ଯାଜପୁର ସହର ମୁଖ୍ୟରାସ୍ତା ଯାତାୟାତ ଅନୁପଯୋଗୀ

ଯାଜପୁର ଟାଉନ,୨୦ା୧୦(ଡି.ଏନ.ଏ.): ଯାଜପୁର ସହରର ଅନେକ ରାସ୍ତାକୁ ପୌରସଂସ୍ଥାଠାରୁ ପୂର୍ତ୍ତ ବିଭାଗ ହାତକୁ ନେଇଛି। କିନ୍ତୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ମୁଖ୍ୟ ରାସ୍ତା ସମେତ ଅନ୍ୟ ରାସ୍ତାଗୁଡ଼ିକ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ିଛି। ସହରର ଗରିଆପୁରରୁ ବିରଜାହାଟ ପର୍ଯ୍ୟନ୍ତ ନିର୍ମିତ ରାସ୍ତାଗୁଡ଼ିକ ଅଠରନଳା, ଦେବୀଦ୍ୱାର, କୁଆଁସରପୁର ଛକ, ଶୁଭସ୍ତମ୍ଭ ଛକ, ଯୋଡ଼ିକୂଅ, ଅମ୍ବିକାଇ, ଶୀତଳେଶ୍ୱର, ବିରଜାହାଟ ଆଦି ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯାଇ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ଦୀର୍ଘମାସ ହେଲା ଏ ସମସ୍ୟା ଲାଗିରହିଥିବାରୁ ୨ଚକିଆ, ୩ ଚକିଆ ଓ ୪ ଚକିଆ ଯାନ ଗୁଡ଼ିକ ଯାତାୟାତବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷା ସମୟରେ ରାସ୍ତା ଉପରେ ପାଣି ରହି ଖାଲ ଦେଖାଯାଉ ନ ଥିବାରୁ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲ ଛୋଟ ଥିବାବେଳେ ତତ୍କାଳ ମରାମତି କରାଯାଇଥିଲେ ଏତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନଥାନ୍ତା। ଏବେ ସରକାରଙ୍କ ବିପୁଳ ରାଜସ୍ବକୁ ରାସ୍ତା ମରାମତି ପାଇଁ ବ୍ୟୟ କରାଯିବ। ମହାବୀର ଛକ-ଯୋଡ଼ିକୂଅ ଛକ ରାସ୍ତାର ଟିଭିଏସ ଛକ ମୁସଲମାନ ବସ୍ତି ନିକଟରେ ୭/୮ ମାସ ପୂର୍ବରୁ ରାସ୍ତା ଭାଙ୍ଗିଯାଇ ଗର୍ତ୍ତ ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ପରେ ମାତ୍ର ୩୦ ଫୁଟ୍‌ ରାସ୍ତାକୁ କଂକ୍ରିଟ କରାଯାଇଥିଲା। କିନ୍ତୁ ମହାବୀର ଛକ ପାର୍ଶ୍ୱକୁ ପୂର୍ବ ରାସ୍ତା ସହିତ ମିଶାଇବା ପରିବର୍ତ୍ତେ ଅଧାରୁ ଛାଡି ଦିଆଯାଇ ବଜୁରି ଗୁଣ୍ଡ ପକାଇ ପ୍ୟାକିଂ କରାଯାଇଥିଲା। ଏ ରାସ୍ତାରେ ପ୍ରତିଦିନ ୪୦/୫୦ ଟନ ବିଶିଷ୍ଟ ହାଇୱା ସମେତ ଭାରୀଯାନଗୁଡ଼ିକ ଯାତାୟାତ ଯୋଗୁ ଅଳ୍ପଦିନରେ ରାସ୍ତା ଆହୁରି ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ିଲାଣି। ଏହାବାଦ ସହରର ବିଭିନ୍ନ ସ୍ଥାନରେ ନୂଆ ଓ ପୁରୁଣା ରାସ୍ତା ଖାଲଖମା ହୋଇପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟ କେନାଲର ଦକ୍ଷିଣପାର୍ଶ୍ୱ ରାସ୍ତାର ମାନସାପୋଲରୁ ବୈଦ୍ୟରାଜପୁର ଯାଏ ସଦ୍ୟ ଭାବେ ନିର୍ମିତ ପିଚୁ ରାସ୍ତାର ବହୁ ସ୍ଥାନ ଭାଙ୍ଗିଗଲାଣି। ଏ ରାସ୍ତାରେ ଭାରିଯାନ ଯାତାୟାତ ବ୍ୟବସ୍ଥା ନଥିବା ବେଳେ କେବଳ ହାଲକା ଯାନ ବିଶେଷ କରି ଛୋଟ ଚାରିଚକିଆ ଯାନ ଯାତାୟାତ ମଧ୍ୟରେ ରାସ୍ତା ଦୂରାବସ୍ଥା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ତ୍ତ ବିଭାଗ ଯାଜପୁର ସବଡିଭିଜନର ଇନଚାର୍ଜରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଶାନ୍ତ ଦାଶଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri