ଘୁଞ୍ଚିଲା ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ!

ମୁମ୍ବାଇ: ସାଉଥ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଫିଲ୍ମକୁ ନେଇ ବିଭିନ୍ନ ମହଲରେ ଟ୍ରୋଲ କରାଯାଉଛି। ଏପରିକି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଟ୍ରୋଲ୍‌ର ସ୍ବୀକାର ହେବାକୁ ପଡିଥିଲା। ଇତି ମଧ୍ୟରେ ଫିଲ୍ମକୁ ନେଇ ନିର୍ମାତା ଏକ ଖବର ସାମ୍ନାକୁ ଆଣିଛନ୍ତି। ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ରିଲିଜ୍‌ ତାରିଖକୁ ଘଞ୍ଚାଇ ଦେଇଛନ୍ତି ନିର୍ମାତା। ତେବେ କେବେ ରିଲିଜ୍‌ ହେବ ତାହା ଘୋଷଣା ହୋଇନାହିଁ। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଏଥିରେ ପ୍ରଭାସ ରମ ହୋଇଥିବା ବେଳେ କ୍ରିତି ସାନନଙ୍କୁ ସୀତା ଏବଂ ସୈଫ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ…

ହାଇଦ୍ରାବାଦ: ଅଡୁଆରେ ଫସିଛନ୍ତି ଦକ୍ଷିଣ ଭାରତୀୟ ସିନେମାର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ତେବେ ଏହି କାରଣରୁ...

କରିନାଙ୍କୁ ନୋଟିସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି...

ଅବଦୁ ରୋଜିକଙ୍କର ହେଲା ଏନଗେଜମେଣ୍ଟ, ପ୍ରଶଂସକଙ୍କୁ ଦେଖାଇଲେ ଭାବି ସ୍ତ୍ରୀଙ୍କ ଫଟୋ

ଦଶାନବେ: ବିଗ ବସ ୧୬ର ଷ୍ଟାର ଅବଦୁ ରୋଜିକ ଏହି ଶୋ’କୁ ଆସିବା ପରେ ତାଙ୍କର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ସେ ଏହି ଶୋ’କୁ...

ପୱନଙ୍କୁ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ

ଅମରାବତୀ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ନିଜ ଫିଲ୍ମ ‘ପୁଷ୍ପା ଦି ରୁଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ଏହି ହାଇ ବଜେଟ ଫିଲ୍ମକୁ ନେଇ...

ସଲମାନଙ୍କ ନାୟିକା ସାଜିବେ ରଶ୍ମିକା

ମୁମ୍ବାଇ: ନିକଟରେ ‘ଆନିମଲ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବିପକ୍ଷରେ ନଜର...

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ନିଅ, ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶଙ୍କ ବିଶେଷ ଉପହାର ଘୋଷଣା

ମୁମ୍ବାଇ,୯।୫: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri