Posted inଜାତୀୟ

କାର୍ଯ୍ୟକାଳର ଶେଷଦିନରେ ୬ ରାୟ ଦେବେ ୟୁୟୁ ଲଳିତ…

ନୂଆଦିଲ୍ଲୀ,୭।୧୧ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ପ୍ରକାଶ ଥାଉକି, ନଭେମ୍ବର ୮ ଗୁରୁ ନାନକ ଜୟନ୍ତୀ ହୋଇ୍‌ଥିବରୁ କୋର୍ଟ ଛୁଟି ରହିବ। ତେଣୁ ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ଲଲିତଙ୍କ ଶେଷ କାର୍ଯ୍ୟ ଦିବସ। ତାଙ୍କର ଶେଷ କାର୍ଯ୍ୟ ଦିବସରେ, ସୁପ୍ରିମକୋର୍ଟଙ୍କ ତରଫରୁ ତାଙ୍କ ଦ୍ୱାରା ପରିଚାଳିତ ଆନୁଷ୍ଠାନିକ ସମାରୋହ ବେଞ୍ଚର ପ୍ରକ୍ରିୟା ସିଧା ପ୍ରସାରଣ ହେବ।

ସୂଚନା ଅନୁଯାୟୀ, ସମାରୋହ ବେଞ୍ଚର ପ୍ରକ୍ରିୟା ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଏଥିରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ ରହିବେ। ଭାରତର ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀଙ୍କ ସହ ଏହି ଅବସରରେ ଉପସ୍ଥିତ ରହିବାର ପରମ୍ପରା ଅଛି। ଏହି ଉତ୍ସବରେ ବାରର ଅନ୍ୟ ସଦସ୍ୟ ଏବଂ ଅଧିକାରୀମାନେ ତାଙ୍କୁ ବିଦାୟ ଦେବେ।

ତାଙ୍କର ଶେଷ କାର୍ଯ୍ୟ ଦିବସରେ ଜଷ୍ଟିସ ୟୁୟୁ ଲଲିତ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ରାୟ ପ୍ରକାଶ କରିବେ। ଏଥିରେ ସବୁଠାରୁ ବଡ ମାମଲା ହେଉଛି ସାଧାରଣ ବର୍ଗର ଅର୍ଥନୈତିକ ଗରିବ (ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ। ଏହି ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଅନ୍ୟପକ୍ଷରେ, ଦ୍ୱିତୀୟ ମାମଲା ଅମ୍ରାପାଲି ଗୃହ ଯୋଜନା ସହିତ ଜଡିତ। ଏଥିରେ ସୁପ୍ରିମକୋର୍ଟ ବଣ୍ଟନକାରୀଙ୍କୁ ଫ୍ଲାଟ ପାଇବା କିମ୍ବା ଏହାର ପ୍ରତିବଦଳରେ ଟଙ୍କା ପାଇବା ନେଇ ଏକ ବଡ ନିଷ୍ପତ୍ତି ଦେବାକୁ ଯାଉଛନ୍ତି। ଅନ୍ୟ ଚାରିଟି ମାମଲା ସାଧାରଣ ଶ୍ରେଣୀର ରହିଛି।

ଜଷ୍ଟିସ ୟୁୟୁ ଲଲିତ ୨୭ ଅଗଷ୍ଟରେ ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ୭୪ ଦିନର ଥିଲା। ଜଷ୍ଟିସ ୟୁୟୁ ଲଲିତଙ୍କ ପରିବାର ପିଢ଼ି ପରେ ପିଢ଼ିି ଧରି ନ୍ୟାୟିକ ପ୍ରକ୍ରିୟା ସହିତ ଜଡିତ ରହିଆସିଛନ୍ତି। ଜଷ୍ଟିସ ଲଲିତଙ୍କ ଦାଦା ରଙ୍ଗନାଥ ଲଲିତ ସ୍ବାଧୀନତା ପୂର୍ବରୁ ସୋଲାପୁରରେ ଜଣେ ଓକିଲ ଥିଲେ। ଜଷ୍ଟିସ ୟୁୟୁ ଲଲିତଙ୍କ ୯୦ ବର୍ଷିୟ ପିତା ଉମେଶ ରଙ୍ଗନାଥ ଲଲିତ ମଧ୍ୟ ଜଣେ ପେସାଦାର ଓକିଲ ଭାବରେ କାର୍ଯ୍ୟ କରିଛନ୍ତି। ପରେ ସେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଜଷ୍ଟିସ ଲଲିତଙ୍କର ଦୁଇ ପୁଅ ହର୍ଷଦ ଏବଂ ଶ୍ରେୟଶ ଅଛନ୍ତି, ଯେଉଁମାନେ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ତେବେ ପରେ ଶ୍ରେୟଶ ଲଲିତ ମଧ୍ୟ ଆଇନ ଆଡକୁ ମୁହାଁଇଥିଲେ। ତାଙ୍କ ପତ୍ନୀ ରବିନା ମଧ୍ୟ ଜଣେ ଓକିଲ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri