ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି ଆଣିଥାଏ ଯେ ସେ ଆମର। ଅଦ୍ୱିତୀୟତା କଳା, ସାହିତ୍ୟର ଉପହାର। ସମସ୍ତେ ନିଜ ନିଜ ବିବେକ ଅନୁସାରେ ଲେଖା, କଳାକୃତିକୁ ବୁଝିଥାନ୍ତି ଏବଂ ଏହାକୁ ଭିନ୍ନ ଭିନ୍ନ ଶବ୍ଦ ମାଧ୍ୟମରେ ପ୍ରକାଶ କରିଥାନ୍ତି। ଏ ପର୍ଯ୍ୟନ୍ତ ପାଠକକୁ ପହଞ୍ଚାଇବାରେ କଳାକୃତି ହିଁ ସାହାଯ୍ୟ କରିଥାଏ, ଯାହାଦ୍ୱାରା ବ୍ୟକ୍ତି ମଧ୍ୟରେ ଅଦ୍ୱିତୀୟତା ଜାଗ୍ରତ ହୋଇଥାଏ ବୋଲି ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ କହିଛନ୍ତି। ଇଣ୍ଡିଆନ୍‌ ମେଟାଲ୍ସ ପବ୍ଲିକ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଶାରଳା ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ କଥାକାର ଡ.ଗୌରହରି ଦାସଙ୍କୁ ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଚଳିତବର୍ଷର ୪୩ତମ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଓ ତାମ୍ରଫଳକ ପ୍ରଦାନ କରାଯାଇଥିଲା। ପୁରସ୍କାର ଗ୍ରହଣ କରି ଡ. ଦାସ କହିଛନ୍ତି, ସାହିତ୍ୟ ପାଇଁ ଆଜି ମୋର ପରିଚୟ। ସାହିତ୍ୟ ଯଦି ନ ଥାନ୍ତା ମୋର ଏଭଳି ପରିଚୟ ସୃଷ୍ଟି ହୋଇପାରି ନ ଥାନ୍ତା। ସାହିତ୍ୟ ମୋର କୁରୁକ୍ଷେତ୍ର ଏବଂ ଶବ୍ଦ ମୋର ଶସ୍ତ୍ର। ସାହିତ୍ୟର ଧର୍ମ ଶୋଇପଡ଼ିଥିବା ଦେବତାଙ୍କୁ ନିଦରୁ ଉଠାଇବା। ସମାଜର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ବ୍ୟବସ୍ଥା ଉପରେ ମୋର ହସ୍ତକ୍ଷେପ। ସମସ୍ତେ ଦିନେ ଗପ ପାଲଟିଯିବା। ଏହା ଏକ ଅନିବାର୍ଯ୍ୟ ନିୟତି। ଗାଳ୍ପିକଙ୍କ ପରେ ଗାଳ୍ପିକ ବିଦାୟ ନେଉଥିବେ କିନ୍ତୁ ଗଳ୍ପ, ଶବ୍ଦ ରହିବ। ଶବ୍ଦର ଶେଷ ନାହିଁ, ଶବ୍ଦର ସମାଧି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ଇମ୍ଫା ଟ୍ରଷ୍ଟ ପକ୍ଷରୁ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଉତ୍ସବରେ ଟ୍ରଷ୍ଟି ପାରମିତା ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ଲେଖକ ଦାସ ଏବଂ ମୁଖ୍ୟ ଅତିଥି ବାଜପେୟୀଙ୍କ ମଧ୍ୟରେ ଏକ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ବିଜୟ ମଲ୍ଲ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri