ବହୁ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର, ୨।୧୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କ ଠାରୁ ସାଧାରଣଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢ଼ିଉଠୁଛି। ବର୍ଷ ବର୍ଷ ଧରି ଏମାନେ ସରକାରଙ୍କ ବିନା ଅନୁମତିରେ ମୂଲ୍ୟବାନ ଜମିକୁ ନିଜ ଆୟତ୍ତରେ ରଖୁଛନ୍ତି। ତେଣୁ ଅନେକ ସମୟରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ କରିବାରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ଏହି ଜବରଦଖଲଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଏବେ ଜୋର୍‌ଦାର ପ୍ରୟାସ ଚାଲିଛି। ଜଏଣ୍ଟ ଏଭିକ୍ସନ୍‌ ପ୍ରୋଗ୍ରାମ୍‌ ଅଫ୍‌ ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ପ୍ରୋଗ୍ରାମ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ଚଳିତ ମାସରେ ୨୩ଟି ସ୍ଥାନରୁ ଜବରଦଖଲ ହଟାଯିବ ବୋଲି ସୂଚନା ମିଳିଛି। ଏଥିରୁ ରାଜଧାନୀର ବହୁ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ସ୍ପଷ୍ଟ ହୋଇଛି।
ନଭେମ୍ବର ୧ରେ ଖଣ୍ଡଗିରି ଥାନା ଅଧୀନରେ ଥିବା ପ୍ଲଟ୍‌ ନଂ ୭୪୮, ଖାତା ନଂ ୫୧୯ରୁ ଜବରଦଖଲ ହଟାଯାଇଛି। ୨ତାରିଖରେ ଏୟାରପୋର୍ଟ ଓ କ୍ୟାପିଟାଲ ଥାନା ଅନ୍ତର୍ଗତ ଭୀମପୁର ମୌଜାର ୩ଟି ସ୍ଥାନରେ ଉଚ୍ଛେଦ କରାଯିବ। ସେହିପରି ୩ ତାରିଖରେ ପାହାଳ ଥାନା ଅନ୍ତର୍ଗତ ହଂସପାଳଠାରେ, ୪ରେ ଖଣ୍ଡଗିରି ଓ ଭରତପୁର ଥାନା ଅଧୀନ ୪ଟି ସ୍ଥାନରୁ, ୫ରେ ଧଉଳି ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୨୦୩ ଠାରୁ ଲିଙ୍ଗିପୁର ଅଞ୍ଚଳ, ୭ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ୪ଟି ଅଞ୍ଚଳ, ୯ରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ୩ଟି ଅଞ୍ଚଳ, ୧୦ରେ ଖଣ୍ଡଗିରି ଓ ଭରତପୁର ଥାନ୍ତା ଅନ୍ତର୍ଗତ କସ୍‌ମୋପଲିସ ଛକଠାରୁ ଡିଏନ୍‌ ରେଗାଲିଆ ମଲ୍‌ ଏବଂ ରେଗାଲିଆଠାରୁ ଆଇଗିଣିଆ ଛକର ଉଭୟ ପାର୍ଶ୍ୱ ରାସ୍ତା, ଆଇଗିଣିଆ ମୌଜା, ୧୧ରେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର, ୧୪ରେ ଶହୀଦ ନଗର ଥାନା ଅନ୍ତର୍ଗତ ୩ଟି ସ୍ଥାନରେ ଉଚ୍ଛେଦ ହେବ। ୧୫ ତାରିଖରେ ଭରତପୁର ଥାନା ଅଧୀନ ୩ଟି ସ୍ଥାନ, ୧୬ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗର ମୌଜା ଏବଂ ନୟାପଲ୍ଲୀ, ୧୩ରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ୩ଟି ସ୍ଥାନ, ୧୮ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୧୯ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୧ରେ ଖାରବେଳ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୨ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ମୌଜାର ୪ଟି ଅଞ୍ଚଳ, ୨୩ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୪ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଓ ଯଦୁପୁର ମୌଜାର ୩ଟି ଅଞ୍ଚଳ, ୨୫ରେ ତମାଣ୍ଡୋ ଥାନା ଅନ୍ତର୍ଗତ ସୁବୁଦ୍ଧିପୁର ମୌଜାର ପ୍ଲଟ୍‌ ନଂ ୧୧୦, ୨୮ରେ ଇନ୍‌ଫୋସିଟି ଓ ନନ୍ଦନକାନନ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୯ରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାର ୩ଟି ଅଞ୍ଚଳ ଏବଂ ୩୦ ତାରିଖରେ ମଞ୍ଚେଶ୍ୱର ଓ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗାଡ଼କଣ ମୌଜାର ୨ଟି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯିବା ନେଇ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri