Posted inଜାତୀୟ

ବିକାଶ ଦୁବେଙ୍କ ୧୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ୧୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଜବତ କରିଛି। ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ନାମରେ ଏହି ସମ୍ପତ୍ତି କିଣିଥିଲେ। ଦୁବେଙ୍କ ଘନିଷ୍ଠ ଜୟକାନ୍ତଙ୍କ ନାମରେ କାନପୁର ଓ ଏହାର ଆଖପାଖ ଅଞ୍ଚଳରେ ଏହି ସମ୍ପତ୍ତି ରହିଥିଲା। ଇଡି ଚଢ଼ାଉ ବେଳେ ଦୁବେଙ୍କ ନାମରେ ୨୮ରୁ ଊର୍ଦ୍ଧ୍ୱ ବେଆଇନ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ୨୦୨୦ ଜୁଲାଇ ୩ରେ ଗ୍ୟାଙ୍ଗଷ୍ଟର ଦୁବେଙ୍କ କାନ୍‌ପୁରସ୍ଥିତ ଘର ଉପରେ ଚଢ଼ାଉ କରିବା ଲାଗି ପୋଲିସ ଟିମ୍‌ ଯାଇଥିବାବେଳେ ସେ ଓ ତାଙ୍କ ସହଯୋଗୀମାନଙ୍କ ଗୁଳିରେ ୮ ଜଣ ପୋଲିସ ପ୍ରାଣ ହରାଇଥିଲେ। ଏହାର ସପ୍ତାହେ ମଧ୍ୟରେ ପୋଲିସ ଏନ୍‌କାଉଣ୍ଟରରେ ଦୁବେ ଓ ତାଙ୍କ ଗ୍ୟାଙ୍ଗ୍‌ର ୫ ସଦସ୍ୟ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ପହଞ୍ଚିଛି। ଗ୍ରାମ୍ୟ ଉନ୍ନୟନ...

ପିଟ୍ରୋଡାଙ୍କ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ କଳା ରଙ୍ଗ କହି ଆକ୍ଷେପ କଲେ…

ନୂଆଦିଲ୍ଲୀ,୮।୫: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ‘ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ...

ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା

ନୂଆଦିଲ୍ଲୀ,୮।୫: ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ...

ରାହୁଲଙ୍କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ-ଆଦାନୀ, ମୋଦି କହିଲେ…

ନୂଆଦିଲ୍ଲୀ,୮।୫: ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲେ ଏମ୍‌ପି ପ୍ରାର୍ଥୀ, କହିଲେ ହାତକୁ ଦେବ, ଫୁଲକୁ ଦେଲେ ଏମିତି ହେବ

ହାଇଦ୍ରାବାଦ,୮।୫: ତେଲଙ୍ଗାନାରେ କଂଗ୍ରେସ ଏମ୍‌ପି ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରେଡ୍ଡୀ ନିର୍ବାଚନୀ ପ୍ରଚାର ଜଣେ ବୃଦ୍ଧ ମହିଳାଙ୍କୁ...

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri