Posted inଜାତୀୟ

ତାପମାତ୍ରା ବୃଦ୍ଧି: ଭାରତର କ୍ଷତି ୧୫୯ ବିଲିୟନ ଡଲାର

ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ ଉତ୍ତାପର ପ୍ରଭାବ ମୁଖ୍ୟତଃ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ ସେକ୍ଟରରେ ପଡ଼ିଥିଲା। ଏହା ଯୋଗୁ ଦେଶ ୧୬୭ ବିଲିୟନ ସମ୍ଭାବିତ ଶ୍ରମ ଘଣ୍ଟା ହରାଇଥିଲା, ଯାହାକି ୧୯୯୦-୧୯୯୯ ତୁଳନାରେ ୩୯ ପ୍ରତିଶତ ଅଧିକ ବୋଲି ଜଳବାୟୁ ସ୍ବଚ୍ଛତା ରିପୋର୍ଟ ୨୦୨୨ରେ କୁହାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ବିଶ୍ୱ ତାପମାତ୍ରା ଯଦି ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ ତେବେ ଭାରତର ଶ୍ରମ ଉତ୍ପାଦିକତା ୧୯୮୬-୨୦୦୬ ରିଫରେନ୍ସ ଅବଧି ତୁଳନାରେ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ବିଶ୍ୱ ତାପମାତ୍ରା ୨.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଶ୍ରମ ଉତ୍ପାଦିକତା ୨.୧ ଗୁଣ ଅଧିକ ହ୍ରାସ ପାଇବ ଏବଂ ୩ ଡିଗ୍ରୀ ବଢ଼ିଲେ ୨.୭ ଗୁଣ ଅଧିକ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୬ରୁ ୨୦୨୧ ମଧ୍ୟରେ ସାମୁଦ୍ରିକ ବାତ୍ୟା, ବନ୍ୟା, ଭୂସ୍ଖଳନ ଭଳି ଭୀଷଣ ପାଗ ଯୋଗୁ ଭାରତରେ ୩୬ ନିୟୁତ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି ଏବଂ ଚାଷୀମାନେ ୩.୭୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପ ବଢ଼ିଲେ ବନ୍ୟା ଯୋଗୁ ବାର୍ଷିକ କ୍ଷତି ପ୍ରାୟ ୪୯ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ବାତ୍ୟା ଜନିତ କ୍ଷତି ୫.୭ ପ୍ରତିଶତ ବୃଦ୍ଧି ପାଇବ।
ଗତ ୩୦ ବର୍ଷ ମଧ୍ୟରେ ଭାରତରେ ବୃଷ୍ଟିପାତ ଢାଞ୍ଚାରେ ପରିବର୍ତ୍ତନ ଘଟିଛି। ଏହା କୃଷି, ବନୀକରଣ, ମତ୍ସ୍ୟଚାଷ ଆଦି ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକୁ ପ୍ରଭାବିତ କରିଛି। ଉତ୍ତାପ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଭାରତରେ ତୁଷାରପାତ ୧୩ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ତାପମାତ୍ରା ଯଦି ୩ ପ୍ରତିଶତ ବୃଦ୍ଧି ପାଏ, ତୁଷାରପାତ ଅଧିକ ୨.୪ ଗୁଣ ହ୍ରାସ ପାଇବ। ପୃଥିବୀର ଉପରିଭାଗର ତାପମାତ୍ରା ୧୮୫୦-୧୯୦୦ ବର୍ଷର ହାରାହାରି ତାପମାତ୍ରା ତୁଳନାରେ ପ୍ରାୟ ୧.୧ ଡିଗ୍ରୀ ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ୨୦୧୫ର ପ୍ୟାରିସ ରାଜିନାମାକୁ ଗ୍ରହଣ କରିଛନ୍ତି, ଯେଉଁଥିରେ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌ ଶିଳ୍ପ ସ୍ତର ତୁଳନାରେ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri