ମହାରାଷ୍ଟ୍ର-ଗୁଜରାଟ ପୁଞ୍ଜିନିବେଶ ବିବାଦ ମଧ୍ୟରେ ଗଡ଼କରୀ ଟାଟା ଗ୍ରୁପ୍‌କୁ ଲେଖିଲେ ଚିଠି : ନାଗପୁରରେ କମ୍ପାନୀକୁ ସ୍ବାଗତ…

ନୂଆଦିଲ୍ଲୀ,୩୦।୧୦ : ବର୍ତ୍ତମାନ ଟାଟା କମ୍ପାନୀର ପୁଞ୍ଜି ବିନିଯୋଗକୁ ନେଇ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଚିଠି ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଠି ସେ ଟାଟା ଗ୍ରୁପକୁ ଲେଖିଛନ୍ତି। ଭିତ୍ତିଭୂମି, ଜମି ଉପଲବ୍ଧତା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଦର୍ଶାଇ ସେ ଟାଟା ଗ୍ରୁପ୍‌କୁ ନାଗପୁରରେ ବିନିଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ନାଗପୁରରେ କମ୍ପାନୀକୁ ସ୍ବାଗତ। ସୂଚନାଯୋଗ୍ୟ ଯେ ନିକଟରେ ଦୁଇଟି ମେଗା ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜରାଟକୁ ସ୍ଥାନାନ୍ତରିତ ହୋଇଛି। ଏହା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

କୁହାଯାଉଛି ଯେ ଗଡକରୀ ଅକ୍ଟୋବର ୭ରେ ଟାଟା ସନ୍ସ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଏହି ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଇସ୍ପାତ, ଅଟୋ, ଉପଭୋକ୍ତା ଉତ୍ପାଦ, ଆଇଟି ସେବା ଏବଂ ବିମାନ ଚଳାଚଳ ଭଳି ବ୍ୟବସାୟରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ନାଗପୁରରେ ବିନିଯୋଗ କରିପାରିବେ। ଏଠାରେ ଜମିର ଅଭାବ ନାହିଁ। ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ ଏହି ଚିଠିକୁ ନେଇ ଦୁଇ ରାଜ୍ୟର ରାଜନୈତିକସ୍ତରରେ ଉଷ୍ଣତା ବୃଦ୍ଧି ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ...

କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪ା୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

ଏଚ୍‌.ଡି. ରେଭନ୍ନାଙ୍କ ବିରୋଧରେ ଅପହରଣ, ଅସଦାଚରଣ ଅଭିଯୋଗ

ମହୀଶୂର,୪ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. ରେଭନ୍ନା ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥବା ଜଣେ ମହିଳାଙ୍କୁ ଅପହରଣ କରିନେଇ...

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା।...

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri