Posted inଜାତୀୟ

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର ସାମ୍ନା କରିବାକୁ ପଡ଼ିଥିବାବେଳେ ଭାଗ୍ୟ ଉଦୟ ହେଲେ ମିଳେ ଖୁସି। ଗୋଟିଏ ଦିନରେ ବଦଳିଯାଇଛି କେରଳର ୪୦ ବର୍ଷୀୟ ପୁକୁଞ୍ଜୁଙ୍କ ଭାଗ୍ୟ, ଯାହା ତାଙ୍କ ଜୀବନ ପାଇଁ ଚିର ସ୍ମରଣୀୟ ହୋଇ ରହିବ। ଯେଉଁଦିନ ବ୍ୟାଙ୍କରୁ ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ଆସିଛି ସେହିଦିନ ଲଟେରି ତାଙ୍କ ଜୀବନରେ ଖୁସି ଆଣିଦେଇଛି। ମାଛ ବେପାରୀ ପୁକୁଞ୍ଜୁ ଘର ତିଆରି ପାଇଁ ବ୍ୟାଙ୍କରୁ ଲୋନ୍‌ ଆଣିଥିଲେ। କିନ୍ତୁ ଠିକ୍‌ ସମୟରେ ଋଣ ବାବଦକୁ ୧୨ ଲକ୍ଷ ଟଙ୍କା ପରିଶୋଧ ନ କରିବାରୁ ଗତ ୧୨ ତାରିଖ ବୁଧବାର ମଧ୍ୟାହ୍ନରେ ବ୍ୟାଙ୍କରୁ ତାଙ୍କ ପାଖକୁ ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ଆସିଥିଲା। ବ୍ୟାଙ୍କ ନୋଟିସକୁ ନେଇ ପୁକୁଞ୍ଜୁ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବାବେଳେ କିଛି ଘଣ୍ଟା ମଧ୍ୟରେ ତାଙ୍କ ପାଖରେ ଏମିତି ଖବର ପହଞ୍ଚିଥିଲା ଯାହା ତାଙ୍କ ଆଖିରୁ ଆନନ୍ଦର ଲୋତକ ଝରାଇ ଦେଇଥିଲା। ଅକ୍ଷୟ ଲଟେରିରୁ ପ୍ରଥମ ପ୍ରାଇଜ୍‌ ମନି ୭୦ ଲକ୍ଷ ଟଙ୍କା ପୁକୁଞ୍ଜୁ ଜିତିଯାଇଥିବା ଜାଣିବାକୁ ପାଇଥିଲେ।
ପୁକୁଞ୍ଜୁ କେରଳର ମାଇନାଜପ୍ପାଲ୍ଲିରେ ସ୍କୁଟରରେ ଗାଁ ଗାଁ ବୁଲି ମାଛ ବେପାର କରନ୍ତି। ବ୍ୟବସାୟ ଟଙ୍କାରେ ଘର ତୋଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା କାରଣରୁ ସ୍ଥାନୀୟ କର୍ପୋରେଶନ୍‌ ବ୍ୟାଙ୍କରୁ ସେ ୯ ଲକ୍ଷ ଟଙ୍କାର ଋଣ ଆଣିବାକୁ ମନସ୍ଥ କଲେ ଓ ପରବର୍ତ୍ତୀ ସମୟରେ ବ୍ୟାଙ୍କ ତାଙ୍କୁ ଋଣ ମଧ୍ୟ ଦେଲା। ବ୍ୟବସାୟରୁ ଭଲ ଲାଭ ନ ମିଳିବାରୁ ଲୋନ୍‌ ଟଙ୍କା ପରିଶୋଧ କରିବାରେ ବିଳମ୍ବ ହେଉଥିବାବେଳେ ସୁଧ ଜମାରେ ଅନିୟମିତତା ଦେଖାଯାଇଥିଲା। ବ୍ୟାଙ୍କ ଋଣ ବାବଦକୁ ୧୨ ଲକ୍ଷ ଟଙ୍କା ଶୁଝିବାକୁ ଅଛି। ଅନ୍ୟପକ୍ଷେ ଲଟେରି ଟିକେଟ କିଣିବା ପାଇଁ ପୁକୁଞ୍ଜୁଙ୍କ ବାପା ଲୋକଙ୍କଠାରୁ ୫ ଲକ୍ଷ ଟଙ୍କାର ଧାର ଉଧାରି କରିଥିଲେ।
ସବୁ କରଜ ଶୁଝିବାର ବୋଝ ପୁକୁଞ୍ଜୁଙ୍କ ଉପରେ ରହିଛି। ଜଣଙ୍କ ରୋଜଗାରରେ ପରିବାର ଚଳାଇବା, ପିଲାଙ୍କ ପାଠପଢ଼ା ସାଙ୍ଗକୁ ଋଣ ଭାର, ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ। ଜିତିଥିବା ଲଟେରି ଟଙ୍କା ପୁକୁଞ୍ଜୁଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ଦେଇଛି। ପ୍ରାଇଜ ମନିରେ ପ୍ରଥମେ ସବୁ କରଜ ଓ ବ୍ୟାଙ୍କ ଋଣ ପରିଶୋଧ କରାଯିବ। ଏହାପରେ ଝିଅ,ପୁଅଙ୍କ ପଢ଼ାପଢ଼ି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଉ କିଛି ଟଙ୍କା ରଖାଯିବା ପରେ ଅନ୍ୟ ବାବଦକୁ ଟଙ୍କା ଖର୍ଚ୍ଚ କରିବେ ବୋଲି ପୁକୁଞ୍ଜୁଙ୍କ ସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri