Posted inପୁରୀ

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ପେସାଦାର ମତ୍ସ୍ୟଜୀବୀ ମହାସଂଘର ବିରୋଧ

କୃଷ୍ଣପ୍ରସାଦ, ୨୪ା୭(ଡି.ଏନ୍‌.ଏ.)-ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକକୁ ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱରୁ ବଙ୍ଗପୋସାଗର ଘେରି ରହିଛି। ତେଣୁ ଚିଲିକାକୁ କୃଷ୍ଣପ୍ରସାଦର ଭାତହାଣ୍ଡି ବୋଲି କୁହାଯାଇଥାଏ। ଚିଲିକାରୁ ମାଛ ମାରିବା ଏବଂ ଚିଙ୍ଗୁଡ଼ି ଘେରି ଦ୍ୱାରା ସେମାନେ ଯାହାକିଛି ଅର୍ଥ ଉପାର୍ଜନ କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ପୁରୀ ଜିଲାପାଳ ଚିଲିକାରୁ ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ ନିର୍ଦ୍ଦେଶ ଦେବାପରେ କୃଷ୍ଣପ୍ରସାଦ ବ୍ଲକ ପେସାଦାର ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ମଙ୍ଗଳବାର ସଂଘ କାର୍ଯ୍ୟକାରୀ ସଭାପତି କେଳୁ ଚରଣ ଜେନାଙ୍କ ନେତୃତ୍ୱରେ ଶ୍ରୀଶ୍ରୀ କମଳେଶ୍ୱରଦେବଙ୍କ ପୀଠରେ ଅନୁଷ୍ଠିତ ଏକ ବୈଠକରେ ଘେରି ଉଚ୍ଛେଦକୁ ବିରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ଯଦି ଉଚ୍ଛେଦ କାର୍ଯ୍ୟ ବନ୍ଦ ନ କରେ ତେବେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ ବୋଲି ସଂଘ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଗତ ୬ ତାରିଖରୁ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଚିଲିକାରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ ହୋଇଥିଲା। ଘେରି ଉଚ୍ଛେଦ ନେଇ ହାଇକୋର୍ଟ ସ୍ଥାନୀୟ ଲୋକଙ୍କୁ ସୁହାଇବା ଭଳି ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ ହେଉଛି। ଏ ସବୁ ସତ୍ତ୍ୱେ ପୁଣି ଯଦି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୁଏ ତେବେ ସଂଘ ସହ ନିକଟସ୍ଥ ସମସ୍ତ ଗ୍ରାମର ଲୋକେ ଏହାକୁ ବିରୋଧ କରିବେ। ଅନୁଷ୍ଠିତ ବୈଠକରେ ୩୫ ମୌଜା ସମ୍ପାଦକ ବଟକୃଷ୍ଣ ତରେଇ, ଦାମୋଦର ଜେନା, ହେମନ୍ତ କୁମାର ଜେନା, ସୁରେନ୍ଦ୍ର ନାଥ ମାଝି, ମୃତ୍ୟୁଞ୍ଜୟ ତରେଇ, ଗୋଲକ ବିହାରୀ ପ୍ରଧାନ, ପ୍ରଦୀପ କୁମାର ମାଝି, କବିରାଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନାପୂର୍ବକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ସମ୍ପାଦକ ତଥା ସାମାଜିକ କର୍ମୀ ମନୋଜ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri