ପୁଣିଥରେ ଆଇନର ଜାଲରେ ଫସି ପାରନ୍ତି ରଣବୀର

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିଦିନ ତଳେ ସେ ତାଙ୍କ ନ୍ୟୁଡ ଫଟୋଶୁଟକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଆଇନର ଜାଲରେ ଛନ୍ଦି ହୋଇ ପଡିଥିଲେ । ଏବେ ପୁଣିଥରେ ଏହି ଅଭିନେତା ଆସିଯାଇଛନ୍ତି ଚର୍ଚ୍ଚାକୁ । ତାହାପୁଣି ତାଙ୍କ ଲଗଜରି କାରକୁ ନେଇ । ୩.୯ କୋଟି ଟଙ୍କା ମୂଲ୍ୟର କାରକୁ ନେଇ ଏବେ ରଣବୀର ଆଇନର ଜାଲରେ ଫସି ଯାଇପାରନ୍ତି ବୋଲି କୁହାଯାଉଛି ।
ଏହି ଲଗଜରି ଗାଡିଟିକୁ ରଣବୀର ଗତ ବର୍ଷ କିଣିଥିଲେ । ଯାହା ମୁମ୍ବାଇ ସଡ଼କରେ ଦୌଡୁଥିବା ଅନେକେ ଦେଖିଛନ୍ତି । ହେଲେ ଏବେ ଏହି କାର ତାଙ୍କ ପାଇଁ ଅଡୁଆ ଆଣିଛି ବୋଲି କୁହାଯାଉଛି । କେତେଜଣ ସୋସିଆଲ ମିଡିଆ ୟୁଜର୍ସ ପୋଲିସକୁ ସୂଚନା ଦେଇଛନ୍ତି କି ରଣବୀରଙ୍କ ଏହି ଗାଡିର ଇନସ୍ୟୁରାନ୍ସ ଶେଷ ହୋଇଯାଇଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଟୁଇଟକୁ ଦେଖି ମୁମ୍ବାଇ ପୋଲିସବି ଏହାର ଜବାବ ଦେଇଛି । ମୁମ୍ବାଇ ପୋଲିସ ଲେଖିଛି ସେ ଏ ସମ୍ପର୍କରେ ଟ୍ରାଫିକ ପୋଲିସକୁ ଜଣାଇ ଦେଇଛି । ତେବେ ମୁମ୍ବାଇ ପୋଲିସର ଏହି ଜବାବରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ କମେଣ୍ଟ କରୁଛନ୍ତି । ୱାର୍କଫ୍ରଣ୍ଟ କଥା କହିଲେ ରଣବୀର ଖୁବଶୀଘ୍ର ଆଲିଆ ଭଟ୍ଟଙ୍କ ସହ ମୁଭି ‘ରକି ଔର ରାନି କି ପ୍ରେମ କାହାଣୀ’ରେ ନଜର ଆସିବେ । କରଣ ଜୋହରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ, ରଣବୀରଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଶବାନା ଆଜମୀ, ଜୟା ବଚ୍ଚନ ଗୁରୁତ୍ୱତ୍ପୂର୍ଣ୍ଣ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri