ମୂକସାକ୍ଷୀ ପାଲଟିଛି ନୌବାଣିଜ୍ୟ କେନ୍ଦ୍ର ଜମ୍ବୁ ଦ୍ୱୀପ

ମହାକାଳପଡ଼ା, ୭ା୧୧(ଡି.ଏନ୍‌.ଏ.): ଦିନ ଥିଲା ବଙ୍ଗୋପସାଗର ପୂର୍ବ ଉପକୂଳ ପ୍ରାଚୀନ ଐତିହ୍ୟ ନୌବାଣିଜ୍ୟ ପେଣ୍ଠସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ଦ୍ୱୀପ ଦେଇ ସୁଦୂର ବିଦେଶକୁ ସାଧବ ପୁଅମାନେ ବେପାର ବଣିଜ ପାଇଁ ବୋଇତରେ ଯାଉଥିଲେ। ସେମାନେ ବୋଇତରେ ଓଡ଼ିଶାର ଖାଦ୍ୟଶସ୍ୟ, ଜଙ୍ଗଲଜାତ ଦ୍ରବ୍ୟ ଝୁଣା, ମହୁ , ଲାଖ, ଶିଙ୍ଘ, ସାମୁଦ୍ରିକ ଜୀବ ତଥା କଉଡ଼ି ଆଦି ନେଇ ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆ ପ୍ରଭୃତି ସ୍ଥାନକୁ ଯାଇ ପ୍ରତିବଦଳରେ ବିଭିନ୍ନ ମୂଲ୍ୟବାନ୍‌ ସମ୍ପତ୍ତି ଆଣୁଥିଲେ। କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ସାଧବପୁଅମାନେ ବିଦେଶରେ ନୌବାଣିଜ୍ୟ ସାରି ନିଜ ଭିଟାମାଟିକୁ ଫେରୁଥିଲେ। ସୁଦୂର ସାତ ସମୁଦ୍ର ତେର ନଈ ପାର ହୋଇ ବିଦେଶରୁ ଧନଦୌଲତ ବୋଇତରେ ଧରି ସାଧବପୁଅମାନେ ଆସିଥାନ୍ତି। ଧନଦୌଲତ ଆଣି ଜମ୍ବୁ ଦ୍ୱୀପରେ ସାଧବମାନେ ବୋଇତ ଧରି ପହଞ୍ଚତ୍ବା ପରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ସାଧବାଣୀମାନେ ସେମାନଙ୍କୁ ବନ୍ଦାପନା କରିଥାନ୍ତି। ଦିନ ଚାଲିଯାଇଛି ଆଉ ନୌବାଣିଜ୍ୟ କରିବାକୁ ସାଧବପୁଅମାନେ ଯାଉନାହାନ୍ତି। କିନ୍ତୁ ମୂକସାକ୍ଷୀ ରହିଯାଇଛି ଜମ୍ବୁ ଦ୍ୱୀପ। ସଡ଼କ ଓ ରେଳପଥର ବହୁ ପୂର୍ବରୁ ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ନୌବାଣିଜ୍ୟ। ସେଇ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଓଡ଼ିଶାର ପୁରପଲ୍ଲୀରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ, ନାଳ, ପୁଷ୍କରିଣୀରେ ରୀତିନୀତି ଅନୁସାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ପିଢ଼ି ପରେ ପିଢ଼ି ନିଜର କୌଳିକ ବୃତ୍ତିକୁ ଆଦରି ଯେଉଁମାନେ ସୋଲ ଡଙ୍ଗା ନିର୍ମାଣ କରୁଥିଲେ ସେମାନଙ୍କ ଜୀବନଜୀବିକା ଏବେ ଦୁର୍ବିଷହ ହୋଇପଡ଼ିଛି। ସୋଲଡଙ୍ଗା ପାଇଁ କଞ୍ଚାମାଲ ମିଳୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି କାରିଗର।
ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ ପୋଷେଇ ଗଁାରେ ୧୫ରୁ ଅଧିକ ମାଳୀ ସମ୍ପ୍ରଦାୟ ପରିବାର ରହିଛନ୍ତି। ସେମାନେ ନିଜ କୌଳିକ ବୃତ୍ତି ସୋଲଡଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନ ଥିଲା ବ୍ଲକର ବିଭିନ୍ନ ଅଞ୍ଚଳର ଖାଲ, ଗହୀରପାଟ ଓ ଚାଷ ଜମିଗୁଡିକରେ ସୋଲଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲା। ଏହି ସୋଲକୁ ମାସେ ପୂର୍ବରୁ ସଂଗ୍ରହ କରି ଖରାରେ ଶୁଖାଇ ରଖାଯାଏ। ପରେ କାର୍ତ୍ତିକ ପ୍ରାରମ୍ଭରେ କାରିଗରମାନେ ଏହି ସୋଲକୁ ଡଙ୍ଗା ପ୍ରସ୍ତୁତ ପାଇଁ ଚିରିଥାନ୍ତି। ସୋଲରେ ଭଳିକି ଭଳି ରଙ୍ଗ ଦେଇ ଡଙ୍ଗା ତିଆରି କରାଯାଏ। ପରେ ସେମାନେ ଗଁା ଗଁା ବୁଲି ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। ମାତ୍ର ଏବେ ଡଙ୍ଗା ତିଆରି ପାଇଁ କଞ୍ଚାମାଲ (ସୋଲ)ର ଅଭାବ ପରିଲକ୍ଷିତ ହେଉଛି। କାରଣ ଚାଷଜମିରେ ପ୍ରଚୁର ପରିମାଣରେ ରାସାୟନିକ ସାରର ବ୍ୟବହାର ଯୋଗୁ ସୋଲ ଗଛଗୁଡ଼ିକ ନଷ୍ଟ ହେଉଛି ବୋଲି ପୋଷେଇ ଗ୍ରାମର କାରିଗର ନିରାକାର ରଣା, ସହଦେବ ରଣା କହିଛନ୍ତି। କାରିଗରମାନଙ୍କ କହିବା କଥା, ମହାକାଳପଡ଼ା ଅଞ୍ଚଳରେ ପୂର୍ବରୁ ବହୁଳ ପରିମାଣରେ ସୋଲଗଛ ଦେଖାଯାଉଥିଲା। ଏବେ ସୋଲଗଛ ଆଉ ଆଗଭଳି ଦେଖିବାକୁ ମିଳୁନି। ବାଧ୍ୟହୋଇ ପଡ଼ୋଶୀ ଜିଲା ଯାଜପୁର, ଜଗତ୍‌ସିଂହପୁର ଅଞ୍ଚଳରୁ ଏହାକୁ ସଂଗ୍ରହ କରୁଛୁ। ମଜୁରି ଓ ଗାଡ଼ି ଭଡ଼ା ଦେଇ ଦୂର ସ୍ଥାନରୁ ଏହି ସୋଲ ସଂଗ୍ରହ କରିବାକୁ ପଡୁଛି। ପାରିଶ୍ରମିକ ତୁଳନାରେ ଆଗ ଅପେକ୍ଷା ବେପାରରେ ଲାଭ କମିଛି। ତଥାପି ଆମେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ। ଅପରପକ୍ଷରେ କୋଲକାତାର ବିଭିନ୍ନ ଅଞ୍ଚଳରୁ ପ୍ଲାଷ୍ଟିକ୍‌ ଓ ପେପର ନିର୍ମିତ ଡଙ୍ଗା ବଜାରରେ ଉପଲବ୍ଧ ହେବାରୁ ସୋଲ ଡଙ୍ଗାର ଚାହିଦା କମିଛି ବୋଲି ସେମାନେ କହିଛନ୍ତି। ଏହି ଡଙ୍ଗା କାରିଗର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri