କାରଣ ଖୋଜି ପାଉନି ପୋଲିସ

ବରଗଡ଼ ଅଫିସ୍‌,୧।୧୧:ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ(କନ୍ଧପଡ଼ା)ରେ ଗୋଟିଏ ବୁଣାକାର ପରିବାର ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ଗୃହକର୍ତ୍ତା ଶେଷଦେବ ମେହେର(୬୫), ସ୍ତ୍ରୀ କ୍ଷୀରେଶ୍ୱରୀ(୬୦), ପୁଅ ଅରବିନ୍ଦ(୩୦) ଏବଂ ଝିଅ ଶିବାନୀ(୨୨)। ପରିବାରର କେହି ଜୀବିତ ନ ଥିବା ଯୋଗୁ ଘଟଣାଟି ରହସ୍ୟାବୃତ୍ତ ରହିଛି। କେଉଁ ପରିସ୍ଥିତିରେ ଘର ଭିତରେ ପରିବାରର ସବୁ ସଦସ୍ୟଙ୍କ ମୃତ୍ୟୁ ହେଲା ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହାକୁ କେହି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ କହୁଥିବାବେଳେ ପରିବାରର ଜଣେ ସଦସ୍ୟ ଅନ୍ୟ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଆଉ କେହି କହୁଛନ୍ତି। ଘଟଣାର ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ପୋଲିସ ଏକ ହତ୍ୟା ମାମଲା(୩୩୭/୨୨) ରୁଜୁ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟା ମାମଲା ରୁଜୁ କରିଥିଲେ ସୁଦ୍ଧା ପୋଲିସ ମୃତ୍ୟୁ ଘଟଣାର ଖିଅ ପାଇ ପାରିନାହିଁ। ମୃତକଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଉଛି। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ କିପରି ହୋଇପାରିବ ସେନେଇ ଉଦ୍ୟମ ଜାରି ରହିଛି ବୋଲି ଏସ୍‌ପି ସ୍ମିଥ୍‌ ପି. ପରମାର୍‌ କହିଛନ୍ତି।
ରବିବାର ସନ୍ଧ୍ୟାରେ ଶେଷଦେବଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ୩/୪ ଦିନ ହେଲା ବାହାରପଟୁ ତାଲା ପଡ଼ିଥିବା ଦେଖି ଲୋକେ ପୋଲିସକୁ ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ କବାଟ ଖୋଲିବା ପରେ ପରିବାରର ୪ ସଦସ୍ୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଅରବିନ୍ଦଙ୍କ ମୃତଦେହ ତଳ ମହଲା ପଙ୍ଖାରେ ଝୁଲୁଥିବା ବେଳେ ମା’, ଝିଅଙ୍କ ମୃତଦେହ ଉପର ମହଲା ଖଟିଆରେ ଏବଂ ବାପାଙ୍କ ମୃତଦେହ ତଳ ମହଲାର ଏକ କୋଠରିରେ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ରାତି ହୋଇଯାଇଥିବାରୁ ତଦନ୍ତ ଅଗ୍ରଗତି ହୋଇ ନ ଥିଲା। ସୋମବାର ସକାଳୁ ଏସ୍‌ପି ପରମାର୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ବଲପୁର ଏବଂ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଆସି ତଦନ୍ତ ପ୍ରକ୍ରିୟାରେ ପୋଲିସକୁ ସହଯୋଗ କରିଥିଲେ। ପୋଲିସ ଆର୍ଥିକ କାରବାର, ପାରିବାରିକ କଳହ, ସମ୍ପତ୍ତି ଲୋଭ ଆଦି ଦିଗକୁ ନେଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri