ଟୁଇଟରରୁ ପରାଗ, ବିଜୟା ବିଦା

ନ୍ୟୁୟର୍କ,୨୯ା୧୦(ପି.ଟି.): ପକ୍ଷୀ ମୁକ୍ତହେଲା ବୋଲି ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ଟେସ୍‌ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍‌ ମସ୍କ ଟୁଇଟ୍‌ କରିଛନ୍ତି। ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଅଧିଗ୍ରହଣ କରିବା ପରେ ୫୧ ବର୍ଷୀୟ ମସ୍କ ଏହାର ସିଇଓ ପରାଗ ଅଗ୍ରଓ୍ବାଲ ଓ ଲିଗାଲ୍‌ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେଙ୍କୁ ବିଦା କରିଛନ୍ତି।
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଗୁରୁବାର ଟୁଇଟର କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ। ସେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ଟୁଇଟରର ଲୋକପ୍ରିୟ ଲଗୋ ‘ପକ୍ଷୀ’ ମୁକ୍ତହେଲା ବୋଲି କହିଛନ୍ତି। ଏଥିସହ ସେ ଟୁଇଟରରେ ସଂସ୍କାର ଆଣିବାକୁ ଯାଇ ପ୍ରଥମେ ଶୀର୍ଷ ପଦବୀରେ ଥିବା ୪ ଜଣଙ୍କୁ ତତ୍କାଳ ଛଟେଇ କରିଛନ୍ତି। ସେମାନେ ହେଲେ ସିଇଓ ପରାଗ ଅଗ୍ରଓ୍ବାଲ, ଲିଗାଲ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେ, ଚିଫ୍‌ ଫାଇନାନ୍ସିଆଲ ଅଫିସର (ସିଏଫ୍‌ଓ) ନେଡ୍‌ ସେଗଲ ଏବଂ ଜେନେରାଲ କାଉନ୍ସେଲ ସିଅନ୍‌ ଏଡ୍‌ଗେଟ୍‌। ପରାଗଙ୍କୁ ଟୁଇଟର ଅଫିସରୁ ବାହାର ରାସ୍ତା ଦେଖାଇ ଦିଆଯାଇଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଡିଲ୍‌ ସମ୍ପୂର୍ଣ୍ଣ ହେବା ପରେ ଟୁଇଟରର ବ୍ୟବସାୟ, କର୍ମଚାରୀ ଓ ଶେୟାରହୋଲ୍ଡର୍ସଙ୍କୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି। ମସ୍କ ନେଇଥିବା ଦ୍ୱିତୀୟ ତ୍ୱରିତ ପଦକ୍ଷେପ ହେଉଛି ପୂର୍ବ ମ୍ୟାନେଜମେଣ୍ଟର ଆଜୀବନ ବାସନ୍ଦ ନୀତିକୁ ହଟାଇବା, ଯଦ୍ଦ୍ବାରା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ଟୁଇଟରକୁ ଫେରିବା ପଥ ପରିଷ୍କାର ହୋଇଛି। ତେବେ ଏହି ଅଧିଗ୍ରହଣ ପାଇଁ ମସ୍କ ଗୋଟିଏ ଦିନରେ ୪୪ ବିଲିୟନ ଡଲାର କିପରି ଯୋଗାଡ଼ କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଟେସ୍‌ଲା ସିଇଓଙ୍କ ନେତୃତ୍ୱରେ ଶେୟାର କ୍ରେତାମାନଙ୍କ ଏକ ଗୋଷ୍ଠୀରେ କ୍ରିପ୍ଟୋ ଏକ୍ସଚେଞ୍ଜ ବାଇନାନ୍ସ ସାମିଲ ହୋଇଥିବା କୁହାଯାଉଛି।
ପ୍ରକାଶ ଯେ, ଗତ ଏପ୍ରିଲରେ ମସ୍କ ଟୁଇଟର କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫେକ୍‌ ଆକାଉଣ୍ଟ ସଂଖ୍ୟାର ଆଳ ଦେଖାଇ ଡିଲ୍‌ରୁ ବାହାରିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଟୁଇଟର ଅଦାଲତଙ୍କ ଆଶ୍ରୟ ନେଇଥିଲା। ଶେଷରେ କୋର୍ଟ ନିର୍ଦ୍ଧାରିତ ଡେଡ୍‌ଲାଇନ୍‌ର ଦିନକ ପୂର୍ବରୁ ମସ୍କ ଏହି ସୋସିଆଲ ମିଡିଆ ସାଇଟ୍‌କୁ କିଣିବାକୁ ବାଧ୍ୟ ହୋଇଥିଲେ।
ଗତବର୍ଷ ନଭେମ୍ବରରେ ଟୁଇଟରର ସହପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସି ଅବ୍ୟାହତି ନେବା ପରେ ୩୮ ବର୍ଷୀୟ ପରାଗ ଅଗ୍ରଓ୍ବାଲଙ୍କୁ ଏହାର ସିଇଓ ନିଯୁକ୍ତ କରାଯାଇଥିଲା। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ତଥା ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ପ୍ରାକ୍ତନ ଛାତ୍ର ପରାଗ ୧ ଦଶନ୍ଧି ପୂର୍ବେ ଟୁଇଟରରେ ସାମିଲ ହୋଇଥିଲେ, ଯେତେବେଳେ କମ୍ପାନୀରେ ୧ ହଜାରରୁ କମ୍‌ କର୍ମଚାରୀ ଥିଲେ। ତେବେ ମସ୍କ ଏହାକୁ କିଣିବା ନେଇ ଘୋଷଣା କରିବା ପରେ କିଛି ମାସ ଧରି ତାଙ୍କ ସହ ପରାଗଙ୍କ ମତଭେଦ ଖୋଲାଖୋଲି ଭାବେ ଦେଖିବାକୁ ମିଳିଥିଲା। ସେହିପରି କମ୍ପାନୀର କଣ୍ଟେଣ୍ଟ ମଡରେଶନ୍‌ ନିଷ୍ପତ୍ତିରେ ହାଇଦ୍ରାବାଦ ଜନ୍ମିତ ୪୮ ବର୍ଷୀୟା ବିଜୟା ଗାଡ୍ଡେଙ୍କ ଭୂମିକାକୁ ସମାଲୋଚନା କରି ମସ୍କ ତାଙ୍କୁ ମଧ୍ୟ ବିଦା କରିଛନ୍ତି। ଟୁଇଟର କୋଫାଉଣ୍ଡର ବିଜ୍‌ ଷ୍ଟୋନ୍‌ ପରାଗ ଓ ଗାଡ୍ଡେଙ୍କୁ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହା ପୂର୍ବରୁ ମସ୍କ ବୁଧବାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଟୁଇଟର ମୁଖ୍ୟାଳୟରେ ଇଞ୍ଜିନିୟର ଓ ଆଡ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଟୁଇଟରରେ ନିଜ ଡେସ୍‌କ୍ରିପ୍‌ଶନକୁ ଅପ୍‌ଡେଟ୍‌ କରି ‘ଚିଫ୍‌ ଟୁଇଟ୍‌’ ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri