ମାଙ୍କଡ଼ଙ୍କ ନାମରେ ୩୨ ଏକର ଜମି…

ଓସମାନାବାଦ,୧୬।୧୦ : ଆଜିର ଯୁଗରେ, ଯେତେବେଳେ ଜମି ବିବାଦ ସାଧାରଣ ହୋଇଗଲାଣି, ମହାରାଷ୍ଟ୍ରର ଓସମାନାବାଦ ଜିଲାର ଏକ ଗାଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏଠାରେ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ ହୋଇଛି। ଏହି ଗାଁରେ ମାଙ୍କଡ଼ମାନଙ୍କ ପ୍ରତି ଏତେ ସମ୍ମାନ ଅଛି ଯେ, ବେଳେବେଳେ ବିବାହ ସମୟରେ ଲୋକଙ୍କ ଭୋଜି ପୂର୍ବରୁ ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଏ ।

ମହାରାଷ୍ଟ୍ରର ଓସମାନାବାଦ ଜିଲାର ଉପଲା ଗ୍ରାମରେ ମାଙ୍କଡ଼ଙ୍କ ପ୍ରତି ଥିବା ସମ୍ମାନକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହୋଇଥାଏ। ମାଙ୍କଡ଼ମାନେ ଗାଁ ଭିତରକୁ ଆସିଲେ ଲୋକେ ଖୁସିରେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ମାଙ୍କଡ଼ମାନେ କାହାର କ୍ଷତି ମଧ୍ୟ କରନ୍ତି ନାହିଁ।

ଉପଲା ଗ୍ରାମ ପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ, ୩୨ ଏକର ଜମି ଗାଁରେ ରହୁଥିବା ସମସ୍ତ ମାଙ୍କଡ଼ଙ୍କ ନାମରେ ଅଛି। ସରପଞ୍ଚ ବାପ୍ପା ପଡୱାଲ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଜମି ମାଙ୍କଡ଼ମାନଙ୍କର ଅଟେ। ଯଦିଓ ପଶୁମାନଙ୍କ ପାଇଁ କିଏ ଏହି ବ୍ୟବସ୍ଥା କରିଛି ଏବଂ କେବେ କରିଛି ତାହା ଜଣା ପଡିନାହିଁ।

ପୂର୍ବରୁ ମାଙ୍କଡମାନେ ଗାଁରେ କରାଯାଇଥିବା ସମସ୍ତ ରୀତିନୀତିର ଏକ ଅଂଶ ଥିଲେ। ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ଟି ମାଙ୍କଡ ଅଛନ୍ତି। ସେମାନେ ଗୋଟିଏ ସ୍ଥାନରେ ସବୁବେଳେ ସ୍ଥାୟୀ ଭାବେ ରହୁ ନ ଥିବାରୁ ଗତ କିଛି ବର୍ଷ ମଧ୍ୟରେୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ସେ କହିଛନ୍ତି ଯେ ଜଙ୍ଗଲ ବିଭାଗ ଜମିରେ ବୃକ୍ଷରୋପଣ କରିଛି ଏବଂ ଏହି ପ୍ଲଟରେ ପୂର୍ବରୁ ଏକ ଘର ଥିଲା, ଯାହା ବର୍ତ୍ତମାନ ଭୁଶୁଡି ପଡିଛି।

ସରପଞ୍ଚ କହିଛନ୍ତି, ପୂର୍ବରୁ ଯେତେବେଳେ ବି ଗାଁ କାହାର ବିବାହ ଅନୁଷ୍ଠିତ ହେଉଥିଲା ସେତେବେଳେ ମାଙ୍କଡମାନଙ୍କୁ ପ୍ରଥମେ ଖାଇବାକୁ ଦିଆଯାଉଥିଲା ଏବଂ ପରେ ସମାରୋହ ଆରମ୍ଭ କରାଯାଇଥିଲା। ତେବେ ବର୍ତ୍ତମାନ ସମସ୍ତେ ଏହି ପରମ୍ପରାକୁ ଆଉ ପାଳନ କରୁନାହାଁନ୍ତି। ତେବେ କୌଣସି ଲୋକ ମାଙ୍କଡ଼ଙ୍କୁ ଖାଦ୍ୟ ଦେବାକୁ ମନା କରି ନଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଚେତାବାନୀ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/କଟକ,୫।୫: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri