Posted inଜାତୀୟ

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ ପ୍ରିୟଭାଜନ ହୋଇଥାନ୍ତି ତ ଆଉ କେହି ବହୁ ସମ୍ମାନ ହାତେଇଥାନ୍ତି। ଉତ୍ତର ପ୍ରଦେଶ ବୁଡାନରେ ଥିବା ବିଜୟ ନଗର ଗ୍ରାମର ନୂର ଜାହାନ୍‌ ନିଜର ଅନନ୍ୟ କଳା ପ୍ରତିଭା ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ରୁଚି ରଖୁଥିବା ନୂର ଏକକାଳୀନ ୧୫ ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କି ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି। ଜଣେ ଚିତ୍ରକର ଭଳି ରଙ୍ଗ ତୂଳୀ କିମ୍ବା ପେନ୍‌ସିଲ୍‌ ମୁନରେ ନୁହେଁ ବରଂ କଲମରେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି।
ନୂର ଚିତ୍ର ଆଙ୍କୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୯ ଖଣ୍ଡ କାଠକୁ ଯୋଡ଼ି ସେ ପ୍ରଥମେ ଏକ ଫ୍ରେମ୍‌ ତିଆରି କରୁଛନ୍ତି। ଉକ୍ତ ଫ୍ରେମ୍‌ରେ ତିଆରି ହେଉଥିବା ୧୫ଟି କୋଠରିରେ ସେ ୧୫ ଟି କଲମ ବାନ୍ଧୁଛନ୍ତି। ଏହାପରେ ହ୍ବାଇଟ୍‌ ବୋର୍ଡ ଭଳି ରଖାଯାଇଥିବା ଡ୍ରଇଂ ପେପରରେ ଗୋଟିଏ ହାତରେ ସେହି କଲମ ଖଞ୍ଜାଯାଇଥିବା ସେହି ଫ୍ରେମ୍‌କୁ ଧରି ଚିତ୍ର ଆଙ୍କୁଥିବାର ଭଇରାଲ ଭିଡିଓରେ ଦେଖାଯାଇଛି। ବିନା ବିରତିରେ କିଛି ସମୟ ଭିତରେ ନୂର ଏକକାଳୀନ ମହାତ୍ମା ଗାନ୍ଧୀ, ଭଗତ ସିଂ, ସୁଭାସ ଚନ୍ଦ୍ର ବୋଷ, ଡା. ରାଜେନ୍ଦ୍ର ପ୍ରସାଦ, ଡା. ବି.ଆର୍‌. ଆମ୍ବେଦକରଙ୍କ ଭଳି ୧୫ ଜଣ ମହାପୁରୁଷଙ୍କ ଚିତ୍ର ଆଙ୍କିଛନ୍ତି। ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ବହୁଳ ପ୍ରସାରିତ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରି ନୂରଙ୍କ ଏହି ନିଆରା ପ୍ରତିଭାକୁ ଚମତ୍କାର ବୋଲି କହିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଭିଡିଓକୁ ଦେଖି ନୂରଙ୍କୁ ପ୍ରଶଂସା କରିବାରେ କୌଣସି ମଉକା ଛାଡ଼ିନାହାନ୍ତି। ପିଲାବେଳୁ ଚିତ୍ରାଙ୍କନ ପ୍ରତି ନୂରଙ୍କର ବିଶେଷ ଆଗ୍ରହ ଥିବାବେଳେ ଏହା ଜରିଆରେ ସେ ଦେଶ ପାଇଁ ଗୌରବ ଆଣିବାକୁ ଚାହୁଁଥିବା ଭିଡିଓରେ ଜନୈକ ବ୍ୟକ୍ତି କରୁଥିବା ଶୁଣାଯାଇଛି। ଆନନ୍ଦ ମହିନ୍ଦ୍ରା ନୂରଙ୍କୁ ସମସ୍ତ ପ୍ରକାର ଆର୍ଥତ୍କ ସହଯୋଗ ଯୋଗାଇଦେବେ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri