ପାଟଣା, ଝୁମ୍ପୁରାର ଦୁଃଖ ‘ନେଉଳିଯୋଡ଼ି’

ପାଟଣା,୧୯।୧୦(ଡି.ଏନ୍.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ର ଓ ରାଜ୍ୟର ଦ୍ରୁତ ବିକାଶ କଥା କହୁଛନ୍ତି। ଅନେକ କୋଟି ଖର୍ଚ୍ଚ କରି ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ବି ଆଜି ଏଭଳି କିଛି ଅଞ୍ଚଳ ଅଛି ଯେଉଁଠି ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ସେମାନଙ୍କ ନିକଟରେ ଯାତାୟାତ ଭଳି ମୌଳିକ ସୁବିଧା ପହଞ୍ଚତ୍ ପାରିନାହିଁ। ଏଭଳି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ଓ ପାଟଣା ବ୍ଳକ୍‌ ବାସିନ୍ଦା। ଉଭୟ ବ୍ଲକ୍‌ ମଧ୍ୟଦେଇ ଯାଇଥିବା ନେଉଳିଯୋଡ଼ି ନାଳ ଦୁଇ ବ୍ଲକ୍‌ର ୧୦ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ସାଜିଛି। ପ୍ରଶାସନିକ ଅବହେଳା, ରାଜନେତାଙ୍କ ମିଛ ପ୍ରତିଶ୍ରୁତି ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି। ନାଳ ଉପରେ ପୋଲ ନ ଥିବାରୁ ଲୋକେ ବର୍ଷ ତମାମ ପାଣିରେ ପଶି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ମୁତାବକ, ଝୁମ୍ପୁରା ବ୍ଲକ୍‌ର ବଡ଼ନେଉଳି ପଞ୍ଚାୟତ ଶାବକ ଧନୁର୍ଜ୍ୟୟପୁର ଓ ପାଟଣା ବ୍ଲକ୍‌ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗାଁ ସୀମାରେ ନେଉଳିଯୋଡ଼ି ନାଳ ପ୍ରବାହିତ ହେଉଛି। ଝୁମ୍ପୁରା ବ୍ଲକ୍‌ ବଡ଼ ନେଉଳି ପଞ୍ଚାୟତର ଶାବକ ଧନୁର୍ଜ୍ୟୟପୁର, ପାହାଡ଼ପୁର, ରତ୍ନାପଶି, ସିଲିଟିଆ, ଯୋଡ଼ା କେନ୍ଦୁଗଁା ଲୋକଙ୍କ ସହ ଉଖୁଣ୍ଡା, ଟୁକୁଡ଼ିହା ପଞ୍ଚାୟତର ଲୋକେ ତୁରୁମୁଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର, ତୁରୁମୁଙ୍ଗା ମହାବିଦ୍ୟାଳୟ, ବଜାର, ରେଙ୍ଗାଳ ବେଡ଼ା ଓ କେନ୍ଦୁଝର ଜିଲା ମୁଖ୍ୟାଳୟ ଚିକିତ୍ସାଳୟ କିମ୍ବା ସରକାରୀ କାର୍ଯ୍ୟକୁ ଯା’ଆସ କରିବା ପାଇଁ ନାଳ ଏକମାତ୍ର ରାସ୍ତା। ସେହିଭଳି ପାଟଣା ବ୍ଲକ୍‌ ବାଉଁଶୁଳି, ତୁରୁମୁଙ୍ଗା, ଚେମେଣା ପଞ୍ଚାୟତ ବିଶେଷକରି ବାଉଁଶୁଳି ପଞ୍ଚାୟତ ଦାଶରଥିପୁର, ବଳିଆପଶି ରେଙ୍ଗାଳ ବେଡ଼ା, ଚେମେଣାର ଲୋକେ ଉଖୁଣ୍ଡା, ଝୁମ୍ପୁରା, ଚମ୍ପୁଆ ଯିବା ଆସିବା କରିବା ସହ ଉଖୁଣ୍ଡା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଛାତ୍ରୀଛାତ୍ର ବିପଜ୍ଜନକ ଭାବେ ନାଳ ପାର ହୋଇ ଯାତାୟାତ କରନ୍ତି।
ଉଭୟ ବ୍ଲକ୍‌ର ୧୦ରୁ ଊଦ୍ଧର୍‌ବ ପଞ୍ଚାୟତବାସୀଙ୍କ ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ନାଳରେ ପୋଲ ନିର୍ମାଣ ହୋଇ ପାରିଲାନାହିଁ। ଫଳରେ ବର୍ଷ ତମାମ ଲୋକଙ୍କୁ ଛାତିଏ ପାଣିରେ ପାର ହୋଇ ନିଜର ଦୈନଦିନ କାର୍ଯ୍ୟ ନିମନ୍ତେ ଯିବାକୁ ପଡ଼ିଥାଏ। ବର୍ଷା ସମୟରେ ଜଳସ୍ତର ବଢ଼ିଲେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ଛାତ୍ରୀଛାତ୍ର ଓ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଲୋକଙ୍କୁ ପାଣି ଭିତରେ ଯିବାକୁ ପଡୁଥିବାରୁ ୨ ହଳ ଡ୍ରେସ୍‌ ସାଙ୍ଗରେ ନେଇ ନାଳ ପାରିହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଅନେକ ଛାତ୍ରୀଛାତ୍ର ସ୍କୁଲ୍‌, କଲେଜ ଯିବା ବନ୍ଦ କରିଦେଲେଣି। ଏ ସମସ୍ୟା ନେଇ ଉଭୟ ବ୍ଲକ୍‌ ଲୋକେ ବାରମ୍ବାର ନେତାଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ପୋଲ ନିର୍ମାଣ ହେଉନାହିଁ।
ଏ ନେଇ ବାଉଁଶୁଳି ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ତନୁରାମ ମହାନ୍ତ କହିଛନ୍ତି, ଉଭୟ ବ୍ଲକ୍‌ର ଜନସାଧାରଣ ଏହି ନାଳ ଯୋଗୁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଦୀର୍ଘ ଦିନରୁ ନେଉଳିଯୋଡ଼ି ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି ହେଉଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ବାଉଁଶୁଳି ପଞ୍ଚାୟତ ଦାଶରଥୀପୁର ଗ୍ରାମ ବାସିନ୍ଦା ସହଦେବ ମହାନ୍ତ କହିଛନ୍ତି, ଉକ୍ତ ନାଳ ଉଭୟ ବ୍ଲକ୍‌ର ସୀମାରେ ଥିବାରୁ ଆମ ଦାବିକୁ ସାବତ ପୁଅ ଭାବି ପ୍ରଶାସନ ଅଣଦେଖା କରୁଛି। ଝୁମ୍ପୁରା ବ୍ଲକ୍‌ ଅଧ୍ୟକ୍ଷା ମାଳତୀ ନାଏକ କୁହନ୍ତି, ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିଭଳି ଶୀଘ୍ର ନାଳ ଉପରେ ପୋଲ ନିର୍ମାଣ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ। ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ପଚାରିବାରୁ କହିଥିଲେ, ସେ ଏବେ ନୂଆଭାବେ ଯୋଗ ଦେଇଛନ୍ତି। ତାଙ୍କ ଦ୍ୱାରା ଯାହା ସମ୍ଭବ ସରକାରୀସ୍ତରରେ ଚେଷ୍ଟା କରିବେ। ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ କୁହନ୍ତି, ନେଉଳିଯୋଡ଼ି ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ସରକାରୀସ୍ତରରେ ବିଚାରାଧୀନ ରହିଛି। ସରକାର ତୁରନ୍ତ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

ବୀରକିଶୋର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri