Posted inଜାତୀୟ

ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତା’ର ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆମେ ଏଫଏଟିଏଫ ବୈଠକରେ ପାକିସ୍ତାନ ସନ୍ଦର୍ଭରେ ନିଆଯାଇଥିବା ନିଷ୍ପତ୍ତିକୁ ଦେଖିଛୁ । ଆମେ ଭାବୁଛୁ ପାକିସ୍ତାନ ଏସିଆ ପ୍ରଶାନ୍ତ ସମୁହ ସହ ମିଶି ମନି ଲଣ୍ଡରିଂ ଓ ଟେରର ଫାଇନାସିଂ ବିରୋଧରେ ନିଜ ବ୍ୟବସ୍ଥାକୁ ମଜଭୁତ କରିବ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏଫଏଟିଏଫ କାର୍ଯ୍ୟର ଚାପ ଥିଲା ଯେ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନକୁ କିଛ ପଦକ୍ଷେପ ନେବାକୁ ପଡିବ । ଏଥିରେ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ମଧ୍ୟ ସାମିଲ ଅଟନ୍ତି । ଏହା ବିଶ୍ୱର ସ୍ୱାର୍ଥରେ ଓ ବିଶ୍ୱ ସ୍ପଷ୍ଟ ହେବ ଯେ ପାକିସ୍ତାନର ତା’ର ନିୟନ୍ତ୍ରଣରେ ଥିବା ଅଞ୍ଚଳରୁ ବାହାରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଠୋସ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।
ସୂଚନାଯୋଗ୍ୟ, ଏଫଏଟିଏଫ ହେଉଛି ଏକ ବିଶ୍ୱସ୍ତରୀୟ ସଙ୍ଗଠନ ଯାହା ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଓ ମନି ଲଣ୍ଡରିଂ ଉପରେ ନଜର ରଖିଥାଏ । ପ୍ରାୟ ୪ ବର୍ଷ ପୂର୍ବ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟ ବା ଧୂଷର ତାଲକାରେ ରଖାଯାଇଥିଲା । ଏହାସହ ଏଫଏଟିଏଫ ପ୍ରଥମଥର ଲାଗି ମ୍ୟାନମାରକୁ ଏହାର କଳା ତାଲିକାରେ ଅନ୍ତର୍ଭୁକ୍ତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା...

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri