ଆରଡେଣ୍ଟ୍‌ ଷ୍ଟିଲ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

କେନ୍ଦୁଝର,୧୯।୧୦(ଡି.ଏନ୍‌.ଏ): ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଫୁଲଝରସ୍ଥିତ ମେସର୍ସ ଆରଡେଣ୍ଟ୍‌ ଷ୍ଟିଲ ଲିଃ ବହୁ ପ୍ରତିକ୍ଷୀତ ସମନ୍ବିତ ଇସ୍ପାତ ପ୍ରକଳ୍ପ ପାଇଁ ପରିବେଶ ଅନୁମତି (ଇସି) ମିଳିଛି। ପୂର୍ବରୁ ୦.୮୫ ମେଟ୍ରିକ୍‌ ଟନ୍‌ ଫର ଅନୁମ୍‌(ଏମ୍‌ଟିପିଏ) କ୍ଷମତା ବିଶିଷ୍ଟ ପିଲେଟ କାରଖାନା ଥିଲା। ବର୍ତ୍ତମାନ ଏହାର ବାର୍ଷିକ ଉପତ୍ାଦନ କ୍ଷମତା ୦.୮୫ ନିୟୁତ ଟନ୍‌ରୁ ୧.୭ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଏହା ସହିତ ୩.୦ ଏମ୍‌ଟିପିଏ ଆଇରନ ଓର ବେନିଫିକେସନ ପ୍ଲାଣ୍ଟ୍‌, ୦.୬୦ ଏମ୍‌ଟିପିଏ ପିଗ୍‌ ଆଇରନ ବ୍ଲାଷ୍ଟ୍‌ ଫର୍ଣ୍ଣେସ, ୦.୩୬ ଏମ୍‌ଟିପିଏ ଡିଆରଆଇ ପ୍ଲାଣ୍ଟ୍‌, ୦.୬୦ ଏମ୍‌ଟିପିଏ ସିନଟର ପ୍ଲାଣ୍ଟ୍‌, ୦.୭୨ ଏମ୍‌ଟିପିଏ, ଷ୍ଟିଲ୍‌ ମେଲ୍ଟ ସପ୍‌( ଏସଏମ୍‌ଏସ୍‌)/ଇଲେକ୍ଟ୍ରିକ୍‌ ଆର୍କ ଷ୍ଟିଲ୍‌ ମେକିଂ(ଏଆରସି ଫର୍ଣ୍ଣେସ(ଜେଡ୍‌ପିଏଫ), ୦.୭ ଏମ୍‌ଟିପିଏ ରୋଲିଂ/ହଟ୍‌ ଷ୍ଟ୍ରିପ୍‌ ମିଲ ଏବଂ ସିପିପି (ଡବ୍ଲ୍ୟୁଏଚ୍‌ଆରବି-୩୫ ମେଗାୱାଟ୍‌, ଏଏଫ୍‌ବିସି-୩୫ ମେଗାୱାଟ୍‌ର ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନା ପାଇଁ ୧୭ ଅକ୍ଟୋବର ୨୦୨୨ରେ ପରିବେଶ ମଞ୍ଜୁରୀ ମିଳିଛି। ଏଥି ପାଇଁ ୨୮ଫେବୃୟାରୀ ୨୦୧୯ ରେ ଜନଶୁଣାଣିରେ ଜନ ସମର୍ଥନ ମଧ୍ୟ ମିଳିଥିଲା। ମଞ୍ଜୁରୀ ପରେ ଏହାର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଡକ୍ଟର ସୁବାଶିଷ ଦାସ କେନ୍ଦୁଝର ଜିଲାପାଳ, ଷ୍ଟେକ୍‌ ହୋଲଡର, ସ୍ଥାନୀୟ ପ୍ରଭାବିତ ଲୋକଙ୍କ ସମେତ କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାର୍ଶ୍ୱିକ ଉନ୍ନତି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri