ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…

ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍‌ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮ ବର୍ଷ ବୟସରେ ପରଲୋକ ଘଟିଛି।

ହ୍ୟାରି ପୋଟର ଚଳଚ୍ଚିତ୍ରରେ ଫିଲିପ୍ସ ସର୍ଟିଂ ହାଟକୁ ସ୍ବର ଦେଇଥିଲେ। ସେ ୮୦ ବର୍ଷରୁ ଅଧିକ ସମୟ ଧରି ଚଳଚ୍ଚିତ୍ର କ୍ୟାରିୟର ସମୟରେ ୨୦୦ ରୁ ଅଧିକ ଚଳଚ୍ଚିତ୍ର, ଟିଭି ଏବଂ ରେଡିଓ ଧାରାବାହିକରେ ଅଭିନୟ କରିଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କ ପତ୍ନୀ ଜାରାଙ୍କ ଦ୍ୱାରା ଫିଲିପ୍ସ ବଞ୍ଚିଛନ୍ତି। ଭେଟେରାନ ଅଭିନେତାଙ୍କ ମୃତ୍ୟୁକୁ ତାଙ୍କ ଏଜେଣ୍ଟ ଜୋନାଥନ ଓଲିଡ ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ପ୍ରଥମ ଦୁଇଟି ଷ୍ଟ୍ରୋକରୁ ବଞ୍ଚି ଯାଇଥିଲେ।

କ୍ୟାରି ଅନ ସିରିଜର ସଫଳତା ପରେ ଫିଲିପ୍ସ ଡକ୍ଟର ଇନ ହାଉସ, ଟମ ରାଇଡର୍‌ ଏବଂ ମିଡସୁମର୍‌ ମର୍ଡର୍ସରେ ଅଭିନୟ କରିଥିଲେ। ସେ ୧୯୪୩ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ରୟାଲ ଆର୍ଟିଲିରିରେ ଦ୍ୱିତୀୟ ଲୁଟନାଟ ଭାବରେ ଯୁଦ୍ଧ କରି ଜର୍ମାନୀର ଶକ୍ତିଶାଳୀ ସେନାଙ୍କୁ ପରାସ୍ତ କରିଥିଲେ। ୧୯୨୪ ମସିହାରେ ଜନ୍ମ ହୋଇଥିବା ଫିଲିପ୍ସ ବ୍ରିଟେନ ଏବଂ ଆମେରିକାରେ ପ୍ରସିଦ୍ଧ ହୋଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri