ଏଇ ଭାରତରେ

୧୭ ବର୍ଷ ବୟସରେ ଏକ ରୋବୋ ନିର୍ମାଣ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି କାନପୁରର ମହମ୍ମଦ ସୟଦ ଛାଥୋଥ୍‌। ସେ ଏବେ ଇ.କେ.ନାୟାନାର ମେମୋରିଆଲ ଗଭର୍ନମେଣ୍ଟ ଆୟର ସେକେଣ୍ଡାରୀ ସ୍କୁଲ, ଭେଙ୍ଗାଡର ଦ୍ୱାଦଶ ଶ୍ରେଣୀ କମ୍ପ୍ୟୁଟର ବିଜ୍ଞାନ ଛାତ୍ର। ୨୦୧୯ରେ କାନପୁର ରେସ୍ତୋରାଁରେ ଏକ ରୋବୋ ଖାଦ୍ୟ ପରଷୁ ଥିବା ସମୟରେ ସୟିଦ ତାହା ଦେଖିଥିଲେ। ପରେ ମା’ଙ୍କୁ ଘର କାମରେ ସହଯୋଗ କଲାଭଳି ସମାନ ଧରଣର ଏକ ରୋବୋ ତିଆରି କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ପରେ ସେ ଅନେକ ଭିଡିଓ ଅନୁସରଣ କରି ତାହାର ନିର୍ମାଣ ସମ୍ପର୍କିତ ଜ୍ଞାନ ହାସଲ କରିଥିଲେ। ଏକ ବର୍ଷ ମଧ୍ୟରେ ତାହାର ଏକ ମଡେଲ ବି ପ୍ରସ୍ତୁତ କରିନେଲେ। ପରେ ପୂର୍ଣ୍ଣାଙ୍ଗ ରୂପ ଦେଇ ରୋବୋ ନାମ ରଖିଛନ୍ତି ‘ପାଟୋଟି’। ଏହା ତାଙ୍କ ପରିବାରକୁ ପ୍ରତିଦିନ ସକାଲୁ ଉଠାଇ ଦେଉଛି। ଯଦି କଫି ପ୍ରସ୍ତୁତ ହୋଇଥାଏ ତେବେ ତାହାକୁ ନେଇ ବେଡ ରୁମରେ ଦେଇ ଆସୁଛି। ଏହା ଅତିବେଶିରେ ୬କେ.ଜି. ଜିନିଷ ନେଇପାରୁଛି। ଏବେ ସୟିଦ ତାଙ୍କ ଶ୍ରେଣୀ ସାଥୀମାନଙ୍କ ସହ ଅଟୋମେଶନ ରୋବୋଟିକ୍‌ ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସୟିଦ ଉକ୍ତ ରୋବୋକୁ ମାତ୍ର ୧୦,୦୦୦ ଟଙ୍କାରେ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପୂର୍ବରୁ ସେ ଲାଇଟ, ଫ୍ୟାନ ଓ ଅନ୍ୟ ଇଲେକ୍‌ଟ୍ରିକାଲ ଉପକରଣଗୁଡ଼ିକର ନିୟନ୍ତ୍ରଣ ଲାଗି ଏକ ମୋବାଇଲ ଆପ୍ଲିକେଶନ ବିକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri