Posted inଖେଳ

ପ୍ରଥମ ଥର ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ, ୨୨ା୧୦(ପି.ଟି.): ଜିମ୍ବାଓ୍ବେ ଏହାର କ୍ରିକେଟ ଇତିହାସରେ ପ୍ରଥମଥର ଟି୨୦ କ୍ରିକେଟ ବିଶ୍ୱକପ ସୁପର-୧୨ରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ତିମ ମ୍ୟାଚରେ ଏହି ଦଳ ୫ ଉଇକେଟରେ ସ୍କଟଲାଣ୍ଡକୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି। କେବଳ ସେତିକି ନୁହେଁ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜକୁ ପଛରେ ପକାଇ ଜିମ୍ବାଓ୍ବେ ଗ୍ରୁପ୍‌ ‘ବି’ର ନମ୍ବର ଓ୍ବାନ ଦଳ ହେବାର ସୌଭାଗ୍ୟ ପାଇଛି। ଦ୍ରୁତ ବୋଲର ଟେଣ୍ଡାଇ ଚତରାଙ୍କ ଚମତ୍କାର ବୋଲିଂ (୪-୧-୧୪-୨) ବଳରେ ଜିମ୍ବାଓ୍ବେ ପ୍ରତିପକ୍ଷ ସ୍କଟଲାଣ୍ଡକୁ ୨୦ ଓଭରରେ ୧୩୨/୬ ମଧ୍ୟରେ ସୀମିତ ରଖିଥିଲା। ଜିମ୍ବାଓ୍ବେର ପ୍ରଥମ ବୋଲରଭାବେ ଚତରା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଉଇକେଟ ମଧ୍ୟ ପୂରଣ କରିଥିଲେ। ବାମହାତୀ ପେସର ରିଚାର୍ଡ ଏନ୍‌ଗର୍ଭା ମଧ୍ୟ ୨୮ ରନରେ ୨ଟି ଉଇକେଟ ନେଇ ସ୍କଟଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନ୍‌ସେ ସର୍ବାଧିକ ୫୪ ରନ କରିଥିଲେ। ପରେ ଅଧିନାୟକ କ୍ରେଗ୍‌ ଇର୍ଭିନଙ୍କ ଅର୍ଦ୍ଧଶତକ ବଳରେ ଜିମ୍ବାଓ୍ବେ ୧୩୩ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଇର୍ଭିନ ୫୮ ଓ ସିକନ୍ଦର ରାଜା ୪୦ ରନକରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଗୋଟିଏ ଉଇକେଟ ନେବାସହ ମାତ୍ର ୨୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୪୦ ରନକରି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇଥିବାରୁ ସିକନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ୧୯ତମ ଓଭରରେ ର଼୍ୟାନ ବୁର୍ଲ ବିଜୟ ସୂଚକ ଶଟ୍‌ ମାରିବା ସହ ଜିମ୍ବାଓ୍ବେ ଶିବିର ଏବଂ ପ୍ରଶଂସକଙ୍କ ମହଲରେ ଉତ୍ସବ ପରିବେଶ ସୃଷ୍ଟି ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ସ୍କଟଲାଣ୍ଡ ୨୦ ଓଭରରେ ୧୩୨/୬ (ଜର୍ଜ ମୁନ୍‌ସେ-୫୪, କାଲୁମ ମ୍ୟାକଲଡ-୨୫, ଟେଣ୍ଡାଇ ଚତରା-୨/୧୪, ରିଚାର୍ଡ ଏନ୍‌ଗର୍ଭା-୨/୨୮, ବ୍ଲେସିଂ ମୁଜାରାବାନି-୧/୩୪, ସିକନ୍ଦର ରାଜା-୧/୨୦)। ଜିମ୍ବାଓ୍ବେ ୧୮.୩ ଓଭରରେ ୧୩୩/୫ (କ୍ରେଗ୍‌ ଇର୍ଭିନ-୫୮, ସିକନ୍ଦର ରାଜା-୪୦, ଜୋଶ୍‌ ଡାଭେ-୨/୧୬, ବ୍ରାଡ୍‌ ହ୍ବିଲ-୧/୨୬, ମାର୍କ ଓ୍ବାଟ-୧/୧୯, ମାଇକେଲ ଲିଆସକ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

IPL ନିଲାମ: ଧୋନୀଙ୍କ ସ୍ଥାନ ନେବେ ଏହି ୧୯ ବର୍ଷୀୟ ଖେଳାଳି, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: ଚେନ୍ନାଇ ସୁପର କିଙ୍ଗସ୍ (CSK) ୨୦୨୬ IPL ନିଲାମରେ ଭବିଷ୍ୟତ ଉପରେ ନଜର ରଖି ଲଗାତାର ଦୁଇ ଜଣ ଅନ୍‌କ୍ୟାପ୍ଡ୍ ଖେଳାଳିଙ୍କ ଉପରେ ବଡ଼...

IPL ନିଲାମ ୨୦୨୬: ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କ ହାଇ ଡିମାଣ୍ଡ, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

କ୍ଷୀର ବ୍ୟବସାୟୀ ହତ୍ୟା ମାମଲା: ୨୩ରେ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୬ା୧୨(ସୁବାସଚନ୍ଦ୍ର ପାଢ଼ୀ):ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ ରହୁଥିବା କ୍ଷୀର ବ୍ୟବସାୟୀ ଲମ୍ୱୋଦର ମୁନି ହତ୍ୟା ମାମଲାର ବିଚାର ଏବେ ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୩...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri