କ ଜଣେ କ୍ଲବ ଟିମ୍‌ମେଟ୍‌ ନାଓ୍ବାଫ୍‌ ଅଲ୍‌ ଆବିଦ୍‌ଙ୍କୁ ସୌଦି ଆରବ ଫୁଟ୍‌ବଲ ଦଳରେ ସାମିଲ କରିଛନ୍ତି। ମୋଓ୍ବାଲାଦ ଦଶନ୍ଧି ଧରି ଅଲ୍‌ ଇତିହାଦ୍‌ ଦଳରେ ଖେଳିବା ପରେ ଏହି ସିଜନରେ ଅଲ୍‌ ଶାବାବ୍‌ ଦଳରେ ଯୋଗଦେଇଛନ୍ତି। ୨୦୧୮ ବିଶ୍ୱକପ୍‌ ପରେ କିଛିଦିନ ସେ ଲୋନ୍‌ଭିତ୍ତିରେ ସ୍ପେନ୍‌ର ଲେଭାଣ୍ଟି ଦଳରେ ଖେଳିଥିଲେ। ଗତ ବିଶ୍ୱକପ୍‌ରେ ମୋଓ୍ବାଲାଦ ଗ୍ରୁପ୍‌ ପର୍ଯ୍ୟାୟର ସମସ୍ତ ତିନୋଟି ମ୍ୟାଚ୍‌ ଖେଳିଥିଲେ। ଇଜିପ୍ଟକୁ ପରାସ୍ତ କରିବା ପୂର୍ବରୁ ରୁଷିଆ ଓ ଉରୁଗୁଏଠାରୁ ହାରିଯାଇଥିଲା ସୌଦି ଆରବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri