Posted inଫୁରସତ

କବାଟର ରଙ୍ଗ ପାଇଁ ୧୯ ଲକ୍ଷ ଫାଇନ୍‌

ଇଡେନବର୍ଗ: ସ୍କଟଲାଣ୍ଡ ଇଡେନବର୍ଗର ଜଣେ ମହିଳା ତାଙ୍କ ଘର ମୁଖ୍ୟ କବାଟର ରଙ୍ଗ ଗୋଲାପୀ କରିଥିବାରୁ ସେଠାକାର ସରକାର ତାଙ୍କ ଉପରେ ୧୯ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ୪୮ ବର୍ଷୀୟା ମିରାଣ୍ଡା ଡିକ୍‌ସନ୍‌ ଇଡେନବର୍ଗର ନ୍ୟୁ ଟାଉନ୍‌ ଏରିଆରେ ରୁହନ୍ତି। ଗତବର୍ଷ ଘରର ମରାମତି ସମୟରେ ସେ ମୁଖ୍ୟ କବାଟ ଗୋଲାପୀ ରଙ୍ଗ କରିଥିଲେ। କିନ୍ତୁ ସିଟି କାଉନ୍‌ସିଲ ତୁରନ୍ତ କବାଟର ରଙ୍ଗ ବଦଳାଇ ଧଳା କରିବାକୁ ନୋଟିସ୍‌ ଜାରି କରିଛି। ମିରାଣ୍ଡା ଯଦି ନୋଟିସ୍‌ ଅନୁସାରେ କାର୍ଯ୍ୟ ନ କରନ୍ତି ତେବେ ତାଙ୍କୁ ଜରିମାନା ବାବଦକୁ ୧୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଘରର କବାଟକୁ ମାରାଣ୍ଡା ବର୍ତ୍ତମାନ ଡାର୍କ ରେଡ୍‌ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଘରକୁ ଫେରିବା ବେଳେ କବାଟର ଗୋଲାପୀ ରଙ୍ଗ ଦେଖିବା ପରେ ମନରେ ଖୁସି ଭାବ ଜାତ ହେଉଥିବା ମିରାଣ୍ଡା କହିଛନ୍ତି। ମିରାଣ୍ଡାଙ୍କ କବାଟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ରିଟେନ ସହରଗୁଡ଼ିକରେ ଲୋକ ସେମାନଙ୍କ ଘରର ମୁଖ୍ୟ ଫାଟକକୁ ଅତି ଉଜ୍ଜ୍ୱଳ ରଙ୍ଗ ଦେଇଥାନ୍ତି। ସେହିପରି ଜର୍ଜିଆ ଲୋକମାନେ ସେମାନଙ୍କ ଘର କବାଟ, ଝରକାକୁ ଗାଲାପୀ ରଙ୍ଗ ଦେଇଥାନ୍ତି। କାରଣ ସେଠାରେ ଅଧିକାଂଶ ଲୋକ ଏହି କଲର୍‌କୁ ପସନ୍ଦ କରୁଥିବା ମିରାଣ୍ଡା କହିଛନ୍ତି। ଇଡେନବର୍ଗ କଉନ୍ସିଲ ନିୟମ ଅନୁସାରେ ଘରର ମୁଖ୍ୟ ଫାଟକର ରଙ୍ଗ ଧଳା କିମ୍ବା ହାଲୁକା ରଙ୍ଗ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri