ବିଜେଡି ମିଶ୍ରଣ ନାଁରେ ବିଭ୍ରାନ୍ତ କରୁଛି: ଭାଜପା

ଧାମନଗର,୨୬।୧୦ (ସ୍ବ.ପ୍ର./ଡି.ଏନ.ଏ.):  ଧାମନଗର ନିର୍ବାଚନମଣ୍ଡଳୀ ଭାଜପା କର୍ମୀଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ତଥା ବିଜେଡିରେ ଭାଜପାର କର୍ମୀ, ସମର୍ଥକଙ୍କ ଯୋଗଦାନ ଘଟଣାକୁ ଖଣ୍ଡନ କରିଛି ଭାଜପା। ଭାଜପା ଧାମନଗର ବ୍ଲକ ଶହୀଦନଗରଠାରେ ସୋମବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିବା ସହ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେଡିର ହୀନ ଚକ୍ରାନ୍ତ ବୋଲି ଅଭିଯୋଗ କରିଛି। ଗତ ଦୁଇଦିନ ଧରି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କରାଯାଇ ବିଭିନ୍ନ ଗଣମାଧ୍ୟମରେ କୁହାଯାଇଛି ଯେ, ଧାମନଗର ବ୍ଲକର କଟସାହି ଏବଂ ଖପରପଦା ପଞ୍ଚାୟତର ବହୁସଂଖ୍ୟକ ଭାଜପା କର୍ମୀ ସେମାନଙ୍କ ଦଳକୁ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଏହି ଘଟଣା ଉପରେ କଟସାହି, ଖପରପଦା ଭାଜପା ପକ୍ଷରୁ ଏହି ଖବରଦାତା ସମ୍ମିଳନୀରେ ଜିଲା ମିଡିଆ ସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁଙ୍କ ପୌରୋହିତ୍ୟରେ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି କହିଛନ୍ତି, ବିଜେଡି ମିଶ୍ରଣ ପର୍ବ ନାମରେ ଯେଉଁ କାର୍ଯ୍ୟକ୍ରମ କରୁଛି ସେଥିରେ କେହି ଜଣେ ବି ଭାଜପା କର୍ମୀ ଯୋଗ ଦେଇନାହାନ୍ତି। ଅପରପକ୍ଷେ ଉପରିସ୍ଥ ନେତାମାନଙ୍କ ନିକଟରେ ବ୍ୟକ୍ତିଗତ ପ୍ରତିଷ୍ଠା ଓ ପତିଆରାକୁ ସୁଦୃଢ଼ କରିବା ଲାଗି କେତେଜଣ ବିଜେଡି ନେତା ସେମାନଙ୍କ ସମର୍ଥକଙ୍କୁ ନେଇ ରାଜ୍ୟସ୍ତରୀୟ ନେତାଙ୍କ ଆଗରେ ଏମାନେ ଭାଜପାର ବୋଲି ପରିଚୟ ଦେଇ ମିଶ୍ରଣର ମିଛ ନାଟକ କରୁଛନ୍ତି। ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଲୋକଙ୍କୁ ବିଭ୍ରାନ୍ତି କରିବା ଭଳି ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ରଖି ଶାସକ ଦଳ ଯେଉଁ ଚାଲ ଖେଳୁଛି ତାହା ସଫଳ ହେବ ନାହିଁ। ଅସୁରାଳି ଜୋନ୍‌ ପ୍ରଭାରୀ ଉଦୟ ନାରାୟଣ ମଲ୍ଲିକ, ଯୁବ ଆଇନଜୀବୀ ରମାକାନ୍ତ ସାହୁ, ଭାଜପା ନେତା ସରୋଜ କୁଅଁର, ପୂର୍ବତନ ସରପଞ୍ଚ ଗୟାଧର ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ଗଣେଶ ଦାଶ, ପ୍ରତାପ ପାଣିଗ୍ରାହୀ, ଜନାର୍ଦ୍ଦନ ହାଜରା, ଦେବାଶିଷ ନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri