୨୯.୯୧% ଶ୍ରମିକ ପାଇଛନ୍ତି କର୍ମନିଯୁକ୍ତି

ଖୋର୍ଦ୍ଧା ଅଫିସ,୨୨ା୧୦: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କୁ କାମ ଦେବା ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ହେଲେ ପ୍ରଶାସନର ଅବହେଳା ଯୋଗୁ ୨୦୨୨-୨୩ ଆର୍ଥିକ ବର୍ଷରେ ଆଖିଦୃଶିଆ ସଫଳତା ମିଳି ନ ଥିବା ଶୁକ୍ରବାର ଅନୁଷ୍ଠିତ ଏମ୍‌ଜିଏନ୍‌ଆର୍‌ଇଜିଏସ ଜନଶୁଣାଣିର ତଥ୍ୟରୁ ଜଣାପଡ଼ିଛି। ଖୋର୍ଦ୍ଧା ବ୍ଲକ ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ ୨୯.୯୧ ପ୍ରତିଶତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ହୋଇଛି। ମାର୍ଚ୍ଚ ମଧ୍ୟରେ ଟାର୍ଗେଟ ପୂରଣ କରିବା ସହ ଯେପରି ପ୍ରତ୍ୟେକ ଶ୍ରମିକ ୧୦୦ ଦିନ କାର୍ଯ୍ୟ ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତ୍ୟେକ ପଞ୍ଚାୟତ ଅଧିକାରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ପାଇଁ ବିଶ୍ରାମାଗାର, ପାନୀୟଜଳର ବ୍ୟବସ୍ଥା ସହିତ ମହିଳା ଶ୍ରମିକଙ୍କ ପିଲାଙ୍କ ପାଇଁ କ୍ରେଚର ବ୍ୟବସ୍ଥା, ପିଲାଙ୍କୁ ଦେଖାରଖା କରିବା ନିମନ୍ତେ ଜଣେ କର୍ମଚାରୀ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ତେବେ ନରଣଗଡ଼ ପଞ୍ଚାୟତରେ ଶ୍ରମିକଙ୍କ ପାଇଁ ୯୨୭୫ଟି ଶ୍ରମିକ ଦିବସ ଥିବା ବେଳେ ୩୧ ପ୍ରତିଶତ ଅର୍ଥାତ ୨୯୩୨ଟି ଶ୍ରମଦିବସ ପ୍ରଦାନ କରାଯାଇଛି। ଗୋଳବାଇ ପଞ୍ଚାୟତରେ ୮୩୫୧ଟି ଶ୍ରମଦିବସରୁ ୫୧୦୮ଟି ଶ୍ରମଦିବସ ପ୍ରଦାନ କରାଯାଇଛି। ଯାହାକି ୬୧ପ୍ରତିଶତ। ଗୋଡିପଡା ପଞ୍ଚାୟତରେ ୯୩୩୭ଟି ଶ୍ରମ ଦିବସରୁ ୨୫୭୬ଟି ଶ୍ରମ ପ୍ରଦାନ କରାଯାଇଛି ଅର୍ଥାତ ୨୭ ପ୍ରତିଶତ। ବ୍ରଜମୋହନପୁର ପଞ୍ଚାୟତର ୮୭୧୩ଟି ଶ୍ରମଦିବସ ମଧ୍ୟରୁ ୨୨୩୪ଟି ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୨୫ ପ୍ରତିଶତ। କାଇପଦର ପଞ୍ଚାୟତରେ ୯୯୪୭ଟି ଶ୍ରମଦିବସ ମଧ୍ୟରୁ ୩୩୦୨ ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୩୩ ପ୍ରତିଶତ। ସେହିପରି ଓରବରସିଂ ପଞ୍ଚାୟତରେ ୯୯୦୩ ରୁ ୨୮୧୨ ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୨୮ ପ୍ରତିଶତ। ନନ୍ଦପୁର ପଞ୍ଚାୟତର ୯୫୦୪ ମଧ୍ୟରୁ ୧୩୬୬ଟି ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୧୪.୩୭ ପ୍ରତିଶତ। ବାଜପୁର ପଞ୍ଚାୟତର ୯୭୭୫ ମଧ୍ୟରୁ ୧୭୦୭ଟି କର୍ମଦିବସ ପ୍ରଦାନ କରାଯାଇଛି ଯାହାକି ୧୭.୪୬ ପ୍ରତିଶତ। କୁରାଢମଲ ପଞ୍ଚାୟତର ୯୯୪୬ଟି କର୍ମଦିବସ ମଧ୍ୟରୁ ୬.୩୬ ପ୍ରତିଶତ ଅର୍ଥାତ ୬୩୩ଟି କର୍ମ ଦିବସ ପ୍ରଦାନ କରାଯାଇଛି। ସେହିପରି ପଲତାତପଡ଼ା ପଞ୍ଚାୟତର ୧୨୮୦୫ କର୍ମ ଦିବସରୁ ୬୬୦ଟି କର୍ମଦିବସ ପ୍ରଦାନ କରାଯାଇଛି ଏହା ୫.୧୫ ପ୍ରତିଶତ। ସେହିପରି ଗଡ଼ହଳଦିଆ ପଞ୍ଚାୟତର ୨୦୯୦୮ ଶ୍ରମ ଦିବସରୁ ୨୦୨୧୫ଟି କର୍ମ ଦିବସ ଦିଆହୋଇଛି ଯାହାକି ୯୬.୬୯ ପ୍ରତିଶତ। ବରସାହି ପଞ୍ଚାୟତର ୨୧.୧୭ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ କେରାଙ୍ଗ ପଞ୍ଚାୟତରେ ୨୯.୧୫ ପ୍ରତିଶତ ଶ୍ରମ ଦିବସ ପ୍ରଦାନ କରାଯାଇଛି। ମାଳିପୁର ପଞ୍ଚାୟତର ୧୨.୦୬ ପ୍ରତିଶତ, ଟାଙ୍ଗିଆପଡା ୩୨.୧୦ ପ୍ରତିଶତ, କାନପୁର ୧୬.୪୩ ପ୍ରତିଶତ, ବଙ୍ଗିଦା ୧୯.୫୮ ପ୍ରତିଶତ, ଧଉଳିମୁଁହ ୭.୩୫ ପ୍ରତିଶତ, ଜଙ୍କିଆ ୪୭.୧୭ ପ୍ରତିଶତ, ପୂବୁସାହି ୨୬.୫୮ ପ୍ରତିଶତ, ନେଳିପଡା ଅର୍ଜୁନପୁର ୨୩.୧୪ ପ୍ରତିଶତ, ନିଜିଗଡ଼ ତାପଙ୍ଗ ପଞ୍ଚାୟତରେ ୧୯.୭୦ ପ୍ରତିଶତ କର୍ମ ଦିବସ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ବ୍ଲକର ଗଡ ହଳଦିଆ ପଞ୍ଚାୟତରେ ସର୍ବାଧିକ ୯୬.୬୯ ପ୍ରତିଶତ କର୍ମଦିବସ ପ୍ରଦାନ କରିଥିବା ବେଳେ ପଲତାତପଡ଼ା ପଞ୍ଚାୟତ ୫.୧୫ ପ୍ରତିଶତ ସର୍ବନିମ୍ନ କର୍ମଦିବସ ପ୍ରଦାନ କରାଯାଇଛି। ତେବେ ସରକାର ୨ ଲକ୍ଷ ୩୫ ହଜାର ୨୭୪ଟି କର୍ମଦିବସ ଖୋର୍ଦ୍ଧା ବ୍ଲକକୁ ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ୨୨ଟି ପଞ୍ଚାୟତର ୭୦ ହଜାର ୩୭୫ ଜଣ କର୍ମନିଯୁକ୍ତି ପାଇଛନ୍ତି। ମୋଟ୍‌ ୨୯.୯୧ ପ୍ରତିଶତ ଶ୍ରମିକ କର୍ମ ନିଯୁକ୍ତି ପାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri