ଖୋଲା ଆକାଶ ତଳେ ପିଲାଛୁଆ ଧରି ବସ୍ତିବାସିନ୍ଦା

ଭୁବନେଶ୍ୱର, ୨୨।୧୦ (ବ୍ୟୁରୋ): ନୋଟିସ୍‌ ନାହିଁ କି କିଛି ସୂଚନା ବି ନାହିଁ। ହଠାତ୍‌ ଆସିଲେ, ଆଉ ଆମ ଘର ଭାଙ୍ଗିଦେଲେ। ପିଲାଛୁଆ ଧରି ଗୁରୁବାର ରାତିରୁ ବାହାରେ ପଡିଛୁ। ଆମେ ସିନା ବଡ଼ ଲୋକ ଯାହା ଯେମିତି ରହିଯିବୁ, ହେଲେ କଅଁଳା ଛୁଆମାନେ ଖୋଲା ଆକାଶ ତଳେ କେମିତି ରହିବେ। ଆଗକୁ ବର୍ଷା ଆସୁଛି, ଏହା ଜାଣି ମଧ୍ୟ ଆମ ମୁଣ୍ଡ ଉପରୁ ପ୍ରଶାସନ ଛାତ ଛଡାଇ ନେଇଛି। କୋଳରେ ଛୋଟ ଛୁଆ ଧରି ଏବେ ଲୋକମାନେ କାନ୍ଦୁଛନ୍ତି। ହଠାତ୍‌ ଉଚ୍ଛେଦ ହୋଇଥିବାରୁ ଲୋକେ ଘରୁ ଜିନିଷ ବାହାର କରିବାକୁ ବି ସମୟ ପାଇ ନ ଥିବା କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ସତ୍ୟକାଳୀ ବସ୍ତି ବାସିନ୍ଦା।
ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ସତ୍ୟନଗର ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ମାର୍ଟସିଟିର ଅନୁରୋଧକ୍ରମେ ବିଡିଏ ପକ୍ଷରୁ ଗୁରୁବାର ସତ୍ୟକାଳୀ ବସ୍ତି ଉଚ୍ଛେଦ କରାଯାଇଥିଲା। ବସ୍ତି ବାସିନ୍ଦାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରଶାସନ କିଛି ଶୁଣି ନ ଥିଲା। ପ୍ରତିରୋଧ କରିବାରୁ ପୋଲିସ ସେମାନଙ୍କୁ ମାଡ ମାରିଥିଲା। କେତେଜଣଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ପରେ ଗୋଟିଏ ପରେ ଗୋଟିଏ ଘର ଉପରେ ଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଥିଲା। ଦିନ ୧୧ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭଙ୍ଗାରୁଜା ଚାଲିଥିଲା। ଘଟଣା ସମ୍ପର୍କରେ ବିଡିଏର ଜଣେ ଅଧିକାରୀ କହିଛନ୍ତି, ହଠାତ୍‌ କିଛି ହୋଇନାହିଁ। ପୂର୍ବରୁ ଆମେ ସେମାନଙ୍କୁ ନୋଟିସ୍‌ ଦେଇଥିଲୁ। ସେହି ବସ୍ତିରେ ପ୍ରଥମ କରି ଏହି ଉଚ୍ଛେଦ ହୋଇନାହିଁ। ପୂର୍ବରୁ ୫ଥର ପର୍ଯ୍ୟାୟକ୍ରମେ ଉଚ୍ଛେଦ ହୋଇଥିଲା। ଗୁରୁବାର ଶେଷଥର ପାଇଁ ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ରେ’ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବସ୍ତି ବାସିନ୍ଦାମାନଙ୍କୁ ଘର ପ୍ରଦାନ କରାଯାଇଛି। ସେମାନେ ସେଠାକୁ ସ୍ଥାନାନ୍ତର ହୋଇପାରିବେ। ତେବେ ଥଇଥାନର ଦାୟିତ୍ୱ ବିଡିଏର ନୁହେଁ। ନନ୍‌ ରେ’ମାନଙ୍କ ଥଇଥାନ କଥା ବିଏମ୍‌ସି ବୁଝିବ।
ସୂଚନାଯୋଗ୍ୟ, ୨୦୦୧ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ଏହି ଅଞ୍ଚଳରେ ଘର କରି ରହୁଥିଲେ। ସେମାନଙ୍କ ମଧ୍ୟରେ କେତେଜଣଙ୍କୁ ‘ରେ’ (ରାଜୀବ ଆବାସ ଯୋଜନା)ରେ ଘର ମିଳିଥିବାବେଳେ ଆଉ କେତେଜଣ ନନ୍‌ ରେ’ରେ ଅଛନ୍ତି। ବସ୍ତିରେ ରହୁଥିବା ପରିବାରର ପୁରୁଷମାନେ ମୂଲ ମଜୁରି କରୁଥିବାବେଳେ ମହିଳାମାନେ ପର ଘରେ ବାସନ ମାଜିବା ସହ ଅନ୍ୟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଦୀର୍ଘବର୍ଷ ଧରି ପିଲାଛୁଆ ପରିବାର ସହ ରହି ଆସୁଥିବାବେଳେ ହଠାତ୍‌ ପ୍ରଶାସନ ସେମାନଙ୍କୁ ବେଘର କରି ଦେଇଛି। ହେଲେ କିଛି ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ସେମିତି ଭଙ୍ଗା ଘର ନିକଟରେ ଦିନରାତି କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri