ମା’ଙ୍କୁ ମେଲାଣି…

ଢେଙ୍କାନାଳ ଅଫିସ୍‌, ୨୦।୧୦: ଯେମିତି ଆଡ଼ମ୍ବର ସହକାରେ ହୋଇଥିଲା ଆବାହନ, ଠିକ୍‌ ସେମିତି ଭାବୋଦ୍ଦୀପକ ଢଙ୍ଗରେ ମେଲାଣି ନେଇଛନ୍ତି ଧନଦାତ୍ରୀ। ଅଶ୍ରୁସଜ୍ଜଳ ଆଖିରେ ମା’ଙ୍କୁ ବିଦାୟ ଦେଇଛନ୍ତି ଢେଙ୍କାନାଳବାସୀ। ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ, ଲୋକସଙ୍ଗୀତ, ସଂକୀର୍ତ୍ତନର ତାଳେତାଳେ ମହାଲକ୍ଷ୍ମୀ ବାହୁଡ଼ିଥିବାବେଳେ ବିଦାୟ ବେଳା ସୃଷ୍ଟି କରିଥିଲା ଭାବବିହ୍ବଳ ପରିବେଶ।

ଶେଷ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା। ସରିଛି ସିନ୍ଧୁସୁତାଙ୍କ ୧୧ ଦିନାତ୍ମକ ମହୋତ୍ସବ। ମଣ୍ଡପରେ ୧୦ଦିନର ପୂଜା ପରେ ବୁଧବାର ବିଦାୟ ନେଇଛନ୍ତି ପଦ୍ମାଳୟା। ମୋଟ ୩୮ ପୂଜା ପ୍ରତିଷ୍ଠାନ ମଧ୍ୟରୁ ମିଳିତ ଭସାଣି ଶୋଭାଯାତ୍ରାରେ ୨୫ ମେଢ଼ ସାମିଲ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୂର୍ବାହ୍ନ ୯ଟାରେ ସମସ୍ତ ମେଢ଼ ଆସ୍ଥାନ ଛାଡ଼ିଥିଲେ। ମିନାବଜାରର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ନିକଟରେ ଜିଲାପାଳ ସରୋଜ କୁମାର ସେଠୀ ନଡ଼ିଆ ଭାଙ୍ଗି ମିଳିତ ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏସପି ଲୋଗାନୟାଗୀ ଦିବ୍ୟା ଭି., ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ମିଳିତ ବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ କୁମାର ଦଳେଇ, ମିନାବଜାର ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ସମ୍ପାଦକ ପୀତବାସ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଥମେ ୧ନଂ. ପୂଜା ପ୍ରତିଷ୍ଠାନ ମିନାବଜାର ଏହାପରେ କ୍ରମାନ୍ବୟରେ ଜବାହରଚୌକ, ଲକ୍ଷ୍ମୀ ବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର ଏବଂ ଅନ୍ୟ ସମସ୍ତ ମେଢ଼ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ୬ଟି ମେଢ଼ ବାଜିଚୌକ ଯାଏ ନଗର ପରିକ୍ରମା କରିବା ପରେ ନିଜ ଅଞ୍ଚଳ ଦେଇ ବିସର୍ଜନ ପାଇଁ କାଠଶଙ୍ଖ ଅଭିମୁଖେ ଯାଇଥିଲେ। ସେହିପରି ଆଉ ୪ ମେଢ଼ ମିଳିତ ଭସାଣି ଶୋଭାଯାତ୍ରାରେ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକ-ବସ୍‌ଷ୍ଟାଣ୍ଡ-ଗୁଡ଼ିଆନାଳୀ ଦେଇ କୁଞ୍ଜକାନ୍ତ ପୋଖରୀକୁ ଯାଇଥିଲେ। ବିବାଦ କାରଣରୁ ସକାଳେ କୈବଲ୍ୟ ବଜାର ଏବଂ ଜୁବିଲିଟାଉନ-୨ ପ୍ରତିଷ୍ଠାନ ମୂର୍ତ୍ତି ବିସର୍ଜନ କରିଦେଇଥିଲେ।

ଭବ୍ୟ ଭସାଣି ଶୋଭାଯାତ୍ରା ଏବଂ ଚିତ୍ତାକର୍ଷକ ଲୋକନୃତ୍ୟ ଦେଖିବା ପାଇଁ ସହର ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଜିଲାପାଳ, ଏସ୍‌ପି, ଉପଜିଲାପାଳ, ନିର୍ବାହୀ ମାଜିଷ୍ଟ୍ରେଟ୍‌, ପୋଲିସ ଅଧିକାରୀଙ୍କ ସମେତ ପ୍ରତି ମେଢ଼ର କର୍ମକର୍ତ୍ତାମାନେ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ। ରାତି ୧୧ଟା ୫୦ ସୁଦ୍ଧା ମୀନାବଜାର ଏବଂ ଜବାହରଚୌକ୍‌ କାଠଶଙ୍ଖରେ ମୂର୍ତ୍ତି ବିସର୍ଜନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ: ରାଜ ଦରବାରରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri