ଆଗ୍ରହ ଦେବ ଅଗ୍ରଗତି

ବଇଣ୍ଡା,୩ା୧୧ (ପରିକ୍ଷିତ ସାହୁ): ରୋଜଗାରକ୍ଷମ ହେବେ ଗଁା ମହିଳା। ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସେମାନେ ସହାୟକ ହୋଇପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କରାଯାଉଛି ନୂଆ ନୂଆ ଯୋଜନା। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଯୋଗାଇ ଦିଆଯାଉଛି ସହାୟତା ଓ ସହଯୋଗ। ଆବଶ୍ୟକସ୍ଥଳେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଫଳରେ ଅଧିକ ଆୟ ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ, ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ଜିଲା କିଶୋରନଗର ବ୍ଲକର କେତୋଟି ଏସ୍‌ଏଚ୍‌ଜିର ସଦସ୍ୟା ଏବେ ମହୁ ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି। ସେମାନଙ୍କ ଏହି ଆଗ୍ରହ ହିଁ ଆଗାମୀ ଦିନରେ ମହୁ ଚାଷକୁ ଏଠାରେ ଅଗ୍ରଗତି ଦେବ ବୋଲି ଏସ୍‌ଏଚ୍‌ଜି ସଦସ୍ୟାମାନେ ମତ ଦେଇଛନ୍ତି।

କିଶୋରନଗର ବ୍ଲକ ଲୁହାମୁଣ୍ଡା ପଞ୍ଚାୟତ କ୍ଷେତ୍ରପାଳ ଗ୍ରାମର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୩୦ ମହିଳା ଏହି ମହୁଚାଷ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନଙ୍କୁ ନୂଆଦିଲ୍ଲୀସ୍ଥିତ ନେଦରଲାଣ୍ଡ ଦୂତାବାସ, ନାବାର୍ଡ ଭୁବନେଶ୍ୱର ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସହଯୋଗ କରାଯାଇଛି। ବିନା ମୂଲ୍ୟରେ ମହୁ ମାଛି ଓ ବାକ୍ସ ଯୋଗାଇ ଦିଆଯାଇଛି। ବିଶ୍ୱ ଯୁବକେନ୍ଦ୍ର ବାଣିନାଳି ପକ୍ଷରୁ ୧୨ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରତି ମହିଳାଙ୍କୁ ୫ଟି ଲେଖାଏ ମହୁବାକ୍ସ ଦେବାକୁ ସ୍ଥିର କରାଯାଇଥିବା ବେଳେ ଏବେ ସୁଦ୍ଧା ମୋଟ ୮୨ଟି ମହୁବାକ୍ସ ସେମାନେ ନିଜ ନିଜ ବାଡ଼ିରେ ରଖି ଚାଷ ଆରମ୍ଭ କରିଛନ୍ତି। ଗୋଟିଏ ମହୁବାକ୍ସରୁ ବର୍ଷକୁ ୩ ଥର ମହୁ ଉତ୍ପାଦନ କରାଯିବାର ଯୋଜନା ରହିଛି। ଏପରି କି ପ୍ରତି ବାକ୍ସରୁ ବର୍ଷକୁ ୩ ହଜାର ଟଙ୍କାର ମହୁ ସଂଗ୍ରହ ହେବ ବୋଲି ଓଡ଼ିଶା ଜୀବିକା ମିଶନ ପକ୍ଷରୁ କୁହାଯାଇଛି। ଥରକୁ ୨ କେ.ଜି. ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହାକୁ ଆଦର୍ଶ କୃଷି ଉତ୍ପାଦନ କମ୍ପାନୀ କିଣି ବଜ଼ାରରେ ବିକ୍ରି କରିବ। ଏଥିଯୋଗୁ ପ୍ରତି ମହିଳା ଚାଷୀ ବର୍ଷକୁ ୧୫ ହଜାର ଟଙ୍କା ରୋଜଗାର କରିପାରିବେ। ଆଗାମୀ ଦିନରେ ଏହି ମହୁ ଚାଷ ବ୍ଲକର କଣ୍ଟେଇକୋଳିଆ, ଜାମୁନାଳୀ ପଞ୍ଚାୟତର ମହିଳାମାନଙ୍କ ଦ୍ୱାରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri