Posted inଖେଳ

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖେଳାଳି ଚୟନରେ ଜିଦ୍‌ଖୋର ମନୋବୃତ୍ତି, ପାଓ୍ବାରପ୍ଲେରେ ଟପ୍‌ ଅର୍ଡରଙ୍କ ପୁରୁଣାକାଳିଆ ରକ୍ଷଣଶୀଳ ସ୍ବଭାବ, ଉଇକେଟ କିପରଙ୍କ ବିଫଳତା, କୋଚ୍‌ ରାହୁଲ ଡ୍ରାଭିଡଙ୍କ ରିସ୍କ ନ ନେବାର ରଣନୀତି ଅଷ୍ଟ୍ରେଲିଆରେ ଭାରତ ପାଇଁ ମହଙ୍ଗା ପଡ଼ିଲା। ଏହାକୁ ବିଚାରକୁ ନେଇ ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଟିମ୍‌ ମ୍ୟାନେଜମେଣ୍ଟକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ବିଶ୍ୱକପ୍‌ ପରି ଏକ ବଡ଼ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚତ୍ବା ଭଲ ଫିନିଶ୍‌ ବୋଲି ହୁଏତ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ଭାବୁଥାଇ ପାରନ୍ତି, ମାତ୍ର ଭାରତୀୟ କ୍ରିକେଟ ପ୍ରଶଂସକ ଏହାକୁ ସହଜରେ ହଜମ କରିପାରିନାହାନ୍ତି।
ବିଶ୍ୱସ୍ତରୀୟ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ୯ ବର୍ଷରେ ଭାରତର ୬ ପରାଜୟର ଅନେକ କାରଣ ରହିଛି। ଏଥର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। ବୁମ୍‌ରାଙ୍କ ଉପସ୍ଥିତି ଡେଥ୍‌ ଓଭରରେ ଭାରତୀୟ ବୋଲିଂରେ ପ୍ରଭେଦ ଆଣିଥାନ୍ତା। ଜାଡେଜା ପରିସ୍ଥିତି ଅନୁସାରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ କରିସ୍ମା ଦେଖାଇଥାନ୍ତି। ଏହା ବ୍ୟତୀତ ସେ ବାମହାତୀ ହୋଇଥିବାରୁ ଟିମ୍‌ ଲାଇନ୍‌ଅପ୍‌ରେ ସନ୍ତୁଳନ ମଧ୍ୟ ରକ୍ଷା ହୋଇଥାଏ। ମାତ୍ର ସେମାନେ ଆହତ ଥିବାରୁ ଏହା ନିୟନ୍ତ୍ରଣ ବାହାରେ ଥିଲା। ଭାରତର ବିପର୍ଯ୍ୟୟ ପଛରେ ଯେଉଁ କେତେକ ମୁଖ୍ୟ କାରଣ ଥିଲା ତାହା ଆଲୋଚନା କରାଯାଇପାରେ..
ପାଓ୍ବାରପ୍ଲେରେ ଟପ୍‌-୩ଙ୍କ ରକ୍ଷଣଶୀଳ ମନୋଭାବ
ଭାରତୀୟ ବ୍ୟାଟିଂ ଅର୍ଡରରେ ଟପ୍‌-୩ରେ ଲୋକେଶ ରାହୁଲ, ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିଥିଲେ। ତେବେ କୋହଲିଙ୍କ ଅପେକ୍ଷା ରାହୁଲ ଓ ରୋହିତଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଓ୍ବାରପ୍ଲେରେ ଏମାନେ ଖେଳ ମୋଡ଼ ବଦଳାଇବାରେ ସକ୍ଷମ ହୋଇ ନ ଥିଲେ ବୋଲି ନିଶ୍ଚିତ ସ୍ବୀକାର କରିବେ। ପାଓ୍ବାରପ୍ଲେ ସମୟରେ ଭାରତୀୟ ଦଳର ପୁରୁଣାକାଳିଆ ଖେଳ ଦେଖି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ ବିସ୍ମୟ ପ୍ରକାଶ କରିଥିଲେ। ଏହି ସମୟରେ ଭାରତ ନିର୍ଭୀକ ଖେଳ ଦେଖାଇବାରେ ଅସମର୍ଥ ରହିଲା ବୋଲି ଡ୍ରାଭିଡ ମଧ୍ୟ ସ୍ବୀକାର କରିଛନ୍ତି। ଟପ୍‌ ଅର୍ଡରରେ ୩ ଜଣଙ୍କ ମଧ୍ୟରୁ ଜଣେ ଆଙ୍କରର ଭୂମିକା ନେଇଥାଏ ଏବଂ ଅନ୍ୟ ୨ ଜଣ ଆକ୍ରମଣାତ୍ମକ ଖେଳିବା କଥା। ମାତ୍ର ରାହୁଲ (୧୨୦.୭୫ ଷ୍ଟ୍ରାଇକରେଟ୍‌), ରୋହିତ (୧୦୬.୪୨) ଏବଂ କି କୋହଲି (୧୩୬.୪୦) ରକ୍ଷଣଶୀଳ ମନୋବୃତ୍ତି ଆପଣେଇଥିଲେ। ପେସ୍‌ ପିଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଓ୍ବାରପ୍ଲେରେ ୩୩/୨ ଓ ପାକିସ୍ତାନ ବିପକ୍ଷରେ ୩୧/୩ ଗ୍ରହଣଯୋଗ୍ୟ ହୋଇଥିଲେ ମଧ୍ୟ ଆଡିଲେଡ୍‌ରେ ୩୮/୧ ଆଦୌ କ୍ଷମଣୀୟ ନ ଥିଲା। ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ପାଓ୍ବାରପ୍ଲେରେ ଧିମା ଖେଳିବାରେ ଭାରତ ସ୍ଥାନ ୧୫ ନମ୍ବରରେ ରହିଥିଲା। ଏହାର ରନ ହାର ୬.୦୨ ରହିଥିଲା। କେବଳ ୟୁଏଇ (୪.୭୧ ରନହାର) ଭାରତ ତଳକୁ ରହିଥିଲା। ବିଶ୍ୱକପ୍‌ ପୂର୍ବ ପ୍ରି-ଗେମ୍‌ରେ ରୋହିତଙ୍କ ସହ ରିଷଭ ପନ୍ତ ଓ ଦୀପକ ହୁଦାଙ୍କୁ ଓପନରଭାବେ ପରୀକ୍ଷା କରାଯାଇଥିଲା। ସେମାନେ ନିଭୀକ ଖେଳ ମଧ୍ୟ ଦେଖାଇଥିଲେ। ମାତ୍ର ରାହୁଲ ଫିଟ୍‌ହୋଇ ଯିବା ପରେ ସବୁକିଛି ବଦଳି ଯାଇଥିଲା। ରାହୁଲଙ୍କ ଟି୨୦ ରେକର୍ଡ ଭଲ, ମାତ୍ର ଯଦି ଇଣ୍ଡିଆନ ପ୍ରିମିୟର ଲିଗ୍‌ ମଧ୍ୟ ଦେଖାଯାଏ ତେବେ ସେ ସେଟ୍‌ ହେବାପାଇଁ ସମୟ ନେଉଥିବା ସ୍ପଷ୍ଟ ପରିଲକ୍ଷିତ। ସେ ପାଓ୍ବାରପ୍ଲେରେ ୨ଟି ମେଡେନ ଓଭର ଦେଇଥିଲେ, ଯାହାକି ଏହି ଫର୍ମାଟରେ ଆଦୌ ଗ୍ରହଣୀୟ ନୁହେଁ।
ରିଷଭ ବନାମ କାର୍ତ୍ତିକ
ସୀମିତ ଓଭର କ୍ରିକେଟରେ ଇନିଂସ ଓପନ କଲେ ରିଷଭ ପନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାନ୍ତି। ସେ ବଡ଼ ସ୍କୋର କରି ନ ପାରିଲେ ମଧ୍ୟ ନିଜର ଆକ୍ରମଣାତ୍ମକ ସ୍ବଭାବ ଦେଖାଇଥାନ୍ତି। ମାତ୍ର ତାଙ୍କ ସ୍ଥାନରେ ମିଡିଲ ଅର୍ଡରରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଗଲା। ଆଇପିଏଲ୍‌ରେ ଉପମହାଦେଶୀୟ ପିଚ୍‌ରେ କାର୍ତ୍ତିକ ହୁଏତ ୧୦ ବଲ୍‌ରୁ ୨୫ କିମ୍ବା ୩୦ ରନକରି ଫିନିଶରର ଭୂମିକା ତୁଲାଇଥିଲେ। ତେବେ ଅଷ୍ଟ୍ରେଲିଆ ପିଚ୍‌, ଯେଉଁଠି ବୋଲରଙ୍କୁ ଅତିରିକ୍ତ ବାଉନ୍ସ ମିଳୁଥିଲା ସେଠାରେ ସେ ବିଫଳ ହେଲେ। ହଠାତ ସେମିଫାଇନାଲ ପୂର୍ବରୁ ପନ୍ତଙ୍କୁ ପରୀକ୍ଷା କରାଗଲା। ମାନସିକ ସ୍ତରରେ ପ୍ରସ୍ତୁତିର ଅଭାବ ହେଉ କି ଅନ୍ୟକିଛି ସେ ମଧ୍ୟ ଫେଲ୍‌ ମାରିଲେ। ତାଙ୍କୁ ଟପ୍‌ ଅର୍ଡରରେ ପଠା ଯାଇଥିଲେ ହୁଏତ ସ୍ଥିତି ଭିନ୍ନ ହୋଇଥାନ୍ତା।
ଚହଲଙ୍କୁ ବ୍ୟବହାର କରାଗଲାନି
ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଟି୨୦ରେ ଭାରତର ସର୍ବାଧିକ ଉଇକେଟ ହାସଲକାରୀ। ମାତ୍ର ବିଶ୍ୱକପ୍‌ରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ ଖେଳା ନ ଯିବା ହାସ୍ୟାସ୍ପଦ ହୋଇଛି। ସେ ଲେଗ୍‌ ବ୍ରେକ୍‌ ମାଧ୍ୟମରେ ଟର୍ନ କରିବା ସହିତ ଭଲ ଗୁଗ୍‌ଲି ମଧ୍ୟ ବୋଲିଂ କରିପାରନ୍ତି। ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ ବିପକ୍ଷରେ ସେ ସମ୍ଭବତଃ ଉପାଦେୟ ହୋଇଥାନ୍ତେ। ମାତ୍ର ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଗଲା, ଯିଏକି ନିରାଶ କଲେ।
ଡ୍ରାଭିଡଙ୍କ ନିଷ୍ପତ୍ତି
ରାହୁଲ ଡ୍ରାଭିଡ ଗତ ୧ ବର୍ଷ ଧରି ମୁଖ୍ୟ କୋଚ୍‌ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି। ମାତ୍ର ସମୟ ଅନୁସାରେ ସେ ଦଳ ଚୟନରେ କଠୋର ହୋଇପାରି ନ ଥିଲେ। ଶୁବମନ ଗିଲ, ପୃଥ୍ବୀ ଶ’, ରାହୁଲ ତ୍ରିପାଠୀ, ରଜତ ପଟିଦାର ଭଲ ପ୍ରଦର୍ଶନ କରୁଥିବାରୁ ଆଗାମୀ ଟି୨୦ ବିଶ୍ୱକପ ପୂର୍ବରୁ ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri