Posted inଜାତୀୟ

ଗର୍ଭସ୍ଥ ଶିଶୁଙ୍କୁ ପ୍ରଭାବିତ କରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଗର୍ଭାବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫଳରେ ସମୟ ପୂର୍ବରୁ ସନ୍ତାନ ପ୍ରସବ, କମ୍‌ ଓଜନର ଶିଶୁ ଜନ୍ମ, ମୃତ ସନ୍ତାନ ଜନ୍ମ କିମ୍ବା ପିଲାଙ୍କଠାରେ ଜନ୍ମରୁ ଅସ୍ବାଭାବିକ ଲକ୍ଷଣ ଆଦି ସମ୍ଭାବନା ରହିଥାଏ। ସେଥିପାଇଁ ରାଜଧାନୀ ଅଞ୍ଚଳରେ ଗର୍ଭଧାରଣ କରିଥିବା ମହିଳାମାନେ ଯଥାସମ୍ଭବ ଘରେ ରହିବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦୂଷିତ ବାୟୁ ଗର୍ଭବତୀ ମହିଳାଙ୍କ ସମେତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ୫ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ବିପଜ୍ଜନକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସତର୍କ କରାଯାଇଛି।
ଭାରତର ବର୍ଜ୍ୟବସ୍ତୁ ପୁନଃଚକ୍ରଣ କାରଖାନା ନିକଟରେ ବ୍ୟାପକ ପରିମାଣରେ ମିଥେନ୍‌ ଆସ୍ତରଣ ଦେଖାଯାଉଥିବା ନିକଟରେ ଏକ ହାଇ-ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ଗ୍ୟାସ୍‌ ହୃଦ୍‌ରୋଗ ସହ ଫୁସ୍‌ଫୁସ୍‌ ସମସ୍ୟା, ଚର୍ମରୋଗ ସୃଷ୍ଟି କରିଥାଏ। ଶ୍ୱାସକ୍ରିୟାରେ କ୍ଷତିକାରକ ସାମଗ୍ରୀ ନେବା ଦ୍ୱାରା ଦୀର୍ଘ ତଥା ବିପଜ୍ଜନକ ରୋଗ ସୃଷ୍ଟି ଲାଗି ଅନୁକୂଳ ସ୍ଥିତି ସୃଷ୍ଟି କରିଥାଏ ବୋଲି ହାଇଦ୍ରାବାଦ ୟଶୋଦା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ବିଶ୍ୱେଶ୍ୱରନ ବାଲ୍‌ସୁବ୍ରମଣ୍ୟନ୍‌ କହିଛନ୍ତି। ଗର୍ଭବତୀ ମହିଳା ବାହାରକୁ ଯିବାକୁ ହେଲେ ଏନ୍‌-୯୫ ମାସ୍କ ପିନ୍ଧିବା ଲାଗି ସେ ସୁପାରିସ କରିଛନ୍ତି।
ବାୟୁ ପ୍ରଦୂଷଣ ଏକ ନୀରବ ଘାତକ। ଦିଲ୍ଲୀ-ଏନ୍‌ସିଆର୍‌ ବାୟୁରେ ବିଷାକ୍ତ ପଦାର୍ଥ ସ୍ତର ବଢ଼ୁଥିବାରୁ ଗର୍ଭବତୀଙ୍କ ପାଇଁ ବିପଦ ବୃଦ୍ଧି ପାଇଛି। ଏହାଦ୍ୱାରା ସ୍ବଳ୍ପମିଆଦୀ ଏବଂ ଦୀର୍ଘମିଆଦୀ ରୋଗ ସୃଷ୍ଟି ହୋଇଥାଏ। ଏପରିକି ଗର୍ଭସ୍ଥ ଶିଶୁ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହା ଗର୍ଭାଶୟକୁ ପ୍ରଭାବିତ କରିବା ସହ ଶିଶୁ ବିକାଶରେ ବାଧା ସୃଷ୍ଟି କରିଥାଏ। ବିଷାକ୍ତ ବାୟୁ ଯୋଗୁ ଗର୍ଭନଷ୍ଟ ହୋଇପାରେ ବୋଲି ଉଜାଲା ସିଗ୍‌ନସ୍‌ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍ସର ଓବ୍‌ଷ୍ଟେଟ୍ରିକ୍ସ ଗାଇନାକୋଲୋଜି ବିଭାଗ ମୁଖ୍ୟ ଡ. ଆକ୍ତା ବଜାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri