Posted inଖେଳ

ଓଡ଼ିଶାର ଦୀପ୍‌ଗ୍ରେସ୍‌ ଉପ ଅଧିନାୟିକା

ନୂଆଦିଲ୍ଲୀ, ୧୦।୧୧: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ପ୍ରଥମଥର ପାଇଁ ମହିଳା ନେସନ୍ସ କପ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସ୍ପେନ୍‌ର ଭାଲେନ୍ସିଆଠାରେ ଏହା ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ଏହା ଗୁରୁତ୍ୱପୂର୍ଣ୍ଣ ଫିକ୍ସଚର। କାରଣ ଏଥିରେ ପ୍ରମୋଶନ ଏବଂ ରେଲିଗେଶନ ସିଷ୍ଟମ ରହିବ। ପ୍ରତିଯୋଗିତାର ଚାମ୍ପିୟନ ଦଳ ଏଫ୍‌ଆଇଏଚ୍‌ ହକି ମହିଳା ପ୍ରୋ-ଲିଗ୍‌ର ୨୦୨୩-୨୪ ସିଜନ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଗୋଲକିପର ସବିତାଙ୍କୁ ଅଧିନାୟିକା ଏବଂ ଓଡ଼ିଶାର ତାରକା ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ଉପ-ଅଧିନାୟିକା ଦାୟିତ୍ୱ ପ୍ରଦାନ କରାଯାଇଛି। ଭାରତ ଗ୍ରୁପ୍‌ ‘ବି’ରେ କାନାଡ଼ା, ଜାପାନ ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। ଆୟର୍ଲାଣ୍ଡ, ଇଟାଲୀ, କୋରିଆ ଓ ସ୍ପେନ୍‌ ଗ୍ରୁପ୍‌ ‘ଏ’ରେ ରହିଛନ୍ତି।

କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ଯୋଗୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିପାରି ନ ଥିବା ନବଜୋତ କୌର ଦଳକୁ ଫେରିଛନ୍ତି। ସେହିପରି ଯୁବ ଫରଓ୍ବାର୍ଡ ବିୟୁଟି ଡୁଙ୍ଗ୍‌ଡୁଙ୍ଗ ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ୨୦୨୧-୨୨ରେ ପ୍ରୋ ଲିଗ୍‌ ପଦାର୍ପଣ କରିଥିଲା। ପ୍ରଥମ ବର୍ଷରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ଆଗାମୀ ନେସନ୍ସ କପ୍‌ ଜିତିଲେ ଦଳ ଦ୍ୱିତୀୟ ଥର ପାଇଁ ପ୍ରୋ ଲିଗ୍‌ ଖେଳିପାରିବ।

ଭାରତୀୟ ଦଳ

ଗୋଲକିପର୍ସ: ସବିତା (ଅଧିନାୟିକା), ବିଚୁ ଦେବୀ ଖାରିବାମ।
ଡିଫେଣ୍ଡର୍ସ: ଦୀପ୍‌ଗ୍ରେସ୍‌ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧାରୀ।
ମିଡ୍‌ଫିଲ୍ଡର୍ସ: ନିଶା, ସାଲିମା ଟେଟେ, ସୁଶୀଳା ଚାନୁ ପୁଖରାମବାମ, ମୋନିକା, ନେହା, ସୋନିକା, ଜ୍ୟୋତି, ନବଜୋତ କୌର। ଫରଓ୍ବାଡର୍‌ସ: ବନ୍ଦନା କାଟରିୟା, ଲାଲରେମସିଆମି, ନବନୀତ କୌର, ସଙ୍ଗୀତା କୁମାରୀ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri