୭ବର୍ଷ ହେଲା ଓଭରବ୍ରିଜ୍‌ କାମ ସରୁନି

ଜଟଣୀ,୪ା୧୧(ଡି.ଏନ୍‌.ଏ.): ଜଟଣୀର ବହୁପ୍ରତୀକ୍ଷିତ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଓ ବିଳମ୍ବ ପ୍ରତିବାଦରେ ଗୁରୁବାର ଜଟଣୀ ନାଗରିକ କମିଟି ପକ୍ଷରୁ ସୀତାରାମ ଛକଠାରେ ଦୁଇଦିନିଆ ଗଣଧାରଣା ଓ ଅନଶନ କରାଯାଇଛି। ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଉକ୍ତ କମିଟି ସଦସ୍ୟ ଓ କଂଗ୍ରେସ କର୍ମୀମାନେ ଅନଶନରେ ବସିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କାର୍ଯ୍ୟ ବିଳମ୍ବ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଶୁକ୍ରବାର କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯିବ। ଦୁଇ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ କହଛନ୍ତି। ଉକ୍ତ କମିଟି ସଭାପତି ରାଉତରାୟ କୁହନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲେ ବିଧାୟକ କାଳେ ଶ୍ରେୟ ନେଇଯିବେ, ସେଥିପାଇଁ ବର୍ତ୍ତମାନ କାର୍ଯ୍ୟ ବନ୍ଦ ରଖିବା ସହିତ ଠିକାଦାରଙ୍କ ପ୍ରାପ୍ୟ ଦିଆଯାଉ ନାହିଁ। ନିଜ ଦୋଷ ଲୁଚାଇବା ପାଇଁ ରେଲଓ୍ବେ ବିଭାଗକୁ ଦୋଷ ଦିଆଯାଉଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ କୁହନ୍ତି, ରାଜନୈତିକ ଫାଇଦା ଓ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ କଂଗ୍ରେସର ଏହା ଏକ ପ୍ରହସନ। ଭାଜପା ଖୋର୍ଦ୍ଧା ଜିଲା ମିଡିଆସେଲ ସଂଯୋଜକ ପ୍ରଦୀପ କୁମାର ଜେନା କୁହନ୍ତି, ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପଛରେ ରାଜ୍ୟ ସରକାର ଦାୟୀ। ଏମ୍‌ପି ଅପରାଜିତା ଷଡଙ୍ଗୀ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।
ସୂଚନାଥାଉ କି,କୁଦିଆରୀ ବଜାରଠାରୁ ସୀତାରାମଛକ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ ଲାଗି ଦାବି ହୋଇଆସୁଥିଲା। ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ଅନୁଦାନକ୍ରମେ ୫୮ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକ ଖୁବଶୀଘ୍ର ଓଭରବ୍ରିଜ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରିଲା ନାହିଁ। ଅନ୍ୟପଟେ ଏହାର ବ୍ୟୟ ଅଟକଳ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପହଞ୍ଚିଲାଣି। ୭ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଓଭରବ୍ରିଜ କାମ ସରିନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅନଶନରେ ମାରଓ୍ବାଡି ଯୁବମଞ୍ଚ ସଦସ୍ୟ ସତୀଶ ଶର୍ମା, ବରିଷ୍ଠ ନାଗରିକ କମିଟିର ସଭାପତି ପ୍ରହଲାଦ ସାହୁ, କଳିଙ୍ଗ ସାହୁ, ବୃନ୍ଦାବନ ସାହୁ, ସଂଗ୍ରାମ ରାଉତରାୟ, ଡ.ଗୌରୀ ପ୍ରସାଦ ସିଂହ, ଅଶୋକ ମଙ୍ଗରାଜ, ହଟ୍ଟ କିଶୋର ପ୍ରଧାନ, ନୌସର ଅଲୀ, ସୌମ୍ୟ ଶ୍ରୀଚନ୍ଦନ, ସଙ୍କେତ ପାଟ୍ଟଶାଣୀ, ସୁଧାକର ଜେନା, ଲୁସେନ ରାଏ, ମେଘୁ ପରିଜା, ସୁନୀଲ ରାଉତରାୟ, ନିରୁପମା ପାତ୍ର, ସାରଙ୍ଗ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri