ଫେରିବ ‘ରାହାଗିରି’: ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ

ଭୁବନେଶ୍ୱର, ୮।୧୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ଫେରିବ ‘ରାହାଗିରି’ ଓ ‘ସିଟି ଫେଷ୍ଟ’ ଭଳି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ। ଶୀତୁଆ ସକାଳରେ ରାଜଧାନୀବାସୀ ପୁଣିଥରେ ରାହାଗିରିର ମଜା ଉଠାଇବେ। ନାଚ, ଗୀତରେ ଝୁମିବେ, ମତୁଆଲା ହେବେ। ତା’ ସାଙ୍ଗକୁ ସାଇକେଲ ଚାଳନା, ସ୍କେଟିଂ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଗତ ବିଏମ୍‌ସି କର୍ପୋରେଶନ୍‌ ବୈଠକରେ ଆଲୋଚନା ହୋଇଥିଲା। ପୁନର୍ବାର ରାହାଗିରି କରିବା ନେଇ ମେୟର ସୁଲୋଚନା ଦାସ ପ୍ରସ୍ତାବ ଦେବା ପରେ ଏହାକୁ ସର୍ବସମ୍ମତି କ୍ରମେ ପାସ୍‌ କରାଯାଇଥିଲା। ତେବେ ବିଧିବଦ୍ଧ ଭାବେ କେବେଠାରୁ ରାହାଗିରି ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଶୀତ ସକାଳର ଆରମ୍ଭ ଏବେ ରାହାଗିରିରୁ ହେବ। ଏବେ କେବଳ ପ୍ରସ୍ତାବ ପାରିତ ହୋଇଛି। ଖୁବ୍‌ ଶୀଘ୍ର ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ କରାଯିବ।
ସୂଚନାଯୋଗ୍ୟ, କୋଭିଡ ପୂର୍ବରୁ ରାହାଗିରି କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଥିଲା। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରୁଥିଲେ। ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସଚେତନତା ବାର୍ତ୍ତା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ୨୦୧୬ ମସିହାରେ ‘ରାହାଗିରି’ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୋଟେ ବର୍ଷ ବ୍ୟବଧାନରେ ୨୦୧୮ରେ ହକି ବିଶ୍ୱକପ୍‌ ସମୟରେ ‘ରାହାଗିରି’ ନୂତନ ରଙ୍ଗ ନେଇ ଫେରିଥିଲା, ଯାହାର ନାମ ରହିଥିଲା ‘ପଥ ଉତ୍ସବ’। ଏହାପରେ କୋଭିଡ୍‌ ପାଇଁ ପ୍ରାୟ ୩ବର୍ଷ ହେବ ଏହି ଉତ୍ସବ ବନ୍ଦ ରହିଥିଲା। ତେବେ ଆଗକୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବାବେଳେ ପୁଣିଥରେ ରାଜଧାନୀବାସୀ ‘ରାହାଗିରି’ର ମଜା ନେବେ ବୋଲି ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri